ରାମାୟଣର ପୁନରାବୃତ୍ତି, ବାହା ହେବାକୁ  ବର ଭାଙ୍ଗିଲେ ଶିବ ଧନୁ

ରାମାୟଣର ପୁନରାବୃତ୍ତି, ବାହା ହେବାକୁ ବର ଭାଙ୍ଗିଲେ ଶିବ ଧନୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ଦେଶରେ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରତିଦିନ କିଛି ନା କଛି ଘଟଣା ଘଟିଥିବା। ତେବେ ବେଳେବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଘଟେ ଯାହା ନିଜ ଆଖିକୁ ବି ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ଭାରତରେ ଏକରୁ ଅଧିକ ରୀତିନୀତି ଏବଂ ଥଟ୍ଟାମଜା ବାହାଘର ସମୟରେ ଚାଲିଥାଏ। ତେବେ ଆପଣ ଏବେ ପର୍ଯ୍ୟନ୍ତ ରାମାୟଣ, ମହାଭାରତରେ ବାହାଘର ପାଇଁ ସ୍ୱୟମ୍ବର ହେବା କଥା ଜାଣିଥିବେ ହେଲେ ଏବେର କଳି ଯୁଗରେ ମଧ୍ୟ ଏପରି ସ୍ୱୟମ୍ବର ବର ପାଇଁ ଆୟୋଜିତ ହୋଇଛି। ଏହି ଅନନ୍ୟ ବିବାହ ବିହାରର ସରାନରେ ଅନୁଷ୍ଠିତ ହୋଇଛି। ବର ପ୍ରଥମେ ଶିବ ଧନୁ ଭାଙ୍ଗିଲା ପରେ ଯାଇ କନ୍ୟା ବରକୁ ବରଣମାଳ ପିନ୍ଧେଇ ଥିଲେ। ବିହାରର ସରାନ ଜିଲ୍ଲାରେ ଏହି ଅନନ୍ୟ ବିବାହ ଦେଖି ଲୋକମାନେ ରାମାୟଣକୁ ମନେ ପକାଇଛନ୍ତି। ଏବେ ଏହି ବିବାହ ଚର୍ଚ୍ଚାରେ ଅଛି।
ରାମାୟଣରେ ଦେବୀ ସୀତାଙ୍କ ସ୍ୱୟମ୍ବରରେ ବଡ ବଡ ଯୋଦ୍ଧାମାନେ ଉପସ୍ଥିତ ଥିଲେ। ଯିଏ ଶିବଙ୍କ ଧନୁ ଭାଙ୍ଗି ପାରିବେ ତାଙ୍କ ସହିତ ତାଙ୍କର ବିବାହ ବ୍ୟବସ୍ଥା କରାଯାଉଥିଲା। ସମସ୍ତେ ସେହି ଭାରୀ ଶିବ ଧନୁଷଙ୍କୁ ଉଠାଇବାରେ ସକ୍ଷମ ହୋଇନଥିବା ବେଳେ ଭଗବାନ ରାମ ଶିବ ଧନୁ ଭାଙ୍ଗି ଦେବୀ ସୀତାଙ୍କୁ ବିବାହ କରିଥିଲେ। ହେଲେ କଳିଯୁଗର ଏହି ସ୍ୱୟମ୍ବରରେ ବିବାହ ଓ ବର ପୂର୍ବରୁ ସ୍ଥିର ହୋଇସାରିଥିଲେ, ଅର୍ଥାତ୍ ଝିଅ ଏବଂ ପୁଅ ପକ୍ଷ ପରସ୍ପର ସହ କଥାବାର୍ତ୍ତା କରି ବର ଏବଂ କନ୍ୟାର ବିବାହ ଆଗରୁ ସ୍ଥିର ହୋଇ ସାରିଥିଲା।
ବିହାରର ଏହି ଅଜବ ବିବାହରେ ବର ଶିବ ଧନୁଷ ଭାଙ୍ଗିବାର କେବଳ ପରମ୍ପରା ନିଭେଇ ଥିଲେ। ତା’ପରେ ବାରଣମାଳ ପଡ଼ିବା ପରେ ସମସ୍ତ ବିଧିବିଧାନରେ ବିବାହ ସମାପ୍ତ ହୋଇଥିଲା। ଏହି ବିବାହ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ସାବଲପୁର ପୂର୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅନନ୍ୟ ବିବାହ ଦେଖିବାକୁ ସେଠାରେ ଭୟଙ୍କର ଲୋକ ଭିଡ ଗଦା ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: