ସେଲୁନରେ ସଲମାନଙ୍କ ଗୀତ ଶୁଣି ଜୋରରେ କାନ୍ଦିବାକୁ ଲାଗିଲେ ଗ୍ରାହକ, ଏମିତି କହିଲେ

ସେଲୁନରେ ସଲମାନଙ୍କ ଗୀତ ଶୁଣି ଜୋରରେ କାନ୍ଦିବାକୁ ଲାଗିଲେ ଗ୍ରାହକ, ଏମିତି କହିଲେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ବେଳେ ବେଳେ ଏମିତି କିଛି ଭିଡିଓ ଭାଇରାଲ୍ ହୋଇଯାଏ ଯାହାକୁ ଦେଖିବା ପରେ ଲୋକମାନେ ତାର ଗମ୍ଭୀରତାକୁ ନବୁଝି ମାଜକ ଉଡେଇବା ଆରମ୍ଭ କରିଦିଅନ୍ତି । ସେମିତି ଏକ ସେଲୁନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ପରେ ଯେ, କେହି ବି ହସି ହସି ଗଡ଼ିଯିବେ । ପ୍ରାୟତଃ, ସେଲୁନରେ କେଶ କାଟିବା ସମୟରେ ବାରିକ ଗୀତ ଲାଗାଉଥିବାର ଆପଣମାନେ ଲକ୍ଷ୍ୟ କରିଥିବେ। ହେଲେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ସେଲୁନରେ ଏଭଳି କିଛି ଗୀତ ଲଗା ଯାଇଥିଲା, ଯାହାକୁ ଶୁଣିବା ପରେ ଗ୍ରାହକ ଜଣଙ୍କ କାନ୍ଦି କାନ୍ଦି ବେହାଲ୍ ହୋଇଯାଇଥିଲେ । କେଶ କାଟିବା ପରିବର୍ତ୍ତେ ସେ ଟେବୁଲ ଉପରେ ମୁଣ୍ଡ ଥୋଇ କାନ୍ଦିବାକୁ ଲାଗିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାରିକ କେଶ କାଟୁଛନ୍ତି, ପଛରୁ ‘ ହମ୍‌ ତୁମ୍‌ହାରେ ହୈଁ ସନମ୍‌’ ଫିଲ୍ମର ଲୋକପ୍ରିୟ ଗୀତ ‘ସବ୍‌ କୁଛ୍‌ ଭୁଲାଦିଆ’ ଗୀତ ଶୁଣିବାକୁ ମିଳୁଛି । ଏହି ଗୀତ ଶୁଣିବା ମାତ୍ରେ ଗ୍ରାହକ ଜଣଙ୍କ କେଶ କାଟିବା ପରିବର୍ତ୍ତେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଛନ୍ତି। ଏବଂ ନିଜ ଗାମୁଛାରେ ଲୁହ ପୋଛୁଛନ୍ତି । ଗ୍ରାହକଙ୍କୁ ଏପରି ଅବସ୍ଥାରେ ଦେଖି ବାରିକ ବି ଜୋରରେ ହସିବା ସହ ସେଇଠି ହିଁ ବାଳ କାଟିବା ବନ୍ଦ କରୁଛନ୍ତି। ଏହି ଭିଡିଓକୁ ଫେସ୍‌ବୁକ୍‌, ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ସେୟାର କରିବାରେ ଲାଗିଛନ୍ତି।

https://www.facebook.com/107118017588271/videos/1824200291080614/

ଫେସ୍‌ବୁକ୍‌ ପେଜ୍‌ରେ ଏହି ଭିଡିଓକୁ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, ଦୟାକରି ଏପରି ଗୀତ ବଜାନ୍ତୁ ନାହିଁ। ସୋସିଆଲ ମିଡିଆର ୟୁଜର୍ସମାନେ ଏହି ମଜାଳିଆ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ପ୍ରାୟ ୩୦୦ ରୁ ଅଧିକ ଥର ଏହି ଭିଡିଓ ସେୟାର ହୋଇଛି। ଏଥିରେ କେତେକ ମଜାଳିଆ କମେଣ୍ଟ ଦେଇ ଲୋକମାନେ ଲେଖିଛନ୍ତି ବିଚାରକୁ ତାର ଅଧୁରା ପ୍ରେମ ମନେ ପଡ଼ିଗଲା। ସେହି ଭଳି ଆଉ ଜଣେ ଲେଖିଛନ୍ତି ଯେ ବାରିକ ଯେଉଁ ଭଳି ହସୁଛି ଦେଖିଲେ ଲାଗୁଛି ଜାଣି କରି ସେ ଏଭଳି ଗୀତ ଲଗେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: