ବାସି ଭାତରେ କରନ୍ତୁ କେରାଟିନ୍ କେଶ ଚିକିତ୍ସା

ବାସି ଭାତରେ କରନ୍ତୁ କେରାଟିନ୍ କେଶ ଚିକିତ୍ସା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଝିଅମାନଙ୍କର ସେମାନଙ୍କ କେଶ ପ୍ରତି ବିଶେଷ ଦୁର୍ବଳତା ରହିଥାଏ। କେଶକୁ ଘନ ଓ କର୍ଷଣୀୟ କରିବା ପାଇଁ ସେମାନେ ବିଭିନ୍ନ ଉଅପୟ ଆପଣାଇ ଥାଆନ୍ତି। ଆଗରୁ କେତେକ ମହିଳାମାନେ ପାରମ୍ପରିକ ଉପାୟରେ କେଶକୁ ଚିକିତ୍ସା କରୁଥିବା ବେଳେ ଏବେ ପାର୍ଲର, ଦାମୀ ସେଲୁନ୍ ବା କଷ୍ଟମେଟିସ ଚିକିତ୍ସା ଅପଣାଉଛନ୍ତି। ତେବେ କୋମଳ, ରେଶମୀ ଏବଂ ସୁସ୍ଥ କେଶ ପାଇଁ କେରାଟିନ୍ ଚିକିତ୍ସା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ହେଲେ କେରାଟିନ୍ ହେୟାର ଟ୍ରିଟମେଣ୍ଟ ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥାଏ। ଏହାସହ ବର୍ତ୍ତମାନ କରୋନା ମହାମାରୀ ପରିସ୍ଥିତିରେ ବାହାରକୁ ବହରିବା ଉପରେ ମଧ୍ୟ କଟକଣା ଲାଗିଥିବାରୁ ସେଲୁନ୍ କିମ୍ବା ପାର୍ଲରକୁ ଯିବା ସମ୍ଭବ ନୁହେଁ। କିନ୍ତୁ ଆପଣ ଘରେ ବସି କେବଳ ବାସି ଭାତ ସାହାଯ୍ୟରେ ଆପଣଙ୍କ କେଶକୁ କେରାଟିନ୍ ଚିକିତ୍ସା ଦେଇପାରିବେ। ଯାହାଦ୍ଵାରା କେବଳ ଆପଣଙ୍କ କେଶ ସୁସ୍ଥ ରହିବ ତାହା ନାହିଁ, ବରଂ ଆପଣଙ୍କର ଟଙ୍କା ମଧ୍ୟ ବଞ୍ଚି ଯିବ। ତେବେ ଆସନ୍ତୁ ଜାଣିବା କିପରି ବାସି ଭାତ ସାହାଯ୍ୟରେ ଘରେ କେରାଟିନ୍ କେଶ ଚିକିତ୍ସା କରାଯାଇପାରିବ।
ଚାଉଳରେ ସେହି ସମସ୍ତ ପ୍ରକାର ପୁଷ୍ଟିକର ଗୁଣ ଅଛି ଯାହା ଆପଣଙ୍କ କେଶ ପାଇଁ ଜରୁରୀ। ଏହା କେରାଟିନ୍ ପ୍ରୋଟିନ୍ କିମ୍ବା ଭିଟାମିନ୍ ‘ଇ’ ଏବଂ ଭିଟାମିନ୍ ‘ବି’ରେ ଭର ପୁର ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା ଆପଣଙ୍କ କେଶ ଆବଶ୍ୟକୀୟ ପ୍ରୋଟିନ୍ ପାଇଥାଏ ଏବଂ ମୋଟା, ଶକ୍ତିଶାଳୀ, ନରମ ଓ ସୁସ୍ଥ ରହିଥାଏ।
ଆବଶ୍ୟକ ଉପାଦାନ:-
ବାସି ଭାତ
ନଡ଼ିଆ କ୍ଷୀର (ନଡିଆ କ୍ଷୀର)
ଅଣ୍ଡାର ଧଳା ଅଂଶ
ଅଲିଭ୍ ତେଲ କିମ୍ବା ଘରେ ଥିବା ଯେକୌଣସି କେଶ ଲଗା ତେଲ
ପ୍ରଣାଳୀ:-
କେରାଟିନ୍ କେଶ ଚିକିତ୍ସାରେ ସର୍ବପ୍ରଥମେ, ୨ ରୁ ୩ ବଡ ଚାମଚ ବାସି ଚାଉଳ ନେଇ ସେଥିରେ ୨ ଚାମଚ ନଡ଼ିଆ କ୍ଷୀର ମିଶାନ୍ତୁ। ଯଦି ଆପଣଙ୍କ ପାଖେ ନଡ଼ିଆ କ୍ଷୀର ନାହିଁ, ତେବେ ଆପଣ ଏକ ଗ୍ରାଇଣ୍ଡର ସାହାଯ୍ୟରେ ନଡ଼ିଆକୁ ଗ୍ରାଇଣ୍ଡ୍ କରିପାରିବେ। ସେହି ମିଶ୍ରଣରେ ଅଣ୍ଡାର ଧଳା ଅଂଶ ଏବଂ ୧ ଚାମଚ ଅଲିଭ୍ ତେଲ ମିଶାଇ ଭଲ ଭାବରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ସାମାନ୍ୟ ସାମ୍ପୁ ସାହାଯ୍ୟରେ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ। ବର୍ତ୍ତମାନ ଏହି ପେଷ୍ଟକୁ ପାନିଆ କିମ୍ବା ହାତ ସାହାଯ୍ୟରେ କେଶରେ ଭଲ ଭାବରେ ଲଗାନ୍ତୁ। କେଶରେ ପେଷ୍ଟ ଲଗାଇବା ପରେ ଖୋଲା ରଖନ୍ତୁ। ୪୦-୪୫ ମିନିଟ୍ ପରେ ଅଳ୍ପ ସାମ୍ପୋ ଦ୍ଵାରା କେଶ ଧୋଇ ଦିଅନ୍ତୁ। ଘରେ ତିଆରି କେରାଟିନ୍ ହେୟାର ମାସ୍କ ପ୍ରୟୋଗ କରିବାର ମାତ୍ର ତିନି ଦିନ ପରେ କେଶକୁ ଭଲ ଭାବେ ସାମ୍ପୋ କରନ୍ତୁ ଏବଂ ଅଧ ଘଣ୍ଟା ପରେ ଏହାକୁ ସାମାନ୍ୟ ସାମ୍ପୁରେ ଧୋଇ ଦିଅନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: