ଦେଶରୁ ବଦଳିବ ସମସ୍ତ ‘ ଜୁ-ଏଇ’ ନାମଧାରୀଙ୍କ ପରିଚୟ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ କାଣ୍ଡ ସାରା ବିଶ୍ବକୁ ଜଣା। ଏବେ ପୁଣି ସେ ଏକ ଅଜବ ନିୟମ ଦେଶରେ ଲାଗୁ କରିଛନ୍ତି। ତାଙ୍କ ଝିଅ ନାମରେ ନାମିତ ଯୁବତୀ ଏବଂ ମହିଳାଙ୍କୁ ନିଜ ନାମ ବଦଳାଇବା ପାଇଁ ବାଧ୍ୟ କରାଯାଉଛି, ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ଅଧିକାରୀମାନେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଝିଅ ନାମରେ ପରିଚିତ ଥିବା ଯୁବତୀ ଏବଂ ମହିଳାମାନଙ୍କୁ ନିଜର ନାମ ବଦଳାଇବାକୁ ବାଧ୍ୟ କରୁଛନ୍ତି। କିମ୍‌ ଜୋଙ୍ଗ୍‌ଙ୍କ ଝିଅର ନାମ ‘ ଜୁ-ଏଇ’। ଯାହାଙ୍କ ବୟସ ୧୦ ବର୍ଷ, ଏବଂ ସେ କିମ୍ ଙ୍କ ପରେ ଉତ୍ତର କୋରିଆ ଶାସନ ଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି।କୁହା ଯାଉଛି କି, ନୂଆ ଆଦେଶ ତାଙ୍କ ଝିଅଙ୍କ ରହସ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କରାଯାଇଛି। ରିପୋର୍ଟ ରେ କୁହାଯାଇଛି ଯେ, ଜୁ-ଏଇ ନାମଧାରୀ ମହିଳାମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ବଦଳାଇବାକୁ ସ୍ଥାନୀୟ ସରକାର ଆଦେଶ ଜାରି କରିଛନ୍ତି। ଦୁଇଦିନ ତଳେ ଜୋଙ୍ଗଜୁ ସହରର ସୁରକ୍ଷା ମନ୍ତ୍ରଣାଳୟ ‘ଜୁ-ଏଇ’ ନାମଧାରୀ ସମସ୍ତ ମହିଳା ଓ ଯୁବତୀଙ୍କୁ ପଞ୍ଜୀକରଣ ଅଫିସ୍‌ ଡକାଇଥିଲେ। ତେବେ ମହିଳା ଏବଂ ଝିଅମାନଙ୍କୁ ନାମ ବଦଳାଇବାକୁ ଅଧିକାରୀମାନେ ଏକ ସପ୍ତାହ ସମୟ ଦେଇଛନ୍ତି। ତେବେ ଯଦି କୌଣସି ବ୍ୟକ୍ତି ଏହି ନିଷ୍ପତି ନମାନନ୍ତି ତେବେ ତାଙ୍କୁ ଭୟଙ୍କର ପରିସ୍ଥିତି ଭୋଗିବାକୁ ହେବ।

Leave a Reply

Your email address will not be published. Required fields are marked *