ମହିଳାଙ୍କୁ ଷ୍ଟାଇଲିସ୍ କରେ ବଲେରୀନା

ମହିଳାଙ୍କୁ ଷ୍ଟାଇଲିସ୍ କରେ ବଲେରୀନା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଫ୍ୟାସନ୍ ଦୁନିଆରେ ସମୟ କ୍ରମେ ଅନେକ ଜିନିଷ ଆସିଥାଏ ଏବଂ ଯାଇଥାଏ । ଏହି ଯିବାଆସିବା ଭିତରେ ଅନେକ  ପୁରୁଣା ଜିନିଷ ମଧ୍ୟ ଫ୍ୟାସନ ସହ ଯୋଡ଼ି ହୋଇଯାଇଥାଏ । କେବଳ ଯୋଡ଼ି ହୋଇଥାଏ ତାହା ନୁହେଁ, ଏହା ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟି ଯାଇଥାଏ । ଯାହା ବର୍ତ୍ତମାନ ବଲେରୀନା କ୍ଷେତ୍ରରେ ଦେଖା ଦେଇଛି । ଯଦି ଆପଣ  କ୍ୟୁଟ୍, ସ୍ମାର୍ଟ ର୍ଗାଲ ଲୁକସ୍ ସହ ପାଦର ଆରାମ ଚାହୁଁଛନ୍ତି । ତେବେ ଏଥି ପାଇଁ ସବୁଠୁ ଭଲ ହେବ ବଲେରୀନାକୁ ଆପଣାନ୍ତୁ…    

ବର୍ତ୍ତମାନ ଚପଲ ଫ୍ୟାସନରେ ବଲେରୀନା କ୍ଲାସିକ୍ ଷ୍ଟାଇଲି ବୋଲି କୁହାଯାଉଛି । ଏହା ସବୁ ସମୟରେ ଫ୍ୟାସନେବୁଲ ରହିବା ସହ ପାଦକୁ ସୁନ୍ଦର କରିଥାଏ । ଏଗୁଡ଼ିକ ସାଧା ରଙ୍ଗଠୁ ଆରମ୍ଭ କରି  ଫ୍ଲୋରାଲ ପ୍ରିଣ୍ଟିଂ, ଆନିମଲ ପ୍ରିଣ୍ଟିଂ  ପ୍ରଭୁତି ଡିଜାଇନ୍‌ର ବଜାରରେ ମିଳୁଛି । ବିଶେଷ କରି ସାଧା ଓ ଦୁଇଟି ରଙ୍ଗର ମିଶ୍ରଣର ବଲେରୀନାକୁ ଅଧିକ ଆଗ୍ରହୀ ହେଉଛନ୍ତି ଯୁବତୀ । କେବଳ ସେତିକି ନୁହେଁ, ଲେଦରରୁ ଆରମ୍ଭ କରି ୱାଟର ପ୍ରୁଫ୍‌ର ବଲେରୀନା ବଜାରରେ ମିଳୁଛି । ତେଣୁ ଏହାକୁ ଖରାରୁ ବର୍ଷା ସବୁ ଋତୁରେ ବି ପିନ୍ଧି ପାରିବେ ଆପଣ । ଏହାକୁ ପାଦକୁ ସୂର୍ଯ୍ୟ କିରଣ ଓ ସନ୍ ଟ୍ୟାନରୁ ବି ରକ୍ଷା କରିଥାଏ । ତେଣୁ ଖରାଦିନେ ଏହାର ବ୍ୟବହାର ବେଶ ଲାଭଦାୟକ । 

ଏହାକୁ  ପିନ୍ଧି  କଲେଜ, ଅଫିସ୍, ମାର୍କେଟ୍ ଓ ପାର୍ଟିକୁ ମଧ୍ୟ  ଯାଇପାରିବେ । ଏହା ଆପଣଙ୍କୁ ସବୁ ସମୟରେ ଷ୍ଟାଇଲିସ୍ ରଖିଥାଏ । ପାର୍ଟି ପାଇଁ ଗୋଲ୍‌ଡେନ୍ ରଙ୍ଗ ସହ ଷ୍ଟୋନ୍ କାମ ହୋଇଥିବା ବଲେରୀନା ପିନ୍ଧି ଯାଆନ୍ତୁ ବେଶି ସୁନ୍ଦର ଓ ଷ୍ଟାଇଲିଷ୍ଟ ଦେଖା ଯିବେ ।  ଏହାକୁ ଜିନିସ୍‌ରୁ ଆରମ୍ଭ କରି ଶାଢୀରେ ମଧ୍ୟ ପିନ୍ଧି ବାହାରକୁ ଯାଇ ପାରିବେ । ତେବେ ଏହାର ଦାମ୍ ମଧ୍ୟ ଡିଜାଇନ୍ ଓ ମ୍ୟାଟେରାଲ୍ ଅନୁଯାୟୀ ଭିନ୍ନ ରହିଥାଏ। ପ୍ରାୟତଃ ୨୦୦ ଟଙ୍କାରୁ ଆରମ୍ଭ କରି ୪୦୦୦ ଟଙ୍କା ପର୍ଯ୍ୟନ୍ତ ବଲେରୀନା ବଜାରରେ ମିଳିଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: