ନଦୀ ନା ଇନ୍ଦ୍ରଧନୁ ! ୫ଟି ରଙ୍ଗରେ ପ୍ରବାହିତ ହେଉଛି ନଦୀ

ନଦୀ ନା ଇନ୍ଦ୍ରଧନୁ ! ୫ଟି ରଙ୍ଗରେ ପ୍ରବାହିତ ହେଉଛି ନଦୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆର ଅନେକ ନଦୀ ବିଷୟରେ ଆପଣ ଶୁଣିଥିବେ ବା ଦେଖିଥିବେ ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭୁତ ନଦୀ ବିଷୟରେ କହୁଛୁ ଯେଉଁଥିରେ ୫ ଟି ରଙ୍ଗ ଦେଖିବାକୁ ମିଳେ। ସାଧାରଣତଃ ନଦୀ ପାଣି ରଙ୍ଗ ନୀଳ କିମ୍ବା ଧଳା ହୋଇଥାଏ। ଯଦି ସୂର୍ଯ୍ୟଙ୍କ ଟାଣ ଖରା ତା ଉପରେ ପଡୁଛି, ତେବେ କେବେ କେବେ ପାଣି ଅକ୍ସି ଦେଖାଯାଇଥାଏ। ଯଦି ଆଖପାଖ ଅନ୍ଧକାର ହୋଇଥାଏ କିମ୍ବା ଜଳ ଅପରିଷ୍କାର ହୋଇଥାଏ ତେବେ ନଦୀ ଜଳର ରଙ୍ଗ କଳା ଦେଖାଯାଏ। କିନ୍ତୁ ଦକ୍ଷିଣ ଆମେରିକା, କଲମ୍ବିଆ ମହାଦେଶରେ ଏପରି ଏକ ନଦୀ ଅଛି, ଯାହାର ଜଳ ୫ ଟି ରଙ୍ଗର ହୋଇଥାଏ। ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟି ଥିବା ବେଳେ ଦେଖିବାକୁ ବହୁତ ସୁନ୍ଦର। ଏହି ନଦୀର ନାମ ହେଉଛି କାନୋ କ୍ରିଷ୍ଟାଲସ୍, ଯାହା ଏକ ସ୍ପାନିସ୍ ଶବ୍ଦ। ଇଂରାଜୀରେ ଏହାର ଅର୍ଥ କ୍ରିଷ୍ଟାଲ୍ ଚ୍ୟାନେଲ୍।


ଏହି ନଦୀ ପାଣିର ରଙ୍ଗ ସାଧାରଣତଃ ବର୍ଷର ଅଧିକାଂଶ ସମୟ ଅନ୍ୟ ନଦୀ ଭଳି ହୋଇଥାଏ। କିନ୍ତୁ ବର୍ଷର କିଛି ମାସ ଏହି ନଦୀ ହଠାତ୍ ରଙ୍ଗ ବଦଳାଇବା ଆରମ୍ଭ କରେ। ସେହି ସମୟରେ ଏହାକୁ ଦେଖିଲେ ସ୍ୱର୍ଗ ଭଳି ଅନୁଭବ ହୁଏ। ନଦୀକୁ ଯେକେହି ଦେଖିଲେ ଭାବି ଯେପରି ଇନ୍ଦ୍ରଧନୁ ନଦୀରେ ଅବତରଣ କରିଛି କିମ୍ବା କୌଣସି ଚିତ୍ରକର ଏହାକୁ ନିଜ ତୂଳୀରେ ସୁନ୍ଦର ରଙ୍ଗ ଦେଇ ସଜେଇଛି। ସେହି ଅଞ୍ଚଳର ବର୍ଷା ଏବଂ ଗ୍ରୀଷ୍ମ ଋତୁ ମଝିରେ କିଛି ମାସ ଏଭଳି ଅଭୁତ ଦୃଶ୍ୟ ଦେଖିବାକୁ ମିଳେ। ସାଧାରଣତଃ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏହା ଦେଖିବାକୁ ମିଳେ। ତେବେ ଏହି ନଦୀ ପାଣି ରଙ୍ଗୀନ ହେବା ପଛରେ ଗୋଟିଏ ଗଛ ଦାୟୀ। ନଦୀ ଶଯ୍ୟାରେ ଲୁଚି ରହିଥିବା ଉଦ୍ଭିଦ ମାକାରିନା କ୍ଲାଭିଗେରା ବଢିବା ଆରମ୍ଭ କରିବା ସହ ଗାଢ଼ ଲାଲ୍ ରଙ୍ଗ ହେବାକୁ ଲାଗିଥାଏ। ଏହି ଗଛ ଧୀରେ ଧୀରେ ବାକି ରଙ୍ଗଗୁଡ଼ିକ ମଧ୍ୟ ଧାରଣ କରିଥାଏ, ଯେପରି – ହଳଦିଆ, ନୀଳ, କମଳା ଏବଂ ସବୁଜ। ଏହି ଗଛର ପାଞ୍ଚଟି ରଙ୍ଗର ମିଶ୍ରଣରେ ସୃଷ୍ଟି ହେଉଥିବା ଆହୁରି ଅନେକ ରଙ୍ଗ ମଧ୍ୟ ପାଣିରେ ଦେଖାବାକୁ ମିଳେ। ବାସ୍ତବରେ, ବର୍ଷା ଋତୁରେ, ନଦୀର ଜଳ ଏତେ ଗଭୀର ଏବଂ ଦ୍ରୁତ ଗତିରେ ପ୍ରବାହିତ ହୁଏ ଯେ ଏହି ଉଦ୍ଭିଦକୁ ଅଧିକ ସୂର୍ଯ୍ୟ କିରଣ ପହଞ୍ଚେ ନାହିଁ, ଯାହା କି ଲାଲ ହେବାରେ ସାହାଯ୍ୟ କରେ। ସେହିଭଳି ଶୁଷ୍କ ବା ଗ୍ରୀଷ୍ମ ଋତୁରେ, ଜଳ ଏତେ କମ୍ ହୋଇଯାଏ ଯେ ଏଥିରେ କୌଣସି ଉଦ୍ଭିଦ ବଞ୍ଚି ରହିବା ସମ୍ଭାବନା କମ୍ ଥାଏ। ତେଣୁ, ରଙ୍ଗର ଏହି ଚମତ୍କାର ଦୃଶ୍ୟ ସେହି ମଧ୍ୟବର୍ତ୍ତୀ ମାସଗୁଡିକର ଦେଖିବାକୁ ମିଳେ, ଯେତେବେଳେ ଜଳସ୍ତର ସ୍ଥିର ହୁଏ ଏବଂ ଯାହାର ପ୍ରଭାବରେ ଉଦ୍ଭିଦମାନେ ଜୀବିତ ହେବାକୁ ଲାଗନ୍ତି। ଏବଂ ହାଲୁକା ସୂର୍ଯ୍ୟ କିରଣ ସେମାନଙ୍କ ନିକଟରେ ପହଞ୍ଚେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: