୪ ଦଶନ୍ଧି ଧରି ବଲିଉଡ ଟପରେ ରହିବାର ରାଜ କହିଲେ ତବୁ

୪ ଦଶନ୍ଧି ଧରି ବଲିଉଡ ଟପରେ ରହିବାର ରାଜ କହିଲେ ତବୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ବଲିଉଡ ଦୁନିଆର ଗୋଟିଏ ଜଣାଶୁଣା ନାମ ହେଉଛି ତବୁ ସିଂ। ଚାରି ଦଶନ୍ଧି ଧରି ନିଜର ଅଭିନୟ ଓ ଆଦାକାରିତା ଦ୍ଵାରା ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ତବୁ।

ସଂଯୋଗରୁ ଅଭିନେତ୍ରୀ ହୋଇଥିଲେ:-ତବାସୁମ୍ ହାଶମି ଅର୍ଥାତ୍ ତବୁ ହାଇଦ୍ରାବାଦର ଏକ ଶିକ୍ଷିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ତାଙ୍କ ସମ୍ପର୍କୀୟ ଶବାନା ଆଜମୀ ହିନ୍ଦୀ ସିନେମାରେ ପ୍ରତିଷ୍ଠିତ ହୋଇସାରିଥିଲେ ଏବଂ ତାଙ୍କ ବଡ ଭଉଣୀ ଫରାହ ହାଶମି ଚଳଚ୍ଚିତ୍ର ପ୍ରତି ଆଗ୍ରହ ପ୍ରକାଶ ଆରମ୍ଭ କରିଦେଇଥିଲେ। କିନ୍ତୁ ତବୁଙ୍କର ନିଜେ ସିନେ ଦୁନିଆରେ ପ୍ରବେଶ କରିବାକୁ କୌଣସି ଇଚ୍ଛା ନଥିଲା। କିନ୍ତୁ ୧୯୮୨ ମସିହାରେ ‘ବଜାର’ ଫିଲ୍ମ୍ ରେ ଏକ ଛୋଟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ ସେ, ଏବଂ ଏହାପରେ ଦେୱାନନ୍ଦଙ୍କ ଫିଲ୍ମ ‘ହମ୍ ନୌଜବାନ’ (୧୯୮୪) ତାଙ୍କ ପଦାକୁ ଚଳଚ୍ଚିତ୍ର ଆଡକୁ ବଢ଼ିଇ ନେଇଥିଲା।ଏହି ପରିପ୍ରେକ୍ଷୀରେ ସେ ନିଜେ ‘ଟେଲିଗ୍ରାଫ୍’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି – “ମୁଁ କେବେ ଅଭିନେତ୍ରୀ ହେବାକୁ ଚାହିଁ ନଥିଲି। ଏହା କେବଳ ସୌଭାଗ୍ୟବଶତଃ ଘଟିଥିଲା। ବୋଧହୁଏ ସେଥିପାଇଁ ମୋର କୌଣସି ଆଦର୍ଶ କିମ୍ବା ରେଫରେନ୍ସ ପଏଣ୍ଟ ନଥିଲା।”

ସଫଳତା ଆଡକୁ ପାଦ:ଯଦିଓ ତାଙ୍କୁ ପ୍ରଥମେ ଲିଡ ରୋଲରେ ‘ପ୍ରେମ’ (୧୯୯୫) ପାଇଁ ବୋନି କପୁର ସାଇନ୍ କରିଇଥିଲେ । କିନ୍ତୁ ପରଦାରେ ସେ ମୁଖ୍ୟ ଅଭିନେତ୍ରୀ ଭାବରେ ଭେଙ୍କଟେଶଙ୍କ ସହ ତେଲୁଗୁ ଚଳଚ୍ଚିତ୍ର ‘କୁଲି ନଂ ୧’ (୧୯୯୧) ରେ ଅଭିନୟ କରିଥିଲେ। କିନ୍ତୁ ସେ ତାଙ୍କ କ୍ୟାରିୟର ପ୍ରଥମ ସଫଳତା ‘ବିଜୟପଥ’ (୧୯୯୪) ରୁ ପାଇଥିଲେ। ସେ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗାନଙ୍କ ବିପକ୍ଷରେ ଅଭିନୟ କରିଥିବା ବେଳେ ତାଙ୍କୁ ‘ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ’ ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା।ଏହା ପରେ ସେ ୧୯୯୫ରେ ‘ ହକିକତ’, ୧୯୯୬ରେ ‘ସାଜନ ଚଲେ ସେସୁରାଲ୍’, ୧୯୯୬ ରେ ‘ଜୀତ୍’ ୧୯୯୭ରେ ‘ବର୍ଡର’, ୧୯୯୮ରେ ‘ଚାଚି ୪୨୦’, ୧୯୯୯ରେ ‘ବିବି ନଂ ୧’ , ‘ହମ୍ ସାଥ୍-ସାଥ୍ ହେଁ’ ପରି ସଫଳ ଚଳଚ୍ଚିତ୍ର ତାଙ୍କୁ ହିନ୍ଦୀ ସିନେମାରେ ପ୍ରତିଷ୍ଠିତ କରାଇଥିଲା।

ଗମ୍ଭୀର ଅଭିନୟର ଉଦାହରଣ:ଏହା ସତ୍ୟ ଯେ ଶତାବ୍ଦୀର ଆରମ୍ଭରେ ତବୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପରିଚିତ ହୋଇଥିଲେ। ପଞ୍ଜାବରେ ଆତଙ୍କବାଦୀଙ୍କ ସମସ୍ୟା ଉପରେ ଆଧାରିତ ଗୁଲଜାରଙ୍କ ‘ମାଚିସ୍’ (୧୯୯୬) ଏବଂ ବ୍ରିଟିଶ ରାଜ ପୃଷ୍ଠଭୂମି ଉପରେ ଆଧାରିତ କମଲ ହାସନଙ୍କ ଦ୍ୱାରା ଲିଖିତ ତଥା ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ମାଲାୟାଲମ୍ ଚଳଚ୍ଚିତ୍ର ‘କାଲାପାନି’ (୧୯୯୬) ଚଳଚ୍ଚିତ୍ର ତାଙ୍କର ପ୍ରାରମ୍ଭିକ ସିନେମା ଯାହା ତାଙ୍କ ଅଭିନୟ ପ୍ରତିଭାକୁ ଯଥାର୍ଥତା ଦେଇଥିଲା। ‘ମାଚିସ୍’ରେ ଶିଖ୍ ଝିଅ’ ବିରା’ର ଚରିତ୍ର ପାଇଁ ତାଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ବର୍ଷ ପ୍ରିୟଦର୍ଶନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ବିରାସତ’ (୧୯୯୭) ରେ ତବୁ ଜଣେ ସରଳ ଗାଁ ଝିଅ ‘ଗହାନ’ର ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲା।୨୦୦୧ ମସିହାରେ ମଧୁର ଭଣ୍ଡାରକରଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଚାନ୍ଦନୀ ବାର୍’ ରେ ସେ ଅଭିନୟ କରିଥିଲେ। ବାର ନର୍ତ୍ତକୀ ମୁମତାଜଙ୍କ ଭୂମିକା ଏତେ ନିଖୁଣ ଭାବେ କରିଥିଲେ ଯେ ଏବେ ପର୍ଯ୍ୟନ୍ତ ତାହା ଦର୍ଶକଙ୍କ ମନରେ ଛାପ ହୋଇ ରହିଛି। ଏହି ଚରିତ୍ର ପାଇଁ ତାଙ୍କୁ ଦ୍ୱିତୀୟ ଥର ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଲରାଉଣ୍ଡର ତବୁ:-ତବୁ ଜଣେ ସାନଦାର ଅଭିନେତ୍ରୀ ବୋଲି ସେଥିରେ ସନ୍ଦେହ ନାହିଁ। କିନ୍ତୁ ତାଙ୍କର ଭାଷାଗତ, ବିଷୟଗତ ଏବଂ ଚରିତ୍ରଗତ ଭିନ୍ନତାରେ ପରିପୂର୍ଣ୍ଣ ସିନେମା ଗୁଡ଼ିକ , ତାଙ୍କୁ ଭାରତୀୟ ସିନେମାରେ ପ୍ରତିଷ୍ଠିତ କରିଥାଏ। ଗୋଟିଏ ପଟେ ସେ ତେଲୁଗୁ, ତାମିଲ, ମରାଠୀ ଭଳି ଭାରତୀୟ ଭାଷାରେ ଚଳଚ୍ଚିତ୍ର କରିଥିବା ବେଳେ ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟର ସୁଯୋଗ ପାଇଛନ୍ତି ଏବଂ ସେ ୨୦୦୬ରେ ‘ଦି ନେମେସେକ୍’ , ୨୦୧୨ରେ ‘ଲାଇଫ୍ ଅଫ୍ ପାଇ’ ଭଳି ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ହେରା-ଫେରି’ ଏବଂ’ ଗୋଲମାଲ୍ ଏଗେନ୍ ‘ ଭଳି କମେଡି ଚଳଚ୍ଚିତ୍ରରେ ମଧ୍ୟ ନିଜର ଆଉ ଏକ ରୂପ ଦେଖାଇଥିଲେ ତବୁ। ତାଙ୍କ ଚରିତ୍ର ବିଷୟରେ କହିବାକୁ ଗଲେ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଅସ୍ତିତ୍ବ ‘ ରେ ବିବାଦୀୟ ଗୃହିଣୀ ‘ଆଦିତ୍ୟ ପଣ୍ଡିତ’ ଠାରୁ ଆରମ୍ଭ କରି ‘ଚିନି କୁମ୍’ରେ ଆତ୍ମବିଶ୍ୱାସୀ ‘ନୀନା ବର୍ମା’ ଏବଂ ‘ମକବୁଲ୍’ ରୁ ଷଡଯନ୍ତ୍ରକାରୀ ନିମି ଭୂମିକା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ଏହାସହ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଦୃଷ୍ୟମରେ ଶକ୍ତିଶାଳୀ ପୋଲିସ୍ ଅଧିକାରୀ ‘ମିରା ଦେଶମୁଖ ‘ଓ ‘ହାଇଦର’ର ରହସ୍ୟମୟ ‘ଗାଜାଲା ମିର’ରୁ ଆରମ୍ଭ କରି ୨୦୨୦ ରେ ମୁକ୍ତିଲାଭ କରିଥିବା ‘ଏ ସୁଇଟେବଲ ବାଇ’ ପ୍ରଲୋଭିତକାରୀ ‘ସଇଦା ବାଇ’ ପର୍ଯ୍ୟନ୍ତ ସବୁଥିରେ ତବୁଙ୍କର ଏକ ନିଆରା ରୂପ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନୟ ଦେଖି ‘ଲାଇଫ୍ ଅଫ୍ ପାଇ’ରେ ନିର୍ଦ୍ଦେଶନା ଦେଇଥିବା ଦୁନିଆର ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତା ଅଙ୍ଗ ଲି ତାଙ୍କୁ’ ବିଶ୍ୱ ସିନେମାର ଭଣ୍ଡାର ‘ବୋଲି ବିବେଚନା କରିଥିଲେ।

ତବୁଙ୍କ ଉତ୍ତରାଧିକାରୀ:ତବୁ ୫୦ ବର୍ଷ ଅତିକ୍ରମ କରିଛନ୍ତି। ଦୁଇଟି ଜାତୀୟ ପୁରସ୍କାର, ଅର୍ଦ୍ଧ ଡଜନ ଫିଲ୍ମଫେୟାର ପୁରସ୍କାର ଏବଂ ପଦ୍ମଶ୍ରୀ ସହିତ ପୁରସ୍କୃତ ହୋଇଥିବା ତାବୁଙ୍କର ଏହି ସିନେ ଯାତ୍ରା ପ୍ରାକୃତିକ ଗତିରେ ଚାରି ଦଶନ୍ଧି ଧରି ଚାଲିଛି।ସେ ତାଙ୍କ ଅଭିନୟରେ ଯେତେ ସଫଳ, ବ୍ୟବହାରିକ ଜୀବନରେ ସେତେ ଅଧିକ ଆରାମଦାୟକ ଏବଂ ସାଳିନ । ତାଙ୍କ ଅଭିନୟରେ, ଲି ଷ୍ଟ୍ରାସବର୍ଗଙ୍କ ପ୍ରସିଦ୍ଧ ଅଭିନୟ ନୀତି, ‘ଇମ୍ପ୍ରୋଭାଇଜେସନ୍’ ଏବଂ ‘ପ୍ରଭାବଶାଳୀ ସ୍ମୃତି’ ସଠିକ୍ ଅଭିନୟ ପାଇଁ ଜରୁରୀ ବୋଲି ବାରମ୍ବାର ପ୍ରମାଣିତ ହୋଇଛି। ଏହା ତାଙ୍କର ଅଭିନୟ ଦକ୍ଷତା ଯାହା କି ମୁଖ୍ୟ ଭୂମିକାରେ ନଥିଲେ ମଧ୍ୟ ତାଙ୍କୁ ଫିଲ୍ମର କେନ୍ଦ୍ରୀୟ କରିଦେଇଥାଏ। ଉଦାହରଣ ସ୍ୱରୂପ, ହେମଲେଟ୍ ଉପରେ ଆଧାରିତ ‘ହାଇଦର’ରେ ମାତା ଗାଜାଲା ମିରର ସହାୟକ ଭୂମିକାରେ ଥିଲେ। କିନ୍ତୁ ତାଙ୍କର ଅଭିନୟ ଦେଖି ‘ଦି ନ୍ୟୁୟର୍କ ଟାଇମ୍ସ’କୁ କହିବାକୁ ପଡିଥିଲା ଯେ- ଫିଲ୍ମର ନାମ ହାୟଦାରଙ୍କ ବଦଳରେ ଗାଜାଲା ହେବା ଉଚିତ୍। ଅନ୍ୟ ପକ୍ଷରେ ମାଚିସ ଓ ହୁତୁ ହୁତରେ ତାଙ୍କର ଦମଦାର ଅଭିନୟ ପରେ ଗୁଲଜାର ତାଙ୍କୁ ମିନା କୁମାରିର ଆଖ୍ୟା ଦେଇଥିଲେ। ସବୁର ଉତ୍ତରରେ ତବୁ ‘ଟେଲିଗ୍ରାଫ୍’କୁ ଦେଇଥିବା ଏକ ସାକ୍ଷାତକାରରେ ଅତ୍ୟନ୍ତ ସରଳ ଭାବରେ କହିଛନ୍ତି – ଅଭିନୟ ମୋ ପାଇଁ ଏକ ଅନୁଭୂତି ପରି ….. ଯାହା ସ୍ଵତଃସ୍ପୃତ ଭାବରେ ହୋଇଯାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: