ବାରୁଦ ଗଦାରେ ଖେଳି ହଜାର ହଜାର ଲୋକଙ୍କ ଜୀବନ ବଞ୍ଚେଇଥିବା ମୂଷା ନେବ ଅବସର

ବାରୁଦ ଗଦାରେ ଖେଳି ହଜାର ହଜାର ଲୋକଙ୍କ ଜୀବନ ବଞ୍ଚେଇଥିବା ମୂଷା ନେବ ଅବସର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଭିନ୍ନ ଦେଶରେ କେତେକ ବିଶେଷ ଚାକିରିରେ ମଣିଷଙ୍କ ବ୍ୟତୀତ ପଶୁ ଓ ପକ୍ଷୀଙ୍କୁ ନିଯୁକ୍ତି ଦିଆଯାଇଥାଏ। ଯେପରି ଅମା ଦେଶରେ କୁକୁର, ଘୋଡ଼ା, ପାରା ଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଇଥାଏ। ସେମିତି ଏକ ବିଶେଷ ମୂଷା ବ୍ରିଟେନରେ ଚାକିରିରେ ନିଯୁକ୍ତି ପାଇଥିବା ବେଳେ ଏବେ ଅବସର ନେଉଛି। ତେବେ ଏହି ମୂଷାର ଖାସିୟତ କଣ ରହିଛି ଜାଣନ୍ତୁ। ବ୍ରିଟେନରେ ସର୍ବୋଚ୍ଚ ନାଗରିକ ସମ୍ମାନ ସହିତ ସମାନ ପଶୁ ସମ୍ମାନ ପାଇଥିବା ଆଫ୍ରିକୀୟ ମୂଷା ମାଗାୱା ବର୍ତ୍ତମାନ ଅବସର ନେବାକୁ ଯାଉଛି। ଗତ ବର୍ଷ ସେପ୍ଟେମ୍ବରରେ ଲ୍ୟାଣ୍ଡମାଇନ୍ ଏବଂ ବୋମା ଚିହ୍ନଟ କରିବାରେ ଏହାର ଚମତ୍କାର କାର୍ଯ୍ୟ ପାଇଁ ଏହି ମୂଷାକୁ ପୁରସ୍କୃତ କରାଯାଇଥିଲା। ଏହାକୁ ହିରୋ ରିୟାଟ୍ (ବମ୍ ସ୍ନିଫିଙ୍ଗ୍ ହିରୋ ରିୟାଟ୍) ଭାବରେ ବିବେଚନା କରାଯାଏ। ୫ ବର୍ଷ ସେବା କରିବା ପରେ ମାଗାୱାନାମକ ଏହି ମୂଷା ବର୍ତ୍ତମାନ ଅବସର ଗ୍ରହଣ କରୁଛନ୍ତି, ଯାହାଫଳରେ ସେ ସାରା ଜୀବନ ଶାନ୍ତିରେ ଖାଇ ପିଇ ବିତେଇ ପାରିବେ।
କାମ୍ବୋଡିଆରେ ଶୁଙ୍ଘି ବୋମା ଏବଂ ବାରୁଦ ସୁଡ଼ଙ୍ଗ ଚିହ୍ନଟ କରିବାରେ ତାଙ୍କର କାର୍ଯ୍ୟ ପାଇଁ ସେ ବିଶ୍ୱବ୍ୟାପୀ ସ୍ୱୀକୃତି ଲାଭ କରିଥିଲେ। ମାଗାୱା ହେଉଛି ଏକ ବିଶାଳ ଆଫ୍ରିକୀୟ ମୂଷା, ଯାହାକି ତାର ୫ ବର୍ଷର କ୍ୟାରିଅରରେ ୨,୨୫,୦୦୦ ବର୍ଗ ମିଟର ଜମିରୁ ବାରୁଦ ସୁଡ଼ଙ୍ଗ ସଫା କରିବାରେ ସାହାଯ୍ୟ କରିଛି। ଯାହାକି ୪୨ଟି ଫୁଟବଲ୍ ପିଚ୍ ସହିତ ସମାନ ବୋଲି ବିବେଚନା କରାଯାଏ। ମାଗାୱା ମୂଳତଃ ହେଉଛି ଏକ ତାଞ୍ଜାନିଆ ମୂଷା। ଲ୍ୟାଣ୍ଡମାଇନ୍ ଚିହ୍ନଟ କରିବା ପାଇଁ ତାଙ୍କୁ ବେଲଜିୟମର ଚାରିଟି ‘ଅପୋପୋ’ ଦ୍ୱାରା ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା।
କାମ୍ବୋଡିଆର ଅପୋପୋ ଚ୍ୟାରିଟି କାର୍ଯ୍ୟକ୍ରମର ମ୍ୟାନେଜର ମାଇକେଲ ହେମାନ କହିଛନ୍ତି ଯେ ୭୧ ବାରୁଦ ସୁଡ଼ଙ୍ଗ ଏବଂ ବୋମାର ୩୮ ଟି ଜିନିଷ ଆବିଷ୍କାର କରିବା ପରେ ମାଗୱା ଟିକେ ଥକି ଯାଇଛି। ଏହି କାରଣରୁ ଆମେ ତାଙ୍କ ମଙ୍ଗଳ ପାଇଁ ଅବସର ଦେଉଛୁ। ବର୍ତ୍ତମାନ ସେ ତାର ସାରା ଜୀବନ କଦଳୀ ଓ ବାଦାମ ଖାଇ ବିତାଇବ ଏବଂ ମାଗାୱାକୁ ତାଞ୍ଜାନିଆରେ ବିସ୍ଫୋରକ ସାମଗ୍ରୀ ମଧ୍ୟରେ ରାସାୟନିକ ଯୌଗିକ ଚିହ୍ନଟ କରିବାକୁ ତାଲିମ ଦିଆଯାଇଥିଲା। ଏହି କାମ ବଦଳରେ ତାଙ୍କୁ କଦଳୀ ଏବଂ ବାଦାମ ଦିଆଯାଉଥିଲା, ଯାହା ତାଙ୍କର ପ୍ରିୟ ଅଟେ।
ମାଗାୱାର ଓଜନ କମ୍ ଥିବାରୁ ସେ ମାଇନ୍ସ ଉପରେ ଠିଆ ହୋଇ ମାଟିକୁ ଖୋଳିବା ସହ ଶୁଙ୍ଘି ବୋମା ବିଷୟରେ ସତର୍କ କରାଇଥାଏ। ଏବଂ ମାଇନ୍ସ ଉପରେ ଠିଆ ହୋଇଥିବାରୁ ବୋମା ବିସ୍ଫୋରଣ ହେଉନଥିଲା। ସେ ମାତ୍ର ୩୦ ମିନିଟରେ ଟେନିସ୍ କୋର୍ଟ ପରି ଏକ ଅଞ୍ଚଳରେ ଏହି ବୋମା ଚିହ୍ନଟ କରିପାରୁଥିଲା। ଯଦି ଏହି ସମାନ କ୍ଷେତ୍ରକୁ ମିଟର ଡିଟେକ୍ଟର ଦ୍ୱାରା ସ୍କାନ କରାଯିବ, ତେବେ ଚାରି ଦିନ ଲାଗିଯିବ। ବର୍ତ୍ତମାନ ତାଙ୍କର ସେବାସରିବା ପରେ ତାଙ୍କୁ ମୁକ୍ତ କରାଯାଉଛି। ଏବେ ସେ କେବଳ ତାଙ୍କର ପ୍ରିୟ ଖାଦ୍ୟ ଖାଇ ବିଶ୍ରାମ ନେବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: