ଏଠାରେ ଉଡାଜାହାଜଠୁ ମହଙ୍ଗା ବଳଦ ଗାଡ଼ି ଭଡ଼ା

ଏଠାରେ ଉଡାଜାହାଜଠୁ ମହଙ୍ଗା ବଳଦ ଗାଡ଼ି ଭଡ଼ା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଭିନ୍ନ ଭିନ୍ନ ମାନ୍ୟତା ରହିଥାଏ। ତେବେ ସେ ସବୁ ସ୍ଥାନକୁ ବୁଲିଗଲେ ସେଠାରେ ପ୍ରଚଳିତ ମାନ୍ୟତା ହେତୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ବଳଦ ଗାଡ଼ି ଯାତ୍ରା ପାଇଁ ଆପଣଙ୍କୁ ୫ ରୁ ୬ ହଜାର ଭଡା ଦେବାକୁ ପଡିପାରେ। ତାହା ପୁଣି ୭ରୁ୮ କିମି ରାସ୍ତା ପାଇଁ। ସାଧାରଣ ଭାବେ ଏତିକି ରାସ୍ତା ପାଇଁ ବଳଦ ଗାଡି ଭଡ଼ା ୫୦ ରୁ ୧୦୦ ଟଙ୍କା ହୋଇଥାଏ। କିନ୍ତୁ ଏଠାରେ ପ୍ରଚଳିତ ମାନ୍ୟତା ପାଇଁ ୫-୬ ହଜାର ଟଙ୍କା ଦେବାକୁ ପଡିଥାଏ। ତେବେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା କେଉଁ ଜାଗା, ଯେଉଁଠାରେ ବଳଦ ଗାଡ଼ି ଭଡା ଏତେ ମହଙ୍ଗା ଅଟେ। ଏହି ସ୍ଥାନ ବିଦେଶରେ ନୁହେଁ ବରଂ ଆମ ଦେଶରେ ରହିଛି। ସ୍ଥାନଟି ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅବସ୍ଥିତ। ଏଠାରେ ବଳଦ ଗାଡ଼ି ଦ୍ୱାରା ବିବରୋଡ ଗ୍ରାମରେ ଥିବା ପ୍ରଭୁ ଋଷଭଦେବଙ୍କ ମନ୍ଦିରରେ ପହଞ୍ଚିବା ପାଇଁ ଲୋକଙ୍କୁ ବିମାନ ଯାତ୍ରାଠୁ ଅଧିକ ଭଡା ଦେବାକୁ ପଡିଥାଏ। ତେବେ ବଳଦ ଗାଡ଼ିରେ ଏହି ମନ୍ଦିରକୁ ଯିବା ପଛରେ ଏକ ବିଶ୍ୱାସ ରହିଛି। କୁହାଯାଏ ଯେ ବଳଦ ଗାଡ଼ିରେ ପ୍ରଭୁ ଋଷଭଦେବଙ୍କ ମନ୍ଦିରକୁ ଯିବା ଦ୍ଵାରା ଜୀବନରେ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ହୋଇଥାଏ। ଅନେକ ଲୋକ ଏଠାକୁ ଆସିବାର ବହୁ ଆଗରୁ ବଳଦ ଗାଡ଼ି ବୁକ୍ କରନ୍ତି ଯାହା ଦ୍ଵାରା ସେମାନଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନଥାଏ। ୨ ରୁ ୩ ଜଣ ସଦସ୍ୟ ଥିବା ପରିବାର ଏକ ଛୋଟ ବଳଦ ଗାଡ଼ି ବୁକ୍ କରନ୍ତି। ଯାହାର ଭଡା ପ୍ରାୟ ୨ ହଜାର ଟଙ୍କା ପଡିଥାଏ। ଏଥି ସହିତ, ବଡ ପରିବାର ଲୋକେ ବଡ ବଳଦ ଗାଡି ବୁକ୍ କରନ୍ତି, ଯାହାର ଭଡା ପ୍ରାୟ ୫ ରୁ ୮ ହଜାର ହୋଇଥାଏ। ଏବେବି ମଧ୍ୟ ଏହି ବିଶ୍ୱାସ ଜାରି ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: