ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି

ବିଜେଡିର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିନି। କିନ୍ତୁ ଏବେଠାରୁ ନିଜକୁ ପ୍ରସ୍ତୁତ କଲାଣି ବିଜେଡି। ସେଥିପାଇଁ ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ। ଖାସ୍ କରି ଯୁବ ଓ ଅଭିଜ୍ଞ ନେତାଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ଦଳ ସାମିଲ କରିଛି। ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ର ସାରଥୀ ବେହେରା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂଙ୍କୁ ୨ଟି ଲେଖାଏଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ପ୍ରଣବ ପ୍ରକାଶ ଦାଶଙ୍କୁ ଦାୟିତ୍ୱ ମିଳିଛି। ସେହିପରି ସୁଶାନ୍ତ ସିଂଙ୍କୁ ଦେବଗଡ଼ ଓ ବଲାଙ୍ଗୀର ଦାୟିତ୍ୱ ଦେଇ ଦଳ ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଡ଼ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି। ସେହିପରି ରାୟଗଡ଼ା ଓ ଗଜପତି ଜିଲ୍ଲାର ଦାୟିତ୍ୱ ଅତନୁ ସବ୍ୟସାଚୀ ନାୟକ ଏବଂ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଦାୟିତ୍ୱ ଚନ୍ଦ୍ରସାରଥୀ ବେହେରାଙ୍କୁ ଦେଇଛି।

https://twitter.com/PrismNewsOdisha/status/1408677887721365505


ସେହିପରି ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିକ୍ରମ କେଶରୀ ଆରୁଖ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ମହେଶ୍ୱର ମହାନ୍ତିଙ୍କୁ ଦାୟିତ୍ୱ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: