ସୀମାକୁ ନେଇ ଲଙ୍କାକାଣ୍ଡ, ୬ ପୋଲିସଙ୍କ ମୃତ୍ୟୁ: ହସ୍ତକ୍ଷେପ କଲେ ଶାହ

ସୀମାକୁ ନେଇ ଲଙ୍କାକାଣ୍ଡ, ୬ ପୋଲିସଙ୍କ ମୃତ୍ୟୁ: ହସ୍ତକ୍ଷେପ କଲେ ଶାହ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସାମ-ମିଜୋରାମ ସୀମା ବିବାଦ ଉଗ୍ର ରୂପ ନେଇଛି। ଛଅ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହାସହ ୧୨ ଜଣରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି। ତେବେ ଲୋକମାନେ ଏହି ବିବାଦକୁ ନେଇ ଯେତିକି ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି, ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଘଟଣାକୁ ନେଇ କାଦୁଅ ଫିଙ୍ଗାଫିଙ୍ଗି ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ।

ତେବେ ସୋମବାର ସକାଳେ ବିବାଦ ଉଗ୍ର ରୂପ ନେଇଥିଲା। ଆସାମ-ମିଜୋରାମ ସୀମାରେ ଥିବା କଚର ଜିଲ୍ଲାର ଲୈଲାପୁର ଏବଂ କୋଲାସିବ ଜିଲ୍ଲାର ଭୈରଙ୍ଗତେରେ ଦିନ ସାଢ଼େ ୧୧ଟା ସମୟରେ ବିବାଦ ସୀମା ଟପିଥିଲା। ଶତାଧିକ ଲୋକ ଉଭୟ ପାର୍ଶ୍ବରେ ରହି ପରସ୍ପର ଉପରକୁ ପଥର ଫିଙ୍ଗିଥିଲେ। ଏହାପରେ ପରିସ୍ଥିତି ଅଣାୟତ୍ତ ହେବା ପରେ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଫଳରୋ ଲୋକମାନେ ରାଗିଯାଇ ପୋଲିସ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ତେବେ ଛଅ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଶୋକପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।


ସେପଟେ ଆସାମ ପୋଲିସ ଉପରକୁ ଦୋଷ ଲଦିଛନ୍ତି ମିଜୋରାମ ଗୃହ ମନ୍ତ୍ରୀ ଲାଲଚମଲିଆନା। ଆସାମ ପୋଲିସ ପ୍ରଥମେ ମିଜୋରାମ ସୀମାନ୍ତ ଭିତରକୁ ପ୍ରବେଶ କରିଥିଲା ବୋଲି ସେ କହିଛନ୍ତି। ଏହାସହ ମିଜୋରାମ ଲୋକଙ୍କୁ ଆସାମ ପୋଲିସ ନିର୍ଧୁମ୍ ବାଡ଼େଇଥିବାର ମଧ୍ୟ ସେ କହିଛନ୍ତି। ଏପଟେ ଘଟଣାକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ ପରସ୍ପର ସହ କଥା ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରିବାକୁ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: