ଘରେ ତିଆରି କରନ୍ତୁ ଦୋକାନ ଭଳି ମିଠା ଲସି

ଘରେ ତିଆରି କରନ୍ତୁ ଦୋକାନ ଭଳି ମିଠା ଲସି

ଖରାଦିନ ଆସିଲେ ଲସିର ଡିମାଣ୍ଡ କାହିଁରେ କଣ ବଢ଼ିଯାଏ । ଶରୀରକୁ ହାଇଡ୍ରେଟ୍ ରଖିବାକୁ ଥଣ୍ଡା ଜାତୀୟ ପାନୀୟ ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଆଉ ସେହି ଥଣ୍ଡା ପାନୀୟ ଲିଷ୍ଟ୍ ରେ ସବୁଠୁ ଆଗରେ ଥାଏ ଲସି । ତେବେ ସବୁଦିନ ବଜାରକୁ ଯାଇ ଲସି ପିଇବା ସମ୍ଭବ ହୋଇନଥାଏ। ଏହାସହ ବଜାର ଲସି ସ୍ଵାଦିଷ୍ଟ ହେଲେ ମଧ୍ୟ ମନ ଭରି ନଥାଏ। ଯେତିକି ଟଙ୍କା ଦେବ ସେତିକିରେ ଲସି ପିଇବ। କିନ୍ତୁ ଯଦି ଆପଣ ବଜାର ଷ୍ଟାଇଲର ଲସି ମନ ଭରି ପିଇବାକୁ ଚାହାନ୍ତି ତେବେ କମ ଖର୍ଚ୍ଚରେ ଓ ପରିଷ୍କାର ଭାବେ ଘରେ ତିଆରି କରି ପାରିବେ। ଦୋକାନ ସ୍ୱାଦର ଲସି କେମିତି ତିଆରି କରିବେ ଆମେ ଆପଣଙ୍କୁ କହୁଛୁ।ଆବଶ୍ୟକ ସାମଗ୍ରୀ:ଦହି ୨ କପ,କ୍ଷୀର ଗୋଟେ କପ୍, ଅଳ୍ପ ବରଫ, ଚିନି ୫୦ ଗ୍ରାମ, ଗୁଜୁରାତି ଗୁଣ୍ଡ ଅଧ ଚାମଚ, କେଶର ୪/୫ ଟି ଦାନା, ସଜେଇବା ପାଇଁ ଚେରି, ପେସ୍ତାବାଦମ୍, ଖୁଆ ଦେଢ଼ ଚାମଚ।ପ୍ରସ୍ତୁତି ପ୍ରଣାଳୀ:ଦହି ଏବଂ ଚିନିକୁ ଏକ ମିକ୍ସଚର୍ ଜାରରେ ରଖି ଗ୍ରାଇଣ୍ଡିଂ କରନ୍ତୁ, କିମ୍ବା ଗୋଟିଏ ପାତ୍ରରେ ରଖି ମନ୍ଥନି ସାହାଯ୍ୟରେ ଛାଞ୍ଚ ବାହାରିବା ପର୍ଯ୍ୟନ୍ତ ଗୋଳାନ୍ତୁ। ବର୍ତ୍ତମାନ ଏଥିରେ ବରଫ କ୍ୟୁବ୍ ମିଶାନ୍ତୁ ଏବଂ ବରଫ ମିଶ୍ରିତ ହେବା ପର୍ଯ୍ୟନ୍ତ ମିକ୍ସର୍ କୁ ପୁଣି ଥରେ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦୋକାନ ସ୍ୱାଦର ମିଠା ଲସି। ଥଣ୍ଡା ଲସିକୁ ଗ୍ଲାସ୍ କୁ ଆଡେଇ ସଜାଇ ପରସନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: