୯୫ ବର୍ଷରେ ବି ଅଭିନୟ ଛାଡ଼ି ନାହାନ୍ତି ଏହି ହିରୋଇନ୍

୯୫ ବର୍ଷରେ ବି ଅଭିନୟ ଛାଡ଼ି ନାହାନ୍ତି ଏହି ହିରୋଇନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୧୯୫୦ ଦଶକରେ ‘ବିରାଜ ବହୁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଥିବା ସୁନ୍ଦର ଅଭିନେତ୍ରୀ କାମିନୀ କୌଶଲ ଦେଶର ସବୁଠୁ ବୟସ୍କ ଅଭିନେତ୍ରୀ ଅଟନ୍ତି। କିଛି ବର୍ଷ ପୂର୍ବେ ଦିଲୀପ କୁମାର, ଚନ୍ଦ୍ରଶେଖର ବୈଦ୍ୟ ଏବଂ ଲତା ମଙ୍ଗେଶକରଙ୍କ ଭଳି ପ୍ରସିଦ୍ଧ ଫିଲ୍ମ ବ୍ୟକ୍ତିତ୍ୱଙ୍କ ନାମ ମଧ୍ୟ ୯୩ ବର୍ଷରୁ ଊର୍ଦ୍ଧ୍ବ କଳାକାରଙ୍କ ମଧ୍ୟରେ ଥିଲା। କିନ୍ତୁ ଗତ ଆଠ ମାସ ମଧ୍ୟରେ ଏହି ତିନିଜଣ ସେଲିବ୍ରିଟି ଦୁନିଆକୁ ଅଲବିଦା କହିବା ସହ ନିଜ ପ୍ରସଂଶକଙ୍କ ମନରେ ଦୁଃଖର କଳାବାଦଲ ଛାଡ଼ି ଯାଇଛନ୍ତି । ବର୍ତ୍ତମାନ କେବଳ କାମିନୀ ଦେବୀ ଅଛନ୍ତି, ଯାହାଙ୍କ ଉପସ୍ଥିତି ଆମକୁ ଭାରତୀୟ ସିନେମାର ସୁବର୍ଣ୍ଣ ଦିନର ଅନୁଭବ ଦେଇଥାଏ। ତାଙ୍କ ଜନ୍ମଦିନର ଦୁଇ ଦିନ ପୂର୍ବରୁ ଜଣେ ପ୍ରଶଂସକ ଫୋନ୍ କରିବା ସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ ଏବଂ ସେ କହିଲେ ବର୍ତ୍ତମାନ ସ୍ୱାସ୍ଥ୍ୟ କ’ଣ ଠିକ୍ ରହିବ?
ସେ ତାଙ୍କୁ କହିଲେ, “ତୁମର ଜନ୍ମଦିନ ଆସୁଛି? ସେ ଏହା ଶୁଣି ଚୁପ୍ ରହିଲେ, ସେ ପୁଣିଥରେ କହିଲେ ତୁମର ୯୫ ତମ ଜନ୍ମଦିନ ଆସୁଛି!” ତାଙ୍କର ନୀରବତା ଦେଖି ପ୍ରଶଂସକ କହିଲେ ଆପଣ ଆପଣଙ୍କ ଜନ୍ମଦିନ ଭୁଲି ଯାଇଛନ୍ତି? ତାଙ୍କ ପାଖରେ ବସିଥିବା ମହିଳାଙ୍କୁ ମଧ୍ୟ ଏହି କଥା ଶୁଣାଯାଇଥିଲା, ସେ ଏହାପରେ ସେପାଖରେ ତାଙ୍କୁ ପଚାରିଥିଲେ – “ମମି ତୁମ ଜନ୍ମଦିନ ଭୁଲିଗଲ?
ତା’ପରେ ସେ ଦ୍ୱିଧାରେ କହିଥିଲେ – “ଓଃ ପ୍ରକୃତରେ, ମୁଁ ଶୋଇଥିଲି, ତୁମର ଫୋନ୍ ପାଇବା ପରେ ମୁଁ ଉଠିଲି। ତା’ପରେ ଧନ୍ୟବାଦ କହିଲେ! ବର୍ତ୍ତମାନ କେବଳ ଲୋକଙ୍କ ଶୁଭେଚ୍ଛା ଦରକାର, ଆଉ କ’ଣ ? ଯେତେବେଳେ ତାଙ୍କ ଜନ୍ମଦିନ ବିଷୟରେ ପୁଣି ପଚରାଗଲା, ସେ ଉତ୍ତର ଦେଇଥିଲେ, “ବର୍ତ୍ତମାନ କଣ ଜନ୍ମଦିନ ପାଳନ କରିବା? କେବଳ ପିଲାମାନେ ଆଖ ପାଖରେ ରହିଲେ ତାହା ହିଁ ଯଥେଷ୍ଟ।”
ତାଙ୍କ ଯତ୍ନ ନେଉଥିବା ସହାୟିକା କହିଛନ୍ତି, ମମିଙ୍କ ସ୍ୱାସ୍ଥ୍ୟ ଆଉ ଠିକ୍ ରହୁନି। କଥାବାର୍ତ୍ତା କରୁ କରୁ ଭୁଲି ଯାଉଛନ୍ତି। ବର୍ତ୍ତମାନ ତାଙ୍କ ପକ୍ଷେ ଚାଲିବା ମଧ୍ୟ କଷ୍ଟକର ହେଉଛି। ଯଦି କେହି ତାଙ୍କୁ ଧରି ତାଙ୍କ ’ରୁମ ବାହାରକୁ ନେଇଯାଏ, ତାହାଲେ ସେ ବେଳେବେଳେ ବାହାରକୁ ଆସୁଛନ୍ତି, ଅନ୍ୟଥା, ସେ ଏବେ ନିଜ କୋଠରୀରେ ଅଧିକାଂଶ ସମୟ ରହୁଛନ୍ତି। ତାଙ୍କ ଜନ୍ମଦିନ ଉତ୍ସବ ୬ ମାର୍ଚ୍ଚ ପରେ ହୋଇଥିଲା, ଯେତେବେଳେ ତାଙ୍କର ମଝିଆ ପୁଅ ଶ୍ରବଣ ଲଣ୍ଡନରୁ ମୁମ୍ବାଇ ଆସିଲେ, ସେତେବେଳେ ପରିବାରର ସମସ୍ତ ସଦସ୍ୟ ଜନ୍ମଦିନ ଭୋଜିରେ ଏକାଠି ହୋଇଥିଲେ।

ପୁଅ ରାହୁଲଙ୍କ ମୃତ୍ୟୁ ପରେ କାମିନୀ ଭାଙ୍ଗି ଯାଇଛନ୍ତି:

ବାସ୍ତବରେ କାମିନୀଙ୍କ ଜୀବନ ସୁରୁଖୁରୁରେ ଚାଲିଥିଲା। ତାଙ୍କ ସହ କଥା ହେଉଥିବା ବ୍ୟକ୍ତିଙ୍କୁ ଆନନ୍ଦ ଅନୁଭବ ହେଉଥିଲା। ସେ ବହୁ ପୁରୁଣା କଥାକୁ ଭଲ ଭାବରେ ମନେ ରଖୁଥିଲେ। କିଛି ଦିନ ପୂର୍ବରୁ କରୋନାରେ ତାଙ୍କ ବଡ ପୁଅ ରାହୁଲ ସୁଦଙ୍କର ମୃତ୍ୟୁ ହୋଇଥିଲା, ତା’ପରେ ସେ ପୁରାପୁରି ଭାଙ୍ଗି ପଡ଼ିଥିଲେ। ରାହୁଲ ତାଙ୍କ ମା’ଙ୍କ ଯତ୍ନ ନେବାକୁ ସର୍ବଦା ପ୍ରସ୍ତୁତ ଥିଲେ, କାରଣ ସେ ତାଙ୍କ ପାଖରେ ରହୁଥିଲେ। ଯେତେବେଳେ କି ତାଙ୍କର ଆଉ ଦୁଇ ପୁଅ ଶ୍ରବଣ ଏବଂ ବିଦୁର ଆମେରିକା ଓ ଲଣ୍ଡନରେ ରୁହନ୍ତି। ୨୦୨୦ ଫେବୃଆରୀ ୨୫ ରେ, ଯେତେବେଳେ କାମିନୀ କୌଶଲଙ୍କ ୯୩ ତମ ଜନ୍ମ ଦିନ ପାଳନ କରାଯାଇଥିଲା, ସେତେବେଳେ ତାଙ୍କ ବଡପୁଅ ରାହୁଲ ସମସ୍ତ ପ୍ରସ୍ତୁତି କରିଥିଲେ। କିନ୍ତୁ ୨୦୨୧ ମସିହାରେ, କାମିନୀ ଜିଙ୍କ ୯୪ ତମ ଜନ୍ମ ବାର୍ଷିକୀ ପୂର୍ବରୁ କରୋନା ରାହୁଲଙ୍କୁ ସବୁଦିନ ପାଇଁ ତାଙ୍କ ପାଖରୁ ଛଡେଇ ନେଇଥିଲା। ବଡ଼ ପୁଅ ରାହୁଲଙ୍କ ମୃତ୍ୟୁ ପରେ କାମିନୀଙ୍କ ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ବଡ଼ପୁଅଙ୍କ ଅନୁପସ୍ଥିତିର ଦୁଃଖ ତାଙ୍କୁ ସବୁବେଳେ ଯନ୍ତ୍ରଣା ଦେଉଛି। ତେବେ ସାନପୁଅ ବିଦୁର ଏହା ପରେ ଲଣ୍ଡନ ଛାଡି ମା’ଙ୍କ ସହ ମୁମ୍ବାଇରେ ରହୁଛନ୍ତି।


୯୩ ବର୍ଷ ପର୍ଯ୍ୟନ୍ତ ଔଷଧ ଠାରୁ ଦୂରଇ ରହିଥିଲେ:
୯୩ ବର୍ଷ ବୟସରେ ବି କାମିନୀ ଜି ଏତେ ସୁସ୍ଥ ଥିଲେ ଯେ ସେ କୌଣସି ପ୍ରକାର ଔଷଧ ଆବଶ୍ୟକ କରୁ ନଥିଲେ। କିନ୍ତୁ ଏବେ ତାଙ୍କୁ ଜଣେ ଶୁଭେଚ୍ଛୁ କହିଥିଲେ ଯେ ମୁଁ ଚାହୁଁଛି ଆପଣଙ୍କ ଶରୀର ସୁସ୍ଥ ରହୁ, ପୂର୍ବରୁ ଯେତେବେଳେ ମୁଁ ତୁମକୁ ଫିଟ୍ ଦେଖୁଥିଲି ବହୁତ ଖୁସି ଲାଗୁଥିଲା।
ଏହାପରେ ସେ ହସି କହିଥିଲେ ଯେ, ମୁଁ ବର୍ତ୍ତମାନ କେତେ ଆଉ ଭଲରେ ରହିବି? ବର୍ତ୍ତମାନ ବହୁତ ହେଇଗଲା? ତଥାପି ଶୁଭେଚ୍ଛା ପାଇଁ ଧନ୍ୟବାଦ! ” ଏହାପରେ ତାଙ୍କୁ ପଚରା ଯାଇଥିଲା ଯେ, ଏବେ ତୁମେ କ୍ୱଚିତ୍ ତୁମ ରୁମରୁ ବାହାରକୁ ଆସୁଛ ବୋଲି ଶୁଣିବାକୁ ମିଳୁଛି, ପୂର୍ବରୁ ତୁମେ କୌଣସି ଔଷଧ ଖାଉନଥିଲ। ବର୍ତ୍ତମାନ ବୋଧହୁଏ କିଛି ଔଷଧ ସେବନ କରୁଛ? ଏହା ଶୁଣି ସେ ଦୁଃଖଭରା କଣ୍ଠରେ କହିଥିଲେ, “ମୁଁ ତଥାପି ଏବେ ଟିକିଏ ଚଲାବୁଲା କରୁଛି। କିନ୍ତୁ ବେଳେବେଳେ କିଛି ଔଷଧ ସେବନ କରିବାକୁ ପଡୁଛି, ଯେପରିକି କିଛି ଭିଟାମିନ୍ ଇତ୍ୟାଦି, କିନ୍ତୁ ନିୟମିତ ଔଷଧ ଖାଉ ନାହିଁ”।

ସକାଳ ୮ ଟାରେ ଉଠନ୍ତୁ, ଫିଲ୍ମ ଦେଖିବାଠାରୁ ଦୂରେଇ ରୁହନ୍ତୁ:

ତାଙ୍କର ଦୈନନ୍ଦିନ କାର୍ଯ୍ୟ ବିଷୟରେ ସେ କୁହନ୍ତି, ମୁଁ ସକାଳୁ ୮ରେ ଉଠିଯାଏ, କିନ୍ତୁ ଶୋଇବା ଅନେକ ଜିନିଷ ଉପରେ ନିର୍ଭର କରେ, ବେଳେବେଳେ ଅତିଥି କିମ୍ବା କେହି ଜଣେ ତାଙ୍କୁ ଭେଟିବାକୁ ଆସିଲେ ସେମାନଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା ଚାଲିଥାଏ। ” କଣ ସେ ତାଙ୍କ ଫିଲ୍ମ ଦେଖି ପୁରୁଣା ଦିନଗୁଡ଼ିକୁ ମନେ ରଖିଛନ୍ତି କି? ସେ ବିଷୟରେ ସେ କହନ୍ତି ଯେ, “ନିଜର ଚଳଚ୍ଚିତ୍ରକୁ ବାରମ୍ବାର କଣ ଦେଖିବି କିନ୍ତୁ ଯଦି ମୁଁ ହଠାତ୍ ଟିଭିରେ କାହାର ଭଲ ଫିଲ୍ମ ଦେଖିବାକୁ ପାଇଥାଏ, ତେବେ ମୁଁ ଏହାକୁ ଟିକିଏ ଦେଖେ। ମୁଁ ଟିଭିରେ ଚଳଚ୍ଚିତ୍ର କିମ୍ବା ସିରିଏଲ ଦେଖୁ ନାହିଁ, ହଁ, ମୁଁ ଖବର ଦେଖେ।

୭୫ ବର୍ଷ ଅଭିନୟ ପାଇଁ ଉତ୍ସର୍ଗୀକୃତ :
ଫେବ୍ରୁଆରୀ ୨୫, ୧୯୨୭ରେ ଲାହୋରରେ ଜନ୍ମ ହୋଇଥିବା କାମିନୀ ଦେବୀ ଚଳଚ୍ଚିତ୍ରରେ ୭୫ ବର୍ଷରୁ ଅଧିକ ସମୟ ବିତାଇଛନ୍ତି। କୌତୁହଳର ବିଷୟ, ସେ ୯୦ ବର୍ଷ ବୟସରେ ମଧ୍ୟ ଅଭିନୟ କରୁଥିଲେ। ୨୦୧୯ରେ ମୁକ୍ତିଲାଭ କରିଥିବା ଏକ ଭଲ ତଥା ସଫଳ ଚଳଚ୍ଚିତ୍ର ‘କବୀର ସିଂ’ରେ କାମିନୀ ସାହିଦ କପୁରଙ୍କ ଜେଜେମା ହୋଇଥିଲେ।ଏହାସହ କାମିନୀ ‘କବୀର ସିଂ’ ପାଇଁ ୨୦୨୦ ରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ସ୍କ୍ରିନ୍ ପୁରସ୍କାର ସହ ତାଙ୍କୁ ଫିଲ୍ମଫେୟାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା।
ଏହାପୂର୍ବରୁ ୨୦୧୩ ମସିହାରେ କାମିନୀ ରୋହିତ ସେଟ୍ଟୀଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଚେନ୍ନାଇ ଏକ୍ସପ୍ରେସ’ରେ ଶାହରୁଖ ଖାନଙ୍କ ଜେଜେମା’ଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ। ଏହାର ଆଉ କିଛି ବର୍ଷ ପୂର୍ବରୁ ସେ ଫିଲ୍ମ ‘ ଲଗା ଚୁନରି ମେଁ ଦାଗ୍’ରେ ଅଭିଷେକ ବଚ୍ଚନଙ୍କ ଜେଜେମା’ ଭୂମିକାରେ ଅଭିନୟ କରିଥିଲେ। କାମିନୀ କୌଶଲ ୧୯୪୬ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚଳଚ୍ଚିତ୍ରରେ କାମ କରି ଆସିଛନ୍ତି। ସର୍ବପ୍ରଥମେ, ଜଣେ କଳାକାରଙ୍କ ୭୫ ବର୍ଷର ଅଭିନୟ ଯାତ୍ରା ନିଜ ଭିତରେ ଏକ ରେକର୍ଡ। ଦ୍ୱିତୀୟତଃ ୯୦ ବର୍ଷ ବୟସ ପରେ ମଧ୍ୟ, ତାଙ୍କର ଚମତ୍କାର ଅଭିନୟ, ଉତ୍ସାହ ଏବଂ ଶକ୍ତିରେ ପରିପୂର୍ଣ୍ଣ, ତାଙ୍କୁ ଅତୀତକୁ ସହଜରେ ମନେ ରଖିବାକୁ ବାଧ୍ୟ କରେ।

ପ୍ରଥମ ଚଳଚ୍ଚିତ୍ର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଧମାଲ କରିଥିଲା:
​​
୧୯୪୫ ମସିହାରେ, ଯେତେବେଳେ ଚେତନ ଆନନ୍ଦ ଗୋର୍କିଙ୍କ ଉପନ୍ୟାସ ‘ଦି ଲୋୟର ଡେପଥ୍’ ଉପରେ ଆଧାର କରି ‘ ନିଚା ନଗର୍’ ତିଆରି କରିବାକୁ ଯୋଜନା କରୁଥିଲେ, ସେତେବେଳେ ତାଙ୍କ ନଜର ଲାହୋରର ସରକାରୀ କଲେଜରେ ଇଂରାଜୀ ଅନର୍ସ ନେଇ ପଢୁଥିବାନ ଉମା କଶ୍ୟପଙ୍କ ରେଡ଼ିଓ ନାଟକ ଉପରେ ପଡ଼ିଥିଲା। କାମିନୀଙ୍କ ଦେବୀଙ୍କ ପୂର୍ବ ନାମ ଉମା କାଶ୍ୟପ ଥିଲା। କାମିନୀଙ୍କ ଚଳଚ୍ଚିତ୍ରରେ ଅଭିନୟ କରିବାର କୌଣସି ଉଦ୍ଦେଶ୍ୟ ନଥିଲା, କିନ୍ତୁ ଉମା ଏବଂ ତାଙ୍କ ଭାଇ କେଦାରଙ୍କ ସହ କଥା ହେବା ପରେ ଚେତନ ତାଙ୍କୁ ଫିଲ୍ମ କରିବାକୁ ନିଶ୍ଚିତ କରିଥିଲେ। ଚେତନଙ୍କ ପତ୍ନୀ ଉମା ଆନନ୍ଦ ମଧ୍ୟ ଏହି ଫିଲ୍ମରେ କାମ କରୁଥିଲେ। ଏକ ଚଳଚ୍ଚିତ୍ରରେ ଦୁଇଟି ଉମା ନହେବା ପାଇଁ ଚେତନ ଉମା କଶ୍ୟପଙ୍କ ନାମ କାମିନୀ କୌଶଲ ନାମରେ ପରିବର୍ତ୍ତନ କରିଥିଲେ। ଫ୍ରାନ୍ସର କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୨୯ ସେପ୍ଟେମ୍ବର ୧୯୪୬ ରେ ‘ ନିଚା ନଗର୍’ର ପ୍ରଥମ ସ୍କ୍ରିନିଂ ହୋଇଥିଲା। ସେଠାରେ ଫିଲ୍ମଟି ‘ଗୋଲ୍ଡେନ ଲୋଟସ୍’ ପୁରସ୍କାର ପାଇଥିଲା। ଏହା ସହିତ, ସେତେବେଳେ ‘ ନିଚା ନଗର’ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବରେ ବିଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲା। କିଛି ବର୍ଷ ମଧ୍ୟରେ ସେ ଅଶୋକ କୁମାର, ରାଜ କପୁର, ଦିଲୀପ କୁମାର ଏବଂ ଦେବ ଆନନ୍ଦଙ୍କ ଭଳି ସୁପର ଷ୍ଟାରଙ୍କ ନାୟିକା ଭାବରେ ଅଭିନୟ କରିଥିଲେ। ୧୯୫୬ ମସିହାରେ ‘ବିରାଜ ବହୁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ମିଳିବା ପରେ କାମିନୀ କୌଶଲ ହଠାତ୍ ଲୋକପ୍ରିୟତାର ଶିଖରରେ ପହଞ୍ଚିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: