ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା

ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ଅପରାଜିତାଙ୍କୁ ନଡକାଯିବା ଘଟଣା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅପରାଜିତା ଭୁବନେଶ୍ୱର ସାଂସଦ ହୋଇଥିବା ବେଳେ ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି ସାଂସଦ ଅପରାଜିତା । ରାଜଧାନୀର ଲୋକପ୍ରତିନିଧି ଭାବରେ ନିମନ୍ତ୍ରଣ ପାଇବା ପାଇଁ ତାଙ୍କର ଅଧିକାରୀ ଅଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।ଏହା କଣ ସଂସ୍କାର କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ଏହି ଘଟଣାରେ ପଛରେ ଯେଉଁ ମାନଙ୍କ ହାତ ଅଛି ସେମାନଙ୍କୁ ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିଠି ମାଧ୍ୟମରେ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।ସୂଚନା ଅନୁସାରେ ଆଜି ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ୭୪ ତମ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଛି ।ଏଥିରେ ସମସ୍ତ ମନ୍ତ୍ରୀ ଓ ବିଧାୟକ , ମେୟର ଓ ସଚ୍ଚିବ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଏଥରୁ ବାଦ୍ ପଡିଥିଲେ । ତାଙ୍କୁ କାହିଁକି ଡକାଗଲାନାହିଁ ବୋଲି ଟ୍ୱିଟ କିର ଜଣାଇଥିଲେ ଅପରାଜିତା ।ଏବେ ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: