ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟାୟନ ଆନୁକୂଲ୍ୟରେ ‘ମୀରା ଫେଷ୍ଟିଭାଲ ଅଫ ଡାନ୍ସ’ ଉଦଘାଟିତ

ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟାୟନ ଆନୁକୂଲ୍ୟରେ ‘ମୀରା ଫେଷ୍ଟିଭାଲ ଅଫ ଡାନ୍ସ’ ଉଦଘାଟିତ

ଭୁବନେଶ୍ୱର;  ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ଦ୍ୱାରା ସ୍ଥାପିତ ତଥା ସଂଚାଳିତ ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟାୟନ ଆନୁକୂଲ୍ୟରେ ତା.୨୪ ଏବଂ ୨୫ ଫେବୃଆର ରେ ଦୁଇ ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଆୟୋଜନର ପ୍ରଥମ ଦିନ ଉଦଘାଟନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଶ୍ରୀରାଧାଶ୍ୟାମ ପାତ୍ର ଙ୍କ ସଭାପତିତ୍ୱ ରେ ପ୍ରଖ୍ୟାତ ଶିଳ୍ପ ତଥା ଭାସ୍କର ଗୁରୁ ପଦ୍ମ ବିଭୁଷଣ ଶ୍ରୀ ସୁଦର୍ଶନ ସାହୁ ମୁଖ୍ୟ ଅତିଥି, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ମିଶ୍ର, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ, ଇଂରାଜୀ ଦୈନିକ ଖବର କାଗଜ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ର ଡେପୁଟି ମ୍ୟାନେଜର ମନୀଷା ଶର୍ମା ପ୍ରମୁଖ ସମ୍ମାନସ୍ପଦ ଅତିଥିଙ୍କ ଆସନ ଅଳଙ୍କୃତ କରିଥିଲେ ….

ଅଧିକ ଖବର ପଢନ୍ତୁ…ଲୁଚି ଲୁଚି ବାହା ହୋଇଗଲେ ସ୍ୱରା

ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଉଦଘାଟିତ

ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଦିଲ୍ଲୀ ସ୍ଥିତ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଗୀତା ମହାଲିକ ଙ୍କୁ “ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା” ସମ୍ମାନ ଏବଂ ମୁମ୍ବାଇ ରୁ ଆସିଥିବା ଉଦୀୟମାନ ଭାରତ ନାଟ୍ୟମ ଶିଳ୍ପୀ ଶ୍ରୀ ପବିତ୍ର କ୍ରିଷ୍ଣା ଭଟ ଙ୍କୁ “ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ଯୁବ ପୁରସ୍କାର” ରେ ସମ୍ମାନିତ କରାଯାଇଥିଲା l ଓଡିଶାର ମହାନ୍ ଶାସ୍ତ୍ରୀୟ ନୃତ୍ୟକୁ ବିଶ୍ୱବ୍ୟାପି ପ୍ରଚାର ଓ ପ୍ରସାର ତଥା ଅନେକ ବିଶିଷ୍ଟ ନୃତ୍ଯ ଶିଳ୍ପୀ ଙ୍କୁ ସୃଷ୍ଟି କରିଥିବା ଲାଗି ଗୁରୁ ଦୁର୍ଗା ଚରଣ ରଣବିର ଙ୍କ ଭୂମିକାକୁ ସମସ୍ତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଉତ୍ସବ ର ଆୟୋଜକ ସହିତ ସମସ୍ତ ସହଯୋଗୀ ଙ୍କ ଅବଦାନ କୁ ପ୍ରଶଂସା କରିଥିଲେ । ସଭା କାର୍ଯ୍ୟ ପରେ ଆୟୋଜିତ ବର୍ଣ୍ଣାଢ୍ଯ ନୃତ୍ଯ ପର୍ବ ର ପ୍ରଥମ ପର୍ଯ୍ୟାୟରେ ପଡୁଚେରି ସ୍ଥିତ   ନୃତ୍ଯାୟନ ର ଗର୍ବ ଓ ଗୌରବ ତଥା ବିଶିଷ୍ଟ ନୃତ୍ୟ ଶିଳ୍ପୀ ସଂଗୀତା ଦାଶଙ୍କ ଏକକ ଓଡିଶୀ ନୃତ୍ୟ, ମୁମ୍ବାଇ ସ୍ଥିତ ଯୁବ ଭରତ ନାଟ୍ଯମ ଶିଳ୍ପୀ ଶ୍ରୀ ପବିତ୍ର କୃଷ୍ଣ ଭଟ ଙ୍କ ଏକକ ନୃତ୍ଯ ଏବଂ ପରେ ନୁପୁର ଅନୁଷ୍ଠାନ ର ଶିଳ୍ପୀ ଶ୍ରୀ ଜଗଜ୍ଜିତ ଦାସ ଓ ଶ୍ରୀ ବିଶ୍ବ ଭୂଷଣ ଚମ୍ପତିରାୟଙ୍କ ଓଡିଶୀ ଯୁଗଳ ନୃତ୍ଯ ପରିବେଷଣ ହୋଇଥିଲା ।

ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଉଦଘାଟିତ

କାର୍ଯ୍ୟକ୍ରମ ଶେଷରେ ନୃତ୍ଯାୟନ ଅନୁଷ୍ଠାନ ର ବରିଷ୍ଠ ଶିଳ୍ପୀ ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ନାଟିକା “ବୁଦ୍ଧ ”  ଅତ୍ୟନ୍ତ  ନିଖୁଣ ଏବଂ ବାସ୍ତବ ଭାବେ ପରିବେଷଣ କରିଥିଲେ ଯାହାକି ଦର୍ଶକ ମାନଙ୍କ ଭାବାବେଗ ଭଗବାନ ବୁଦ୍ଧ ଙ୍କ ସହ କିଛି ସମୟ ଧରି ଯୋଡି ହୋଇ ଯାଇଥିଲା । ଏସବୁ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ କୁ ଦର୍ଶକ ମାନେ ମନ ଭରି ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ର ସଫଳତା ପାଇଁ ଶ୍ରୀ ଧିରେନ୍ଦ୍ର ପଟ୍ଟନାୟକ, ଗାୟତ୍ରୀ ରଣଵୀର, ଦୀପ୍ତି ରାଉତରାୟ , ଶ୍ରଦ୍ଧାଞ୍ଜଳୀ ରାହୁଲ, ରାଜଶ୍ରୀ ଚିନ୍ତକ,  ଅସିତ ବସୁମଲ୍ଲିକ, ସତ୍ଯଜିତ୍ ମହାନ୍ତି, ରାହୁଲ ଆଚାର୍ଯ୍ୟ, ଅଜୟ ମହାପାତ୍ର, ଅର୍ଜୁନ ମୁଦୁଲି, ଖଗେଶ୍ବର ଜୟପୁରିଆ ଙ୍କ ଅବଦାନ ପ୍ରଶଂସନୀୟ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୁନାମଧନ୍ୟ ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: