ଓସ୍କାରରୁ ବାଦ୍ ପଡ଼ିଲା ଭାରତୀୟ ସିନେମା

ଓସ୍କାରରୁ ବାଦ୍ ପଡ଼ିଲା ଭାରତୀୟ ସିନେମା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓସ୍କାର ପୁରସ୍କାରରେ ଭାରତୀୟ ସିନେମାକୁ ନେଇ ନିରାଶ ଦେଖା ଦେଇଛି। ୯୪ତମ ଓସ୍କାର ୨୦୨୨ର ନୋମିନେସନ ମଙ୍ଗଳବାର ଘୋଷଣା ହୋଇଯାଇଛି। ଭାରତୀୟ ଚଳଚ୍ଚିତ୍ରପ୍ରେମୀ ତାଲିକା ପ୍ରକାଶ ପରେ ନିରାଶ ହେବାକୁ ପଡିଛି । ସୂର୍ଯ୍ୟାଙ୍କ ଅଭିନୀତ ଜୟ ଭୀମ ଓ ମୋହନଲାଲଙ୍କ ମରାକ୍କର ଏହି ତାଲିକାରୁ ବାଦ ପଡିଛି । ଟ୍ରେସି ଏଲିସ ରସ ଓ ଲେସଲୀ ଜୋର୍ଡାନ ଲାଇଭ ଷ୍ଟ୍ରିଂମିଂରେ ଏହା ଘୋଷଣା କରିଥିଲେ । ଦି ପାୱାର ଅଫ ଦି ଡଗ, ବେଲଫାଷ୍ଟ ଓ ଦି ୱେଷ୍ଟ ସାଇଡ ଷ୍ଟୋରୀ ଭିନ୍ନ ଭିନ୍ନ କାଟାଗୋରୀରେ ସ୍ଥାନ ପାଇଛି । ମାର୍ଚ୍ଚ ୨୭ରେ ଲସ ଆଞ୍ଜେଲ୍ସର ଡଲବି ଥିଏଟରରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହେବ । ପୂର୍ବରୁ ଶର୍ଟଲିଷ୍ଟ କରାଯାଇଥିବା ୨୭୬ ଫିଲ୍ମ ତାଲିକାରେ ଜୟ ଭୀମ ଓ ମରାକ୍କର ସ୍ଥାନ ପାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: