ଅଜବ ମନ୍ଦିର, କ୍ଷୀର ଢାଳିବା ମାତ୍ରେ ଧଳା କ୍ଷୀର ହୁଏ ନୀଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ମନ୍ଦିରର ଅଭାବ ନାହିଁ। ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ସାଧାରଣ ଲୋକତ ଛାଡ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରେ। ଏପରି ଏକ ମନ୍ଦିର କେରଳରେ ଅଛି, ଯେଉଁଠାରେ କ୍ଷୀର ଢାଳିବା ପରେ ଏହାର ରଙ୍ଗ ନୀଳ ହୋଇଯାଏ। କେରଳରେ ଅବସ୍ଥିତ ଏହି ମନ୍ଦିର କେତୁଙ୍କ ପାଇଁ ଉତ୍ସର୍ଗୀକୃତ। ଏହି ମନ୍ଦିର କେରଳର କେଜାପେରୁମପାଲ୍ଲାମ ଗ୍ରାମରେ ଅବସ୍ଥିତ। ମନ୍ଦିର ବିଷୟରେ ସବୁଠାରୁ ରୋଚକ କଥା ହେଉଛି ଏଠାରେ କ୍ଷୀର ଦେବା ମାତ୍ରେ କ୍ଷୀରର ରଙ୍ଗ ନୀଳ ହୋଇଯାଏ। ଏହି ମନ୍ଦିର ନାଗନାଥସ୍ୱାମୀ ମନ୍ଦିର ଭାବରେ ଜଣାଶୁଣା। ମନ୍ଦିରଟିକୁ କେତୁ ସ୍ଥାଳମ ମଧ୍ୟ କୁହାଯାଏ। ଏହି ମନ୍ଦିର କେରଳରେ ପ୍ରବାହିତ କାବେରୀ ନଦୀ କୂଳରେ ଅବସ୍ଥିତ। ମନ୍ଦିରରେ ଅନେକ ରହସ୍ୟ ଅଛି, ଯାହା ବୈଜ୍ଞାନିକମାନେ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ମନ୍ଦିରର ରହସ୍ୟ ହେତୁ ଏହା ଲୋକମାନଙ୍କ ମଧ୍ୟରେ ବହୁ ମାନ୍ୟତା ପାଇଥାଏ | ଯଦିଓ ଏହି ମନ୍ଦିର କେତୁ ପାଇଁ ଉତ୍ସର୍ଗୀକୃତ, ଏହି ମନ୍ଦିରର ମୁଖ୍ୟ ହେଉଛନ୍ତି ଭଗବାନ ଶିବ। ସେଥିପାଇଁ ଏହା ନାଗନାଥ ନାମରେ ମଧ୍ୟ ଜଣାଶୁଣା।
ଲୋକମାନେ ଦୂରଦୁରନ୍ତରୁ ଆସି ମନ୍ଦିରରେ ରାହୁ – କେତୁ ଉପରେ କ୍ଷୀର ଅର୍ପଣ କରନ୍ତି। ଏହି ମନ୍ଦିରର ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ମନ୍ଦିରରେ ଦୁଗ୍ଧ ଅର୍ପଣ କରିବା ପରେ କ୍ଷୀରର ରଙ୍ଗ ଧଳାରୁ ନୀଳ ରଙ୍ଗରେ ବଦଳିଯାଏ । ଯେଉଁମାନେ କେତୁ ଗ୍ରହର ତ୍ରୁଟିରେ ପୀଡିତ ସେମାନଙ୍କ କ୍ଷୀରର ରଙ୍ଗ ବଦଳିଯାଏ ବୋଲି କୁହାଯାଏ। ଏହାସହ ଏଠାରେ କ୍ଷୀର ଢାଳିଲେ ରାହୁ କେତୁ ଶାନ୍ତି ହୋଇଥାନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ଏହି ମନ୍ଦିରଟି ବହୁ ପୁରାତନ ଅଟେ। ମନ୍ଦିରର ନିର୍ମାଣ ଶୈଳୀ ମଧ୍ୟ ବେଶ୍ ଆକର୍ଷଣୀୟ।

Leave a Reply

Your email address will not be published. Required fields are marked *