ବୁଢ଼ା ବୟସରେ ରାସଲୀଳା, ଧରାପଡ଼ିବା ପରେ ହେଲା ଏପରି ଦଶା…

ବୁଢ଼ା ବୟସରେ ରାସଲୀଳା, ଧରାପଡ଼ିବା ପରେ ହେଲା ଏପରି ଦଶା…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କଥାରେ ଅଛି, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ ।  କେତେକ ବ୍ୟକ୍ତି ଥାଆନ୍ତି ସେମାନଙ୍କ ଖରାପ ଅଭ୍ୟାସ ବୁଢ଼ା ହେଲେ ବି ଛାଡ଼ନ୍ତି ନାହିଁ । ସେମିତି ଏକ ଘଟଣା ଆମେରିକାର ଫ୍ଲୋରିଡାରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ଲୁଚି ଲୁଚି ଝିଅମାନଙ୍କର ଫଟୋ ଉଠାଉଥିବା ସମୟରେ ଜଣେ ମହିଳା ତାଙ୍କୁ ଧରିଥିଲେ। ଫ୍ଲୋରିଡାର ସମୁଦ୍ରକୂଳର ଏହି ମାମଲା । ମହିଳା ଜଣକ ଏହି ବୃଦ୍ଧଙ୍କୁ ନିଜ ଝିଅମାନଙ୍କର ଫଟୋ ଉଠାଇବା ସମୟରେ ପ୍ରମାଣ ସହ ଧରିଥିଲେ । ଘଟଣାଟି ସୋସିଆଲ ମିଡିଆରେ ମହିଳା ଜଣକ ସେୟାର କରିବା ପରେ ଚର୍ଚ୍ଚା ଜୋର ଧରିଥିଲା। ଏହାସହ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ଜଣେ ମହିଳା ୨ ପୁରୁଷଙ୍କ ନିକଟକୁ ଆସୁଥିବା ଜଣାପଡିଛି । ଏହି ଲୋକମାନେ ନିଜ ମଧ୍ୟରେ କଥାବାର୍ତ୍ତା କରୁଛନ୍ତି।

ମହିଳାଙ୍କ ଅନୁଯାୟୀ, ଏହି ପୁରୁଷମାନଙ୍କ ମଧ୍ୟରୁ ଜଣେ ଲୁଚି ଲୁଚି ସମୁଦ୍ର କୂଳରେ ବୁଲୁଥିବା ଝିଅଙ୍କ ଫଟୋ ଉଠାଇଥିଲେ। ମହିଳା ଜଣକ ସମସ୍ତ ଫଟୋ ଡିଲିଟ୍ କରିବାକୁ ପୁରୁଷ ଜଣଙ୍କୁ କୁହନ୍ତି। ବ୍ୟକ୍ତି ତୁରନ୍ତ ପ୍ରସ୍ତୁତ ହୋଇ ଗୋଟିଏ ଫଟୋ ଡିଲିଟ୍ କରି ଦିଅନ୍ତି। ଏହି ସମୟରେ ମହିଳା ଜଣଙ୍କ ତାଙ୍କ ମୋବାଇଲକୁ ଦେଖି କହୁଛନ୍ତି ଯେ, ଏଠାରେ ଅନେକ ଫଟୋ ଅଛି। ସେଗୁଡ଼ିକୁ ଡିଲିଟ୍ କରନ୍ତୁ। ଏହା ପରେ ସେହି ବ୍ୟକ୍ତି ଆସି ହୋହାଲ୍ଲା କରନ୍ତି।

ତେବେ ପୁରୁଷଙ୍କ ମୋବାଇଲର ଅନେକ ଫଟୋ ଦେଖି ମହିଳା ଜଣଙ୍କ ତାଙ୍କ ଉପରେ ରାଗି ଯାଆନ୍ତି । ସେ ମୋବାଇଲରେ ତାଙ୍କର ଏବଂ ଝିଅମାନଙ୍କର ଫଟୋ ଖୋଜିବାକୁ ଲାଗନ୍ତି। ଏହା ପରେ ମହିଳା ଚିତ୍କାର କରି କହୁଛନ୍ତି ଯେ, ‘ବର୍ତ୍ତମାନ ଏହି ସମସ୍ତ ଫଟୋ ଡିଲିଟ୍ କର ।’ ମହିଳା ଜଣକ ସମୁଦ୍ର କୂଳରେ ଥିବା ଅନ୍ୟ ଝିଅମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ‘ଏହି ପୁରୁଷ ସମସ୍ତ ଝିଅମାନଙ୍କର ଫଟୋ ଉଠାଉଛନ୍ତି। ଏହା ଖରାପ କାମ। ତା’ପରେ ଲୋକଟି କହୁଛି, ମୋ ପାଖେ ତୁମର ଫଟୋ ନାହିଁ। ମହିଳା ତଥାପି ବିଶ୍ବାସ କରନ୍ତି ନାହିଁ ଏବଂ ଶେଷରେ ସମସ୍ତ ଫଟୋ ଡିଲିଟ୍ କରି ରୁହନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: