କୋଟି କୋଟି ସଂଖ୍ୟାରେ ମଶା ଛାଡ଼ିବାକୁ ଯୋଜନା କରିଛି ବିଶ୍ଵର ଏହି ଶକ୍ତିଶାଳୀ ଦେଶ, ଜାଣନ୍ତୁ କାରଣ କଣ?

କୋଟି କୋଟି ସଂଖ୍ୟାରେ ମଶା ଛାଡ଼ିବାକୁ ଯୋଜନା କରିଛି ବିଶ୍ଵର ଏହି ଶକ୍ତିଶାଳୀ ଦେଶ, ଜାଣନ୍ତୁ କାରଣ କଣ?

ମଶା ଛୋଟ ଜୀବ ହେଲେ ମଧ୍ୟ ମଣିଷମାନଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଥାଏ। ଅନେକ ସମୟରେ ମଣିଷ ମୃତ୍ୟୁ କାରଣ ହୋଇଥାଏ ମଶା। ତେଣୁ ପ୍ରତ୍ୟେକ ଦେଶରେ ମଶା ମାରିବା ପାଇଁ ଯୋଜନା କରାଯାଇଥାଏ। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି କୋଟି କୋଟି ମଶା ଛଡ଼ା ଯିବାକୁ ଯୋଜନା କରାଯାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିପାଇଁ ଲ୍ୟାବରେ ମଶା ପ୍ରସ୍ତୁତ ମଧ୍ୟ ହେଉଛି।ବ୍ରିଟେନର ଏକ କମ୍ପାନୀ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଯୋଜନା ଅନୁଯାୟୀ ଆମେରିକାର କାଲିଫର୍ନିଆ ରାଜ୍ୟରେ ବହୁ ସଂଖ୍ୟକ ମଶା ଛଡ଼ା ଯିବ। ଏହି ମଶାମାନେ କୋଟି କୋଟି ସଂଖ୍ୟାରେ , କିନ୍ତୁ ସେମାନଙ୍କର ନିଜର କିଛି ବିଶେଷତା ମଧ୍ୟ ରହିବ କାରଣ ଏହା ସ୍ୱତନ୍ତ୍ର ଲ୍ୟାବରୁ ପ୍ରସ୍ତୁତ ହୋଇ ପରିବେଶରେ ଛଡାଯିବେ। ସେମାନଙ୍କର କାମ ମଶାର ଜନସଂଖ୍ୟା ବୃଦ୍ଧି କରିବା, କିନ୍ତୁ ଟିକିଏ ଭିନ୍ନ ଉପାୟରେ।ମଶା ଛାଡିବାର କାରଣ କ’ଣ?ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, କାହିଁକି ମଶା ଛଡା ଯାଉଛି? ଅକ୍ସିଟେକ୍ ନାମକ ଏକ ବ୍ରିଟିଶ୍ କମ୍ପାନୀରେ କାର୍ଯ୍ୟ କରୁଥିବା ଜୀବବିଜ୍ଞାନୀମାନେ ଲାବୋରେଟୋରୀରେ ଏକ ସ୍ୱତନ୍ତ୍ର ପୁରୁଷ ମଶା ପ୍ରସ୍ତୁତ କରିଛନ୍ତି। ଏହି ମଶା ଦେହରେ ଏକ ବିଶେଷ ପ୍ରକାରର ପ୍ରୋଟିନ୍ ରହିଛି, ଯାହା କେବଳ ଏବଂ କେବଳ ପୁରୁଷ ମଶାମାନଙ୍କୁ ଜନ୍ମ ଦେବ। ଏପରି ପରିସ୍ଥିତିରେ, ଯେତେବେଳେ ସେମାନେ କାଲିଫର୍ନିଆ ଷ୍ଟେଟର ଜଙ୍ଗଲରେ ମୁକ୍ତ ହେବେ, ସେତେବେଳେ ମାଇ ମଶା ବଦଳରେ ପୁରୁଷ ମଶାଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ଏବଂ ସେମାନେ ମାରାତ୍ମକ ରୋଗ ବିସ୍ତାର କରନ୍ତି ନାହିଁ।ମାଇ ମଶାଙ୍କ ସଂଖ୍ୟା ହ୍ରାସ କରିବାକୁ ଯୋଜନା:ଏହି ସମଗ୍ର ପ୍ରକଳ୍ପ ପଛରେ କେବଳ ଗୋଟିଏ ଲକ୍ଷ୍ୟ ଅଛି – ଏଡ୍ସ ଏଜିପ୍ଟି ମଶା ସଂଖ୍ୟା ହ୍ରାସ କରିବା। କାରଣ ଏହି ମଶା କାମୁଡ଼ିବା ଦ୍ଵାରା ଅନେକ ବିପଜ୍ଜନକ ରୋଗ ବିସ୍ତାର ହୋଇଥାଏ। ଜିକା, ଚିକୁନଗୁନିଆ ଏବଂ ୟେଲୋ ଫିବର୍ ଭଳି ରୋଗ ଏଡିସ୍ ଏଜିପ୍ଟି ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ତେବେ ଲ୍ୟାବରେ ପ୍ରସ୍ତୁତ ଜେନେଟିକ୍ ରୂପାନ୍ତରିତ ମଶା ଜଙ୍ଗଲକୁ ଆସିବା ଦ୍ଵାରା ସେମାନଙ୍କର ପ୍ରଜନନ ହର ହ୍ରାସ ପାଇବ। ବୈଜ୍ଞାନିକମାନେ ଯୁକ୍ତି କରନ୍ତି ଯେ ଏହା ବିପଦପୂର୍ଣ୍ଣ ମଶାଙ୍କ ସଂଖ୍ୟାକୁ ବହୁତ କମ କରିବ। ଆମେରିକାର ପରିବେଶ ସୁରକ୍ଷା ଏଜେନ୍ସି ମଧ୍ୟ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛି। ତେବେ ଏହା ଖୁବ୍ ଶିଘ୍ର କାର୍ଯ୍ୟକାରୀ କରାଯିବା ବୋଲି ଜଣାପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: