ନିଜ ମୃତ୍ୟୁ ବିଷୟରେ ପୂର୍ବରୁ ଜାଣିଥିଲେ ମହିଳା, ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ କାର୍ଡ ଛପେଇ ଅତିଥିଙ୍କୁ ପଠେଇଲେ

ନିଜ ମୃତ୍ୟୁ ବିଷୟରେ ପୂର୍ବରୁ ଜାଣିଥିଲେ ମହିଳା, ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ କାର୍ଡ ଛପେଇ ଅତିଥିଙ୍କୁ ପଠେଇଲେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୃତ୍ୟୁ ମଣିଷର ଅନ୍ତିମ ସତ୍ୟ ହୋଇଥିଲେ ହେଁ ମୃତ୍ୟୁ କେବେ ଆସିବ କେହି ଜାଣି ପାରନ୍ତି ନାହିଁ। ମୃତ୍ୟୁ ନିମିଷକ ମଧ୍ୟରେ ଆସେ ଏବଂ ଲୋକଙ୍କୁ ତାଙ୍କ ସାଙ୍ଗରେ ନେଇଯାଏ। କିନ୍ତୁ ସ୍ପେନରେ ଏପରି ଗୋଟିଏ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ଏଠାକାର ଜଣେ ମହିଳାଙ୍କୁ ନିଜ ମୃତ୍ୟୁ ବିଷୟରେ ପୂର୍ବରୁ ଜଣା ଥିଲା ବୋଲି କୁହାଯାଉଛି। ଯେଉଁଥି ପାଇଁ ସେ ନିଜେ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତ୍ରଣ କାର୍ଡ ପ୍ରିଣ୍ଟ୍ କରି ଏବଂ ସେଥିରେ ମନୋନୀତ ଅତିଥିଙ୍କ ନାମ ମଧ୍ୟ ତାଲିକା କରି ଲେଖିଥିଲେ। ଏହି ଅତିଥି ତାଲିକା ବ୍ୟତୀତ ଅନ୍ୟ କାହାକୁ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ଦିଆଯାଇନଥିଲା।
ପ୍ରକାଶିତ ଏକ ଖବର ଅନୁଯାୟୀ ସ୍ପେନରେ ରହୁଥିବା ମାରିଆ ପାଜ୍ ଫୁଏଣ୍ଟେସ୍ ଫର୍ଣ୍ଣାଣ୍ଡିସଙ୍କ ଜୁନ୍ ୨ ତାରିଖରେ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର କୌଣସି ସମ୍ପର୍କୀୟ ତାଙ୍କ ଅନ୍ତିମ ସଂସ୍କାରକୁ ଯାଇ ନଥିଲେ। କାରଣ, ମାରିଆ ନିଜେ ତାଙ୍କୁ ତାଙ୍କ ଅନ୍ତିମ ସଂସ୍କାରକୁ ଯିବା ପାଇଁ ବାରଣ କରିଥିଲେ। ମରିବା ପୂର୍ବରୁ ମାରିଆ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତ୍ରଣପତ୍ର କରି ଅତିଥିଙ୍କ ତାଲିକା ଚୂଡ଼ାନ୍ତ କରିଥିଲେ। ସେ କାର୍ଡରେ ସ୍ପଷ୍ଟ ଭାବରେ ଲେଖିଥିଲେ ଯେ ଏମାନଙ୍କ ବ୍ୟତୀତ ଅନ୍ତିମ ସଂସ୍କାରକୁ ଆଉ କେହି ଆସିବେ ନାହିଁ।
ମାରିଆ ତାଙ୍କ ଅନ୍ତିମ ସଂସ୍କାର କାର୍ଡରେ ମଧ୍ୟ ଏକ ବାର୍ତ୍ତା ଲେଖିଥିଲେ। ସେ ଲେଖିଛଥିଲେ ଯେ ମୁଁ ବଞ୍ଚିଥିବା ବେଳେ ମୋ ପରିବାର ମୋ ସହ କୌଣସି ସମ୍ପର୍କ ରଖିନଥିଲେ। ତେଣୁ ମୋ ମୃତ୍ୟୁ ପରେ ମଧ୍ୟ ସେମାନେ ଆସିବା ଜରୁରୀ ନୁହେଁ। କେବଳ ଯେଉଁମାନଙ୍କର ନାମ କାର୍ଡରେ ମୁଦ୍ରିତ ହୋଇଛି ମୋର ଅନ୍ତିମ ସଂସ୍କାରର ସେମାନେ ସାମିଲ ହେବେ। ମାରିଆଙ୍କ ବୟସ ପ୍ରକାଶ କରାଯାଇ ନାହିଁ, ସେ ତାଙ୍କ କାର୍ଡରେ ୧୫ ଜଣଙ୍କ ନାମ ଲେଖିଥିବାର ଜଣା ପଡ଼ିଛି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯେଉଁମାନେ ଜୀବିତ ଥିବା ସମୟରେ ମୋ ବିଷୟରେ ଚିନ୍ତା କରନ୍ତି ନାହିଁ, ମୁଁ ମରିଗଲେ ମଧ୍ୟ ଆସିବାର କୌଣସି ଆବଶ୍ୟକତା ନାହିଁ।
ମାରିଆଙ୍କ ଅନ୍ତିମ ସଂସ୍କାର କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି। କେତେକ ଲୋକ ତାଙ୍କ ଶେଷ ସମୟରେ ଏତେ ଶକ୍ତିଶାଳୀ ହୋଇଥିବାରୁ ମହିଳାଙ୍କ ସାହସୀ ବୋଲି ପ୍ରଶଂସା କରି କହିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଜୀବିତ ଥିବାବେଳେ ତାଙ୍କ ପରିବାର ତାଙ୍କୁ ଏକୁଟିଆ ଛାଡିଛନ୍ତି। ଏପରି ପରିସ୍ଥିତିରେ, ଶେଷ ମୁହୂର୍ତ୍ତରେ ଆସିବା ଏକ ଲଜ୍ଜାଜନକ ଘଟଣା ହୋଇଥାନ୍ତା। ଏଥିସହିତ ଜଣେ ମହିଳା ବ୍ୟବହାରକାରୀ ଲେଖିଛନ୍ତି ଯେ ସେ ମାରିଆଙ୍କ ଦୁଃଖ ଅନୁଭବ କରିପାରୁଛନ୍ତି। ଏହି ସମୟରେ, ଅନେକ ଲୋକ ମାରିଆଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ମଧ୍ୟ କରୁଛନ୍ତି। ତଥାପି, କିଛି ଲୋକ ଏହି ଧାରଣାକୁ ପସନ୍ଦ କରୁନଥିବାର ଦେଖିବାକୁ ମିଳିଛି। ଅନେକ ଲୋକ ଲେଖିଛନ୍ତି ଯେ ମନରେ ଘୃଣାକୁ ରଖି ମୃତ୍ୟୁ ହେଲେ ମୁକ୍ତି ମିଳେ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: