ଲୁଚି ଲୁଚି ବାହା ହୋଇଗଲେ ସ୍ୱରା

ଲୁଚି ଲୁଚି ବାହା ହୋଇଗଲେ ସ୍ୱରା

ପ୍ରିଜମ ନ୍ୟୁଜ ବ୍ୟୁରୋ:ବଲିଉଡ୍ ରେ ଲୁଚାଛପା ସମ୍ପର୍କ ଆଉ ବିବାହ କିଛି ନୂଆ କଥା ନୁହେଁ। ତେବେ ଅଭିନେତ୍ରୀ ସ୍ୱରା ଭାସ୍କର ଅନେକ ସମୟରେ ଖବରର ଶୀର୍ଷରେ ରହି ଥାଆନ୍ତି। ଏବେ କିନ୍ତୁ ନିଜ ବିବାହକୁ ନେଇ ସ୍ୱରା ବେଶ ଚର୍ଚ୍ଚାରେ ଅଛନ୍ତି। ସେ ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କ ସହ କୋର୍ଟରେ ଲୁଚି ଲୁଚି ବିବାହ କରିଛନ୍ତି। ସ୍ୱରା ଜାନୁଆରୀ ୬ ତାରିଖରେ ବିବାହ କରିଥିବାର ଜଣା ପଡିଛି। ତେବେ ସ୍ୱରା ଆଜି ନିଜେ ସୋସିଆଲ ମିଡିଆରେ ତାଙ୍କର ଏବଂ ସ୍ବାମୀ ଫହାଦଙ୍କର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଉଭୟଙ୍କ ଚେହେରା ଦୃଶ୍ୟମାନ ହେଉ ନଥିଲା । ତେବେ ସ୍ୱରା ଜାନୁଆରୀରେ ହୋଇଥିବା ବିବାହକୁ ନେଇ ଔପଚାରିକ ଭାବେ ଘୋଷଣା କରିଛନ୍ତି।ଏଠାରେ କହିରଖୁଛୁ ଯେ, ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ ସମାଜବାଦୀ ପାର୍ଟିର ଯୁବରାଜ ସଭାର ରାଜ୍ୟ ସଭାପତି ଅଟନ୍ତି।

ସ୍ୱରା ଭାସ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଏବଂ ଫହାଦର ପୁରା ପ୍ରେମ କାହାଣୀ କହୁଥିବାର ନଜର ଆସିଛନ୍ତି । ଉଭୟ ଜାନୁଆରୀ ୬ରେ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ସେମାନଙ୍କ ବିବାହ ପଞ୍ଜିକରଣ କରିଛନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି ଏହି ଭିଡ଼ିଓ ରେ। ବିବାହ ପରେ ଏକ ଫଟୋରେ ସ୍ୱରା ମଧ୍ୟ କାନ୍ଦୁଥିବା ଦେଖିବାକୁ ମିଳିଛି। ଭିଡିଓ ସେୟାର କରି ସ୍ୱରା ଲେଖିଛନ୍ତି, ‘ବେଳେବେଳେ ଆପଣ କୌଣସି ଜିନିଷକୁ ସମଗ୍ର ବିଶ୍ୱରେ ଖୋଜୁଥିବେ ହେଲେ, କିନ୍ତୁ ତାହା ଆପଣଙ୍କ ପାଖରେ ରହିଥିବ । ଆମେ ପ୍ରେମ ଖୋଜୁଥିଲୁ, କିନ୍ତୁ ପ୍ରଥମେ ବନ୍ଧୁତା ପାଇଲୁ, ଏବଂ ତା’ପରେ ଆମେ ପରସ୍ପରକୁ ପାଇଲୁ। ଫହାଦ ଅହମ୍ମଦ ତୁମକୁ ମୋ ହୃଦୟକୁ ସ୍ୱାଗତ।ଅର୍ଥାତ୍, ଜାନୁଆରୀରେ ସ୍ୱରା ତାଙ୍କୁ ‘ମିଷ୍ଟ୍ରି ମ୍ୟାନ୍’ କରି ସମସ୍ତଙ୍କ ସହ ପରିଚିତ କରାଇଥିଲେ । ପୂର୍ବରୁ ସ୍ୱରା ଭାସ୍କର ଏବଂ ଲେଖକ ହିମାଂଶୁ ଶର୍ମାଙ୍କ ଡେଟିଂ ନେଇ ଚର୍ଚ୍ଚା ହୋଇଥିଲା। ତେବେ, ୨୦୧୯ ରେ, ଏହି ଦୁଇଜଣଙ୍କ ମଧ୍ୟରେ ବ୍ରେକଅପ୍ କଥା ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ‘ଜାହାଁ ଚାର ୟାର’ରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରଟି ୧୬ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: