ଜାଣନ୍ତି କି? ଦୁନିଆର ସବୁଠୁ ମହଙ୍ଗା କୋଠା କେଉଁଠି ରହିଛି ଆଉ ତା’ର ମୂଲ୍ୟ କେତେ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ଜୀବନ ଭିତରେ ଅନେକ ବିଳାସପୂର୍ଣ୍ଣ ବଙ୍ଗଳା ଦେଖିଥିବେ, ସେ ସତରେ ହେଉ କି ଫଟୋ ଅବା ସିନେମାରେ ହେଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ବଙ୍ଗଳା ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ଜାଣି ଆପଣ ଚକିତ ହୋଇଯିବେ। ତେବେ ବିଶ୍ଵର ସବୁଠୁ ମହଙ୍ଗା ବଙ୍ଗଳା ବିଷୟରେ ଆମେ ଆଜି ଆପଣଙ୍କୁ କହୁଛୁ। ଏହି ବଙ୍ଗଳା ଆମେରିକାରେ ରହିଛି, ଏହାର ମୂଲ୍ୟ ଜାଣି ଆପଣଙ୍କ ବିସ୍ମିତ ହେବେ। ବଙ୍ଗଳାର ମୂଲ୍ୟ ୨୫୦ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୬୨୫ କୋଟି ଟଙ୍କା। ଏହି ଟଙ୍କାରେ ପ୍ରାୟ ୧ ହଜାର ୬୨୫ ଲୋକ ୧ କୋଟି ଟଙ୍କା ହିସାବରେ ଗୋଟିଏ ଗୋଟିଏ ବଙ୍ଗଳା କିଣି ପାରିବେ। ଏହାପୂର୍ବରୁ ଆମେରିକାର ସବୁଠାରୁ ବଡ ନିଲାମ ୧୦୦ ମିଲିୟନ୍ ଡଲାରର ଥିଲା। ଆମେରିକା ଇତିହାସରେ ତାହା ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ସମ୍ପତ୍ତି ଥିଲା। ଏହି ବଙ୍ଗଳାରେ ଦୁନିଆରେ ପ୍ରତ୍ୟେକ ବିଳାସପୂର୍ଣ୍ଣ ଜିନିଷ ରହିଛି, ଏହାର ଯତ୍ନ ନେବାକୁ ୭ ଜଣ ସଦସ୍ୟ ବିଶିଷ୍ଟ ଏକ ଟିମ୍ ରହିଛି। ଏହି ବଙ୍ଗଳାରେ କେବଳ ୩୦ ମିଲିୟନ୍ ଡଲାରର କାର୍ କଳେକସନ୍ ରହିଛି। ସବୁଜିମାରେ ଘେରି ରହିଥିବା ଏହି ବଙ୍ଗଳାର ଛାତ ଉପରେ ଏକ ସୁଇମିଂ ପୁଲ୍ ଅଛି, ଯେଉଁଠାରୁ ସହରର ଦୃଶ୍ୟ ଅତ୍ୟନ୍ତ ମନୋରମ ରହିଥାଏ।
ପ୍ରତ୍ୟେକ ଦେଶର ସମୟ ଦେଖାଉଥିବା ଲମ୍ବୋର୍ଗିନି ଘଣ୍ଟା ଏଠାରେ ସ୍ଥାପିତ ହୋଇଛି। ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାଣ୍ଡି ରୁମ ରହିଛି, ଯେଉଁଥିରେ ପ୍ରାୟ ଦୁଇ ଲକ୍ଷ ଡଲାର ମୂଲ୍ୟର ଚକୋଲେଟ୍ ରଖାଯାଇଛି। କେବଳ ସେତିକି ନୁହେଁ, ଐତିହାସିକ ବନ୍ଧୁକଠାରୁ ଆରମ୍ଭ କରି କୋଟି କୋଟି ଟଙ୍କା ପର୍ଯ୍ୟନ୍ତ ପୁରୁଣା ଘଣ୍ଟାର ସଂଗ୍ରହ ମଧ୍ୟ ଆପଣଙ୍କୁ ଏଠାରେ ଦେଖିବାକୁ ମିଳେ।
ଏହି ବିଳାସପୂର୍ଣ୍ଣ ବଙ୍ଗଳା ୩୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ହୋଇଛି। ଏଥିରେ ୧୨ ଟି ଶୟନ କକ୍ଷ ଏବଂ ୨୧ଟି ବାଥରୁମ ରହିଛି। ଏହି ବଙ୍ଗଳା କିଣିବାକୁ ଚାହୁଁଥିବା ବ୍ୟକ୍ତି ହେଲିପ୍ୟାଡରେ ଠିଆ ହୋଇଥିବା ହେଲିକପ୍ଟର ମଧ୍ୟ ପାଇ ପାରିବେ।

Leave a Reply

Your email address will not be published. Required fields are marked *