ଦ୍ଵୀପ ନୁହେଁ ବିଲେଇଙ୍କ ସ୍ବର୍ଗ, ରହିଛି ଦାମୀ ସୁବିଧା

ଦ୍ଵୀପ ନୁହେଁ ବିଲେଇଙ୍କ ସ୍ବର୍ଗ, ରହିଛି ଦାମୀ ସୁବିଧା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଲେଇମାନଙ୍କୁ ସାଧାରଣତଃ ଆମ ସମାଜରେ ଅଶୁଭ ବୋଲି ବିବେଚନା କରାଯାଏ। ଲୋକମାନେ ଭାବନ୍ତି ଯେ ବିଲେଇ ଦେଖିଲେ କାମ ବିଗିଡି ଯାଏ, କିନ୍ତୁ ଦୁନିଆରେ ଅନେକ ବିଲେଇ ପ୍ରେମୀ ଅଛନ୍ତି। ଏହିପରି ଲୋକଙ୍କ ପାଇଁ ଜାପାନରେ ଏକ ପ୍ରସିଦ୍ଧ ଦ୍ୱୀପପୁଞ୍ଜ ଅଛି, ଯେଉଁଠାରେ ମଣିଷ ଅପେକ୍ଷା ଅଧିକ ବିଲେଇ ରୁହନ୍ତି। ଏହି ଦ୍ଵୀପପୁଞ୍ଜ ସାରା ଦୁନିଆରେ ଆଓସିମା ଏବଂ ତାସିରୋଜିମା ଦ୍ଵୀପପୁଞ୍ଜ ଭାବେ ଜଣାଶୁଣା।
ଆଓସିମା ହେଉଛି ଜାପାନର ସବୁଠାରୁ ପ୍ରସିଦ୍ଧ ବିଲେଇ ଦ୍ୱୀପ। ଏହାକୁ ଲୋକମାନେ “ବିଲେଇମାନଙ୍କ ଦ୍ୱୀପ” ବୋଲି ଖୁସିରେ କହିଥାନ୍ତି।କାରଣ ଏହି ଦ୍ୱୀପରେ କେବଳ ୧୫-୨୦ ଜଣ ଲୋକ ବାସ କରୁଥିବା ବେଳେ ୧୩୦ରୁ ଅଧିକ ବିଲେଇ ଅଛନ୍ତି, ଯାହା ମାନବ ଜନସଂଖ୍ୟାର ପ୍ରାୟ ୬ ଗୁଣ ଅଟେ। ଏହି ଦ୍ୱୀପଟି ଦକ୍ଷିଣ ଜାପାନର ଏହାଇମ୍ ପ୍ରିଫେକ୍ଟରରେ ଅବସ୍ଥିତ। ଦ୍ଵୀପର ଲମ୍ବ ପ୍ରାୟ ୧.୬ କିଲୋମିଟର। ଜାହାଜରେ ମୂଷାଙ୍କ ମୁକାବିଲା ପାଇଁ ବିଲେଇମାନଙ୍କୁ ଏଠାକୁ ପ୍ରଥମେ ଅଣାଯାଇଥିଲା। ଏହା ପରେ ବିଲେଇମାନେ ଦ୍ୱୀପରେ ବାସ କରିବା ଆରମ୍ଭ କଲେ ଏବଂ ସେମାନଙ୍କର ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଲା।
ତେବେ ଏହି ଦ୍ୱୀପ ପର୍ଯ୍ୟଟନ ସ୍ଥଳ ନୁହେଁ। ଦ୍ୱୀପରେ କୌଣସି କାର, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଭେଣ୍ଡିଂ ମେସିନ୍ ମଧ୍ୟ ନାହିଁ। ସେଠାରେ ରହୁଥିବା ଅଧିକାଂଶ ବାସିନ୍ଦା ବୃଦ୍ଧ ଅଟନ୍ତି, ଯେଉଁମାନେ ସେଠାକୁ ଆସୁଥିବା ଲୋକଙ୍କୁ ବିଲେଇମାନଙ୍କଠାରୁ ଦୂରେଇ ରଖନ୍ତି ନାହିଁ କିନ୍ତୁ ସେଠାକୁ ଯାଉଥିବା ଲୋକଙ୍କୁ କୁହାଯାଏ ଯଦି ସେମାନେ ଦ୍ୱୀପକୁ ଯାଉଛନ୍ତି ତେବେ ସେଠାରେ ରହୁଥିବା ବୟସ୍କମାନଙ୍କୁ ବିବ୍ରତ କରିବେ ନାହିଁ କି ବିଲେଇମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ ନାହିଁ। କାରଣ ପ୍ରତ୍ୟେକ ଦିନ ସେଠାରେ ରହୁଥିବା ଲୋକମାନେ ସେମାନଙ୍କୁ ଖାଇବାକୁ ଦିଅନ୍ତି।
ତାସିରୋଜିମା ଦ୍ଵୀପ ଜାପାନର ଅନ୍ୟ ଏକ ପ୍ରସିଦ୍ଧ ବିଲେଇ ଦ୍ୱୀପ। ଏହି ଦ୍ୱୀପରେ ଲୋକଙ୍କ ଜନସଂଖ୍ୟା ବହୁତ କମ୍ କିନ୍ତୁ ଦ୍ୱୀପରେ ୧୦୦ ରୁ ଅଧିକ ବିଲେଇ ଅଛନ୍ତି। ଦ୍ୱୀପରେ ରେଶମ ଉତ୍ପାଦନ ପାଇଁ ରେଶମ କୀଟ ପାଳନ କରାଯାଇଥାଏ। ଯାହା ପ୍ରାକୃତିକ ଭାବରେ ମୂଷା ଦ୍ୱାରା ଶିକାର ହୁଏ। ସେଥିପାଇଁ ବିଲେଇମାନେ ମୂଷାର ଜନସଂଖ୍ୟାକୁ ଏଠାରେ କମ ରଖିବାରେ ସାହାଯ୍ୟ କରନ୍ତି।
ବର୍ଷ ବର୍ଷ ଧରି ଏଠାରେ ରହିଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ବିଲେଇମାନଙ୍କୁ ଖାଇବାକୁ ଦେବା ଦ୍ଵାରା ଧନ ପ୍ରାପ୍ତି ସହ ଶୁଭଫଳ ମିଳିଥାଏ। ସେଠାକାର ଅଧିକାଂଶ ଲୋକ ବିଲେଇମାନଙ୍କର ବହୁତ ଭଲ ଯତ୍ନ ନିଅନ୍ତି ଏବଂ ବିଲେଇମାନେ ଦ୍ୱୀପ ପାଇଁ ଏକ ପ୍ରକାର ଭାଗ୍ୟ ହୋଇଯାଇଛନ୍ତି। ଏହି କାରଣରୁ ଦ୍ୱୀପରେ କୁକୁର ପୋଷିବା ବା ପ୍ରବେଶ ମନା ହୋଇଛି। ଏହି ଦ୍ୱୀପର ମଧ୍ୟଭାଗରେ ନେକୋ-ଜିଞ୍ଜା ନାମକ ଏକ ବିଲେଇ ମନ୍ଦିର ଅଛି, ଯାହା ଦୁଇଟି ଗ୍ରାମ ମଧ୍ୟରେ ଅବସ୍ଥିତ। ଏହି ମନ୍ଦିରଟି ପଥର ଖସିବା କାରଣରୁ ମୃତ୍ୟୁ ହୋଇଥିବା ବିଲେଇମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: