କୋଭିଡ୍ ୨ୟ ଡୋଜ୍ ନେଇ ମୋଦି କହିଲେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ଟିକାର ଦ୍ବିତୀୟ ଡୋଜ୍ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ସକାଳେ ଟୁଇଟ୍ କରି କହିଛନ୍ତି ଯେ, ସେ ଦିଲ୍ଲୀ AIIMSରେ ଦ୍ୱିତୀୟ ଟିକା ନେଇଛନ୍ତି। ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି କୋଭିଡର ପ୍ରଥମ ଡୋଜ୍ ନେଇଥିଲେ। ଏହାସହ ଯେଉଁମାନେ ଟିକା ଗ୍ରହଣ କରିବାର କ୍ଷମତା ରଖିଛନ୍ତି, ସେମାନଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିବା ସହ କହିଛନ୍ତି ଟିକାକରଣ ହେଉଛି କୋରୋନା ଭାଇରସ୍ କୁ ପରାସ୍ତ କରିବାର କିଛି ଉପାୟ ମଧ୍ୟରୁ ଅନ୍ୟତମ।


ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ ନେଇଛନ୍ତି। ତାଙ୍କୁ ଏହି ଟିକା ପଞ୍ଜାବର ନର୍ସ ନିଶା ଶର୍ମା ଦେଇଛନ୍ତି। ତାଙ୍କ ସହ ପୂର୍ବ ନର୍ସ ପୁଡୁଚେରୀର ସିଷ୍ଟର ପି. ନିବେଦା ମଧ୍ୟ ଉପସ୍ଥିତ ଥିଲେ। ସେ ମୋଦିଙ୍କୁ କୋଭିଡର ପ୍ରଥମ ଡୋଜ୍ ଦେଇଥିଲେ। ସେପଟେ ନର୍ସ ନିଶାନ କହିଛନ୍ତି ଯେ, ‘ମୁଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଡୋଜ୍ ଦେଇଛି । ସେ ଆମ ସହ କଥା ହୋଇଥିଲେ। ତାଙ୍କ ସହ ସାକ୍ଷାତ କରିବା ଓ ଟୀକା ଦେବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି । ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା। ସେହିପରି ମୋଦିଙ୍କୁ ପ୍ରଥମ ଡୋଜ୍ ଦେଇଥିବା ପି. ନିବେଦା କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିତୀୟ ଥର ପାଇଁ ଭେଟିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ଥିଲି। ସେ ଆମ ସହ କଥା ହୋଇଥିଲେ ଏବଂ ଆମେ ତାଙ୍କ ସହ ଫଟୋ ମଧ୍ୟ ଉଠାଇ ଥିଲୁ ‘।

Leave a Reply

Your email address will not be published. Required fields are marked *