କୋରୋନା ଟିକା ନେଇ ଚୁମ୍ବକ ପାଲଟି ଗଲେ ବ୍ୟକ୍ତି!

କୋରୋନା ଟିକା ନେଇ ଚୁମ୍ବକ ପାଲଟି ଗଲେ ବ୍ୟକ୍ତି!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ମିଟରକୁ ଡାଉନ୍ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାର। ସେଥି ମଧ୍ୟରୁ ଗୋଟିଏ ହେଉଛି ଦେଶରେ ବ୍ୟାପକ ଟୀକାକରଣ। ତେବେ ଟୀକାକରଣ କୁ ନେଇ ଦେଶର କେତେକ ଅଞ୍ଚଳରୁ ଅଭୁତ ଘଟଣା ମାନ ନଜରକୁ ଆସୁଛି। ଏହିପରି ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ମହାରାଷ୍ଟ୍ରର ନାଶିକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାଶିକ ସହରରେ କରୋନା ଟିକା ଦ୍ଵିତୀୟ ଡୋଜ ନେବା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଧାତୁ ଏବଂ ଇସ୍ପାତ ସାମଗ୍ରୀ ଆପେ ଆପେ ଲାଗିଯାଇଛି ବୋଲି ଦାବି କରାଯାଉଛି। ଅର୍ଥାତ୍ କରୋନା ଟିକା ନେବା ପରେ ତାଙ୍କ ଶରୀର ଚୁମ୍ବକ ଭଳି କାର୍ଯ୍ୟ କରୁଛି।


ସହରର ଶିବାଜୀ ଚୌକ ଅଞ୍ଚଳରେ ରହୁଥିବା ୭୧ ବର୍ଷିୟ ଅରବିନ୍ଦ ଜଗନ୍ନାଥ ସୋନାର, ଜୁନ୍ ୨ ରେ କୋଭିଶିଲ୍ଡର ଉଭୟ ଡୋଜ ପୂରଣ କରିଥିଲେ। ସେ ଦାବି କରିଛନ୍ତି ଯେ ସେହି ଦିନଠାରୁ ତାଙ୍କ ଶରୀରରେ ଏହି ଚୁମ୍ବକୀୟ ଶକ୍ତି ଆସିଛି। ପ୍ରଥମେ ପରିବାର ଲୋକ ଅନୁଭବ କଲେ ଯେ ବୋଧହୁଏ ଏହି ସମସ୍ତ ଜିନିଷ ଝାଳ ହେତୁ ତାଙ୍କ ଶରୀରରେ ଲାଗୁଛି, କିନ୍ତୁ ଯେତେବେଳେ ଏହା ବାରମ୍ବାର ଘଟିଲା ସେତେବେଳେ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।
ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସେ କହିଛନ୍ତି, ‘ଏହି ଘଟଣାରେ ସତ୍ୟ କ’ଣ, ସମସ୍ତେ ଏହା ବିଷୟରେ ଜାଣିବା ଉଚିତ୍। ଏହା ପଛରେ ଡାକ୍ତରୀ କାରଣ ହେଉ କିମ୍ବା ଅନ୍ୟ କିଛି, ଏହି ସତ୍ୟ ଶୀଘ୍ର ବାହାରକୁ ଆସିବା ଉଚିତ୍। ସେଥିପାଇଁ ଆମେ ଏହି ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛୁ। ଏଠାରେ ସୋନାରଙ୍କ ପୁଅ ଦାବି କରିଛନ୍ତି ଯେ ସେ ୟୁଟ୍ୟୁବରେ ଏକ ଭିଡିଓରେ ଦେଖିଛନ୍ତି ଯେ ଦିଲ୍ଲୀର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି। ସେ ମଧ୍ୟ କରୋନା ଟୀକାର ଦ୍ୱିତୀୟ ଡ଼ୋଜ୍ ନେବା ପରେ ଚୁମ୍ବକୀୟ ମଣିଷ ପରି ହୋଇଥିଲେ । ତେବେ ଏହି ଘଟଣାରରେ କେତେ ସତ୍ୟତା ଅଛି ତାହା ଏପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ। ବର୍ତ୍ତମାନ ତଦନ୍ତ ଚାଲିଛି। ଏଥି ସହିତ ଜଗନ୍ନାଥଙ୍କ ପରିବାର ଲୋକେ ଏହି ଅଦ୍ଭୁତ ଅଭିଜ୍ଞତାକୁ ପ୍ରମାଣ କରିବା ପାଇଁ ଏକ ଭିଡିଓ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଛନ୍ତି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ , ଘରେ ବ୍ୟବହୃତ ଚାମଚ, ଛୋଟ ଥାଳି ଏବଂ ଛୋଟ ପାତ୍ରଗୁଡ଼ିକ ବୃଦ୍ଧଙ୍କ ଶରୀରରେ ଲାଗିଛି। ଭିଡିଓ ପାଇବା ପରେ ପ୍ରଶାସନ ତରଫରୁ ଏକ ଡାକ୍ତରଙ୍କ ଟିମ୍ ତାଙ୍କ ଘରେ ପହଞ୍ଚିଥିଲେ। ଅନୁସନ୍ଧାନ ପରେ ଡାକ୍ତରମାନେ କହିଛନ୍ତି ଯେ ଏହା ଏକ ଅନୁସନ୍ଧାନର ବିଷୟ ଏବଂ ଏହା ଉପରେ ଏତେ ଶୀଘ୍ର କୌଣସି ବିବୃତି ଦେବା ଠିକ୍ ହେବନି। ବର୍ତ୍ତମାନ ଆମେ ଏହାର ରିପୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ପଠାଇବୁ ଏବଂ ସେମାନଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ। ତେବେ ଏହି ଘଟଣାଟି ସୋସିଆଲ ମିଡିଆରେ ବାହୁମାତ୍ରାରେ ସେୟାର କରାଯାଉଥିବା ବେଳେ ଲୋକମାନେ ସତ୍ୟତା ଜାଣିବାକୁ ଉତ୍ସାହିତ ରହୁଛନ୍ତି, କେହି କେହି ଟୀକାକରଣ କୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: