ସ୍ୱଦେଶ ଫେରିଲେ ଚାନୁ, ଛୁଟିଲା ଶୁଭେଚ୍ଛାର ସୁଅ

ସ୍ୱଦେଶ ଫେରିଲେ ଚାନୁ, ଛୁଟିଲା ଶୁଭେଚ୍ଛାର ସୁଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ୱଦେଶ ଫେରିଲେ ଚାନୁ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁ ଭାରତ ଫେରିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବିଭିନ୍ନ ସ୍ଲୋଗାନ ଦେଇ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଭାରତ ମାତାକୀ ଜୟ ଧ୍ୱନିରେ କମ୍ପି ଯାଇଥିଲା ପୂରା ପରିବେଶ । ଶନିବାର ଦିନ ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ବର୍ଗରେ ଚାନୁଙ୍କୁ ରୌପ୍ୟ ପଦକ ମିଳିଛି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଏହା ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାରୋତ୍ତଳନ ପଦକ ଦେଇଥିଲେ। ଟୋକିଓରେ ଭାରତର ଟେକ ରଖିଥିବା ଚାନୁଙ୍କ ଏହି ସଫଳତା ପରେ ସାରା ଦେଶ ସମେତ ତାଙ୍କ ପରିବାରରେ ଖେଳି ଯାଇଛି ଖୁସିର ପରିବେଶ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: