ଏହି ମାସରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍

ଏହି ମାସରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅକ୍ଟୋବର ୧୭ରୁ ୟୁଏଇରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ରେ IPL ଫାଇନାଲ୍ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୧୭ରୁ ଆରମ୍ଭ ହେବ ICCର ଏହି ବିଗ୍ ଟୁର୍ଣ୍ଣାମେଣ୍ଟ। କୋରୋନା ସଂକ୍ରମଣକୁ ନଜରରେ ରଖି ଆୟୋଜକ ଭାରତ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଦେଶରେ କୋରୋନା ସଂକ୍ରମଣ ଯୋଗୁ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଅକ୍ଟୋବର ୧୫ ତାରିଖରେ ଟାଇଟଲ୍ ପାଇଁ ଲଢ଼େଇ ହେବ। ଅକ୍ଚୋବର ୧୭ରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହୋଇ ନଭେମ୍ବର ୧୪ରେ ଖେଳାଯିବ ଫାଇନାଲ୍ ମୁକାବିଲା। ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ। ୨୦୦୭ରେ ICC ଟି-ଟ୍ୱେଣ୍ଟି ବିଶ୍ୱକପ୍ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ଏଯାଏ ଖେଳାଯାଇଥିବା ସମସ୍ତ ଟୁର୍ଣ୍ଣାମେଣ୍ଟରେ ଧୋନି ଥିଲେ ଟିମ୍ ଇଣ୍ଡିଆର ଅଧିନାୟକ। ଚଳିତଥର କିନ୍ତୁ ବିନା ଧୋନିରେ ମଇଦାନକୁ ଓହ୍ଲାଇବ ଭାରତ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: