ପ୍ରେମିକ ସହ ମିଶି ବାପାକୁ ମାରି ଦେଲା ଉଦ୍ଧତ ଝିଅ, ଭିଡ଼ିଓ ପୋଷ୍ଟ କରି କହିଲା ଯାହା କରିଛି ଠିକ୍ କରିଛି

ପ୍ରେମିକ ସହ ମିଶି ବାପାକୁ ମାରି ଦେଲା ଉଦ୍ଧତ ଝିଅ, ଭିଡ଼ିଓ ପୋଷ୍ଟ କରି କହିଲା ଯାହା କରିଛି ଠିକ୍ କରିଛି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିଲାମାନଙ୍କର ଜୀବନ ଗଢିବାରେ ପିତାମାତା ସେମାନଙ୍କ ସମଗ୍ର ଜୀବନ ବିତାଇଦେଇଥାନ୍ତି, ନିଜେ ପଛେ ଦୁଃଖ କଷ୍ଟରେ ରୁହନ୍ତି ତାଙ୍କ ସନ୍ତାନ ଉପରେ ବିପଦର ଛାଇଟେବି ପକେଇବାକୁ ଦିଅନ୍ତି ନାହିଁ। କିନ୍ତୁ ସେହି ପିଲାମାନେ ବେଳେବେଳେ ମାବାପାଙ୍କ ସହ ଏଭଳି କିଛି କାର୍ଯ୍ୟ କରନ୍ତି ଯାହା ଦେଖିବା ଏବଂ ଶୁଣିବା ଲୋକ ପାଇଁ ବିଶ୍ବାସ କରିବା କଷ୍ଟକର ହୋଇ ପଡେ। ଆମେରିକାର ଲାସ୍ ଭେଗାସ୍ ରେ ଏହିଭଳି ଏକ ଅବିଶ୍ବାସନିୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୬ ବର୍ଷର ଯୁବତୀ ତାର ୧୮ ବର୍ଷର ପ୍ରେମିକ ସହ ମିଶି ନିଜ ପିତାଙ୍କୁ ହତ୍ୟା କରିଛି। ବାପାକୁ ହତ୍ୟା କରିବା ପରେ ସେ ଛୁଟି କଟିବାକୁ ଯିବା ସହ ଏକ ଭିଡିଓ ତିଆରି କରି ନିଜେ ପିତାଙ୍କୁ ହତ୍ୟା କରୁଥିବାର ଘୋଷଣା କରିଛନ୍ତି।
ଏହି ଘଟଣା ଘଟାଇଥିବା ଯୁବତୀର ନାମ ହେଉଛି ସେରା ହାଲସେଥ ଓ ତାର ପ୍ରେମିକର ନାମ ଅରୁଣ ଗୁରେରୋ। ଝିଅଟି ଲାସ୍ ଭେଗାସ୍ ରେ ପିତା ଡାନିଏଲ୍ ହାଲସେଥଙ୍କ ସହ ରହୁଥିଲେ। ତେବେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପିତାଙ୍କ ମୃତ୍ୟୁକୁ ନେଇ ପରିହାସ କରିବା ପରେ ତାଙ୍କର ଏହି କାର୍ଯ୍ୟକଳାପ ବିଷୟରେ ସମସ୍ତେ ଜାଣି ଥିଲେ।
ଝିଅଟି ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ତାର ପ୍ରେମିକ ସହିତ ଦେଖା ଦେବା ସହ ଉଭୟ ଝିଅର ବାପାଙ୍କୁ ହତ୍ୟା କରିଥିବା କଥାକୁ ନେଇ ଜୋରରେ ହସିବା ସହ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ଉଭୟ ଏହି ଘଟଣାକୁ ନେଇ ହସି ହସି ଅତ୍ୟନ୍ତ କୌତୁହଳ ଭାବରେ କହିବାକୁ – କାହାକୁ ହତ୍ୟା କରିବାର ୩ ଦିନ ବିତିଗଲାଣି ଏବଂ କ୍ୟାମେରା ଆଡକୁ ୩ ଆଙ୍ଗୁଳି ମଧ୍ୟ ଦେଖାଉଛନ୍ତି। ଏହି ସମୟରେ, ସେରା ହାଲସେଥ ଆନନ୍ଦରେ ଚିଲେଇ କ୍ୟାମେରା ଆଗରେ ଏସବୁ ନକହିବାକୁ ତାଙ୍କ ପ୍ରେମିକଙ୍କୁ ବାରଣ କରୁଛନ୍ତି। ଏହା ପରେ ପ୍ରେମିକ କୁହନ୍ତି ଯେ – ସେ ଏହାର ଯୋଗ୍ୟ ଥିଲେ, ଯେଉଁଥିରେ ଝିଅଟି ନିଜର ସହମତି ଜଣାଉଛି। ଭିଡିଓରେ ଏହି କିଶୋର ଦମ୍ପତି ଏକ ତମ୍ବୁରେ ଏକାଠି ଶୋଇଥିବାର ନଜର ଆସିଥିଲେ। ଦୁହେଁ ବହୁତ ମଜା କରୁଛନ୍ତି ଏବଂ ସେମାନେ କରିଥିବା ଭୟଙ୍କର କାର୍ଯ୍ୟ ପାଇଁ ଦୁଃଖ ମଧ୍ୟ ଅନୁଭବ କରନ୍ତି ନାହିଁ।
ଭିଡିଓଟି ପାଇବା ପରେ ପୋଲିସ ଉଭୟଙ୍କୁ ସଲ୍ଟ ଲେକ୍ ସିଟିରୁ ଗିରଫ କରିଥିଲା। ଏହାପରେ ତାଙ୍କ ଘରେ ଥିବା ସେରା ବାପାଙ୍କ ପୋଡ଼ା ମୃତଦେହ ମଧ୍ୟ ପୋଲିସ ଉଦ୍ଧାର କରିଥିଲା। ପୋଲିସ କହିଛି ଯେ ହତ୍ୟା ପରେ ମୃତଦେହକୁ ପୋଡି ଦେବା ପାଇଁ ସେମାନେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ, ଯାହାଫଳରେ କେହି କିଛି ଜାଣିପାରିବେ ନାହିଁ। ମୃତଦେହ କାଟିବା ପାଇଁ ସେମାନେ ଏକ କରତ ମଧ୍ୟ ବ୍ୟବହାର କରିଥିଲେ।
ସେରାଙ୍କୁ ୧୬ ବର୍ଷ ହୋଇଥିବାରୁ ତାଙ୍କୁ ଏହି ହତ୍ୟା ପାଇଁ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ, କିନ୍ତୁ ତାଙ୍କ ପ୍ରେମିକର ଦଣ୍ଡକୁ ବିଚାର କରାଯାଉଛି ବୋଲି ପୋଲିସ କହିଛି। ଏହି ପୁରା ଘଟଣା ପରେ ଗୁରେରୋଙ୍କ ପରିବାର ତାଙ୍କୁ ଖୋଜିବାକୁ ଆସିଥିଲେ ଏବଂ କହିଥିଲେ ଯେ ସେମାନେ ତାଙ୍କୁ ଅନେକ ଦିନ ଧରି ଖୋଜୁଥିଲେ। ତେବେ ସେରାଙ୍କ ବାପାକୁ ମାରିବା ପରେ ଦୁଇଜଣ କେଉଁ ଆଡ଼େ ଫେରାର ହୋଇଯାଇଥିଲେ ବୋଲି ପୋଲିସ କହୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: