ପ୍ରଭାସଙ୍କ ‘ଆଦିପୁରୁଷ’ରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଲା !

ପ୍ରଭାସଙ୍କ ‘ଆଦିପୁରୁଷ’ରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଲା !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବିଗ୍ ବସ୍ ୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପ୍ରାୟତଃ ନିଜର ପର୍ସୋନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଆଜିକାଲି ସେ ନିଜ ୱେବ୍ ସିରିଜ୍ ‘ବ୍ରୋକେନ୍ ବଟ୍ ବିୟୁଟିଫୁଲ-‘ ପାଇଁ ଲାଇମ ଲାଇଟରେ ରହିଛନ୍ତି । ନିକଟରେ ୱେବ୍ ସିରିଜର ଟ୍ରେଲର ରିଲିଜ୍ ହୋଇଛି, ଯାହା ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ସାଉଣ୍ଟିବାରେ ସକ୍ଷମ ହୋଇଛି।  ଏଭଳି ପରିସ୍ଥିତିରେ ସିଦ୍ଧାର୍ଥଙ୍କ ଫ୍ୟାନଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ଶୁଣାଯାଉଛି ଯେ, ସିଦ୍ଧାର୍ଥ ଶୁକ୍ଲାଙ୍କୁ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ମଧ୍ୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଏକ ବିଶେଷ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି।

    ସୋସିଆଲ ମିଡିଆରେ ଚାଲିଥିବା ଖବର ଅନୁଯାୟୀ, ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁଯାୟୀ ସିଦ୍ଧାର୍ଥ ଶୁକ୍ଲାଙ୍କ ଫିଲ୍ମ ‘ଆଦିପୁରୁଷ’ରେ ରାବଣର ପରାକ୍ରମୀ ପୁତ୍ର ମେଘନାଦ’ର ଭୂମିକା ଦିଆଯାଇ ପାରେ। ତେବେ ଏ ପର୍ଯ୍ୟନ୍ତ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ ।  ତେବେ ଏହି ଖବର ପ୍ରକାଶ ପାଇବା ମାତ୍ରେ ଟ୍ୱିଟରରେ # Adipurush ଟ୍ରେଣ୍ଡ ଆରମ୍ଭ ହେବାକୁ ଲାଗିଛି। ଏହି ଖବର ଆସିବା ପରେ ପ୍ରଭାସଙ୍କ ସହ ସିଦ୍ଧାର୍ଥଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହିତ ହୋଇପଡିଛନ୍ତି।

https://www.instagram.com/p/CMTPP_Gn3Pg/

‘ଆଦିପୁରୁଷ’ ଏକ ବଡ଼ ବଜେଟ୍ ଚଳଚ୍ଚିତ୍ର, ଯେଉଁଥିରେ ପ୍ରଭାସ ପ୍ରଭୁ ରାମ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଓମ୍ ରାଉତ ଦେଉଥିବା ବେଳେ ଫିଲ୍ମର ନିର୍ମାତା ହେଲେ ଭୂଷଣ କୁମାର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ ୩୫୦ କୋଟିରୁ ୪୦୦ କୋଟି ମଧ୍ୟରେ ହେବ। ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ । ପ୍ରଭାସଙ୍କ ବ୍ୟତୀତ କ୍ରିତି ସାନନ, ସନ୍ନି ସିଂ ଏବଂ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏଥି ସହିତ ବର୍ତ୍ତମାନ ଫିଲ୍ମରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରବେଶ ଖବର ଶୁଣି ପ୍ରଶଂସକମାନେ ଆହୁରି ଉତ୍ସାହିତ ଅଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: