ରାଜ୍ୟପାଳ ଧନକଡ଼ଙ୍କୁ ଏମିତି କହିଲେ ମହୁଆ

ରାଜ୍ୟପାଳ ଧନକଡ଼ଙ୍କୁ ଏମିତି କହିଲେ ମହୁଆ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ସରିଲା, ସରକାର ବି ଗଠନ ହେଲା। କିନ୍ତୁ, ଟ୍ୱିଟର୍ ୱାର ଥମିବାର ନାଁ ଧରୁନି। ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ରାଜ୍ୟପାଳ ଜଗଦିପ୍ ଧନକଡ଼ଙ୍କ ମଧ୍ୟରେ ଏହି ଟ୍ୱିଟର୍ ୱାର ଆରମ୍ଭ ହୋଇଛି। ରାଜ୍ୟପାଳ ରାଜଭବନକୁ ନିଜର ପାରିବାରିକ ଥଇଥାନ କେନ୍ଦ୍ର କରିଥିବା ଅଭିଯୋଗ କରିଛନ୍ତି ମହୁଆ। ତାଙ୍କ କହିବାନୁସାରେ, ରାଜଭବନରେ ରାଜ୍ୟପାଳ ନିଜର ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ବିଭିନ୍ନ ପଦ ପଦବୀରେ ବସାଇଛନ୍ତି। ଏହା ଆଦୌ ବି ଠିକ୍ ନୁହେଁ। କେଉଁ ପରିସ୍ଥିତିରେ ଏମାନେ ରାଜଭବନରେ ପ୍ରବେଶ କଲେ, ସେ ନେଇ ପ୍ରଶ୍ନ କରିଛନ୍ତି ମହୁଆ। ରାଜଭବନର ୱେବସାଇଟରେ ଥିବା ଏହି ଲୋକମାନେ କିଏ ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ମହୁଆ ମୋଇତ୍ରା କହିଛନ୍ତି। ଏ ନେଇ ସେ ତାଙ୍କ ଟ୍ୱିଟରରେ ତଥ୍ୟ ରଖିଛନ୍ତି।


ସେପଟେ ଏହାର ଜବାବ ରଖିଛନ୍ତି ରାଜ୍ୟପାଳ ଜଗଦିପ ଧନକଡ଼। ଟିଏମସି ସାଂସଦ ଆଣିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ଓଏସଡିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସହ ମୋର କୌଣସ ସମ୍ପର୍କ ନାହିଁ। ସେମାନେ ଅଲଗା ଅଲଗା ରାଜ୍ୟର ଓ ଜାତିର। ତେଣୁ ମହୁଆ ଏଭଳି କହିବା ଠିକ୍ ନୁହେଁ ବୋଲି ରାଜ୍ୟପାଳ କହିଛନ୍ତି। ପଶ୍ଚିମବଙ୍ଗରେ ଅରାଜକତା ଲାଗି ରହିଥିବାବେଳେ ଏହା ଉପରୁ ଦୃଷ୍ଟି ହଟାଇବା ପାଇଁ ଟିଏମସି ଏଭଳି କରୁଥିବା କହିଛନ୍ତି ରାଜ୍ୟପାଳ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: