ଏହି ଦେଶରେ ଦେଖିବାକୁ ମିଳେନି ଗୋଟିଏ ବି ସାପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାପର ନାଁ ଶୁଣିଲେ ଅନେକ ଲୋକଙ୍କ ହୃଦୟ ଡରରେ ଥରି ଉଠେ। ସାପ ପୃଥିବୀର ସବୁଠାରୁ ବିପଜ୍ଜନକ ଜୀବ ବୋଲି ବିବେଚନା କରାଯାଏ। ବ୍ରାଜିଲ ସାରା ବିଶ୍ୱରେ ସାପର ଦେଶ ଭାବରେ ଜଣାଶୁଣା। କାରଣ ଏଠାରେ ଏତେ ସାପ ଦେଖା ଯାଆନ୍ତି ଯେ ଦୁନିଆର ଅନ୍ୟ କୌଣସି ସ୍ଥାନରେ ପାଇବେ ନାହିଁ। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି, ଯାହା ସମ୍ପୂର୍ଣ୍ଣ ‘ସାପହୀନ’, ଅର୍ଥାତ୍ ଏଠାରେ ଗୋଟିଏ ବି ସାପ ନାହାନ୍ତି। ହଁ, ଆୟର୍ଲାଣ୍ଡ ଏପରି ଏକ ଦେଶ ଯେଉଁଠାରେ ସାପ ଜମାରୁ ନାହିଁ, କିନ୍ତୁ ଯଦି ଆପଣ ଏହା ପଛର ରହିଥିବା କାରଣ ଜାଣିବେ ଅଧିକ ଆଶ୍ଚର୍ଯ୍ୟ ହୋଇଯିବେ।
ସାପ ନମିଳିବା ପଛର କାରଣ ଏକ କିମ୍ବଦନ୍ତୀ ରହିଥିବାର କୁହାଯାଏ। କୁହାଯାଏ ଯେ ଆୟର୍ଲାଣ୍ଡରେ ଖ୍ରୀଷ୍ଟିଆନ ଧର୍ମର ସୁରକ୍ଷା ପାଇଁ ସେଣ୍ଟ ପାଟ୍ରିକ୍ ନାମକ ଜଣେ ସାଧୁ ଏକାସାଙ୍ଗରେ ସମଗ୍ର ଦେଶର ସାପକୁ ଘେରି ଏହି ଦ୍ୱୀପରୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ। ସେ ୪୦ ଦିନ ଭୋକରେ ରହିବା ପରେ ଏହି କାର୍ଯ୍ୟ ସମାପ୍ତ କରିଥିଲେ। ତଥାପି, ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଆୟର୍ଲାଣ୍ଡରେ କେବେ ବି ସାପ ନଥିଲା। ଜୀବାଶ୍ମ ରେକର୍ଡ ବିଭାଗରେ କୌଣସି ପ୍ରମାଣ ନାହିଁ ଯେ ଆୟର୍ଲାଣ୍ଡରେ କେବେ ସାପ ଥିଲେ ବୋଲି। ଆୟର୍ଲାଣ୍ଡରେ ସାପର ଅନୁପସ୍ଥିତି ବିଷୟରେ ଏକ କାହାଣୀ ମଧ୍ୟ ଅଛି ଯାହା ପୂର୍ବରୁ ଏଠାରେ ସାପ ଦେଖିବାକୁ ମିଳିଥିଲା, କିନ୍ତୁ ଅତ୍ୟଧିକ ଥଣ୍ଡା ହେତୁ ସେମାନେ ବିଲୁପ୍ତ ହୋଇଯାଇଥିଲେ। ସେବେଠାରୁ ଅନୁମାନ କରାଯାଉଥିଲା ଯେ କେବଳ ଥଣ୍ଡା ହେତୁ ଏଠାରେ ସାପ ମିଳୁନାହିଁ।

Leave a Reply

Your email address will not be published. Required fields are marked *