ଅଜବ ପରମ୍ପରା, ଏଠାରେ ନିଜ ଜନ୍ମ କଲା ମା’ବାପାଙ୍କୁ ସନ୍ତାନ କରନ୍ତି ହତ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୁରୁଜନଙ୍କ ବିନା ଘର ଶୂନ୍ୟ ଭଳି ଲାଗେ । ବୟସ୍କମାନଙ୍କ ପାଇଁ ପରିବାରର ଅନ୍ୟମାନଙ୍କୁ ଦମ୍ଭ ମିଳିଥାଏ। ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ। ଭାରତୀୟ ଯୌଥ ପରିବାରରେ ଏକ ନିଆରା ଖୁସି ସର୍ବଦା ମିଳିଥାଏ। କିନ୍ତୁ ତାମିଲନାଡୁରେ ଏକ ଅଦ୍ଭୁତ ପରମ୍ପରା ପ୍ରଚଳିତ ହୋଇ ଆସୁଛି, ଯାହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ଏହି ପରମ୍ପରା ଅନୁଯାୟୀ ପରିବାର ଲୋକମାନେ ଘରର ବୟସ୍କମାନଙ୍କୁ ହତ୍ୟା କରିଥାଆନ୍ତି । ଯଦିଓ ଏହି ପରମ୍ପରାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧ କରାଯାଇଛି, ତଥାପି ଏବେ ମଧ୍ୟ ଅନେକ ଲୋକ ଏହାକୁ ବିଶ୍ୱାସ କରନ୍ତି। ଏହି ପରମ୍ପରାକୁ ‘ଠଲାଇକୁଠଲ୍’ କୁହାଯାଏ। ଏଥିରେ ପରିବାର ସଦସ୍ୟ ସେମାନଙ୍କ ଘରର ବୃଦ୍ଧମାନଙ୍କୁ ହତ୍ୟା କରନ୍ତି।
‘ଠଲାଇକୁଠଲ୍’ ପରମ୍ପରା ଏକ କୁପ୍ରଥା ହୋଇଥିବା ସତ୍ତ୍ଵେ ସ୍ଥାନୀୟ ଲୋକମାନେ ଏହାକୁ ଖୁସି ଖୁସିରେ ପାଳନ କରନ୍ତି। ଏଥିରେ ଘରର ପୁରୁଖା ଲୋକମାନଙ୍କୁ ବିଭିନ୍ନ ଉପାୟରେ ମୃତ୍ୟୁ ଦିଆଯାଏ। ବିଶେଷକରି ଯଦି କୌଣସି ବୃଦ୍ଧ ବ୍ୟକ୍ତି ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କୁ ଚିକିତ୍ସା ପରିବର୍ତ୍ତେ ହତ୍ୟା କରାଯାଇଥାଏ । ଏହି ଠଲାଇକୁଠଲ୍ ପରମ୍ପରା ଅନଯାୟୀ ବୃଦ୍ଧଲୋକଙ୍କୁ ମୃତ୍ୟୁ ଦେବାର ଅନେକ ଉପାୟ ରହିଛି। ସେଥି ମଧ୍ୟରୁ ଅତି ଲୋକପ୍ରିୟ ପଦ୍ଧତି ହେଉଛି ସେମାନଙ୍କ ପେଟକୁ ନଷ୍ଟ କରିଦେବା। ‘ଠଲାଇକୁଠଲ୍’ରେ ଲୋକମାନେ ବୃଦ୍ଧମାନଙ୍କୁ ମାଟି ମିଶା ପାଣି ପିଇବାକୁ ଦିଅନ୍ତି । ଏହା ଦ୍ଵାରା ସେମାନଙ୍କ ପେଟ ଖରାପ ହେବା ସହ ବିଭିନ୍ନ ପେଟ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେମାନେ ମରି ଯାଆନ୍ତି। ଏହା ବ୍ୟତୀତ ବୃଦ୍ଧଲୋକମାନଙ୍କୁ ଏତେ ନଡ଼ିଆ ପାଣି ଦିଆଯାଏ ଯେ, ସେମାନଙ୍କ କିଡନୀ ନଷ୍ଟ ହୋଇଯାଏ ଏବଂ ଅତି ବେଶିରେ ଦୁଇ ଦିନ ମଧ୍ୟରେ ସେମାନେ ମରି ଯାଆନ୍ତି।
ଏହା ବ୍ୟତୀତ ‘ଠଲାଇକୁଠଲ୍’ରେ ଅନେକ ଥର ଘର ଲୋକମାନେ ବୃଦ୍ଧ ଲୋକଙ୍କୁ ଅତ୍ୟନ୍ତ ଥଣ୍ଡା ପାଣିରେ ସ୍ନାନ କରାଇ ଦିଅନ୍ତି । ଏହା ତାଙ୍କ ପାଇଁ ହୃଦଘାତର କାରଣ ହୋଇଥାଏ । ପରମ୍ପରା ନାମରେ ହତ୍ୟା କରିବାର ଏହି ପ୍ରଥାରେ ବୟସ୍କମାନଙ୍କୁ ନାକ ବନ୍ଦ କରି କ୍ଷୀର ଖାଇବାକୁ ଦିଆଯାଏ। ଯେଉଁଥିପାଇଁ ସେମାନଙ୍କର ନିଶ୍ୱାସ ବନ୍ଦ ହୋଇଯାଇ, ସେମାନେ ମରି ଯାଆନ୍ତି। ତାମିଲନାଡୁ ସରକାର ଏହି ଭୟାନକ ପରମ୍ପରା ଉପରେ ବହୁ ବର୍ଷ ହେଲା ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଏହାକୁ ଲୁଚାଚୋରାରେ ଅନେକ ପରିବାର ପାଳନ କରୁଛନ୍ତି । ପରମ୍ପରା ନାମରେ ନିଜର ଜନ୍ମକଲା ମା’ବାପାଙ୍କୁ ହତ୍ୟା କରିବା ଏହା କେବଳ ଅସାମାଜିକ କାର୍ଯ୍ୟକଳାପ ନୁହେଁ ଜଙ୍ଘନ୍ୟ ଅପରାଧ ମଧ୍ୟ । ଵ

Leave a Reply

Your email address will not be published. Required fields are marked *