ଆସନ୍ତା ଫେବୃଆରୀ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଆସନ୍ତା ଫେବୃଆରୀ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର । ରାଜଧାନୀରେ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତା ୧୨ରୁ ଖୋଲିବା ନେଇ ବିଏମସି ନିଷ୍ପତ୍ତି ନେଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ହେଲେ କେବଳ ଉଭୟ ଡୋଜ ନେଇଥିବା ଲୋକଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମିଳିପାରିବ। ସେଥିପାଇଁ ଟୀକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି।ତେବେ ଲିଙ୍ଗରାଜ ମନ୍ଦିରକୁ ଏକାଥରକେ ୧୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି। ହେଲେ କୌଣସି ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନରେ ସମାନ ମାର୍ଗଦର୍ଶିକା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ଗର୍ଭବତୀ ମହିଳା ଓ ବୟସ୍କଙ୍କୁ ମନ୍ଦିର ନ ଯିବା ଲାଗି ପରାମର୍ଶ ଦିଆଯାଇଛି। କେହି ଭଗବାନଙ୍କଠାରେ ଭୋଗ ଲଗାଇ ପାରିବେ ନାହିଁ। ୧୫ବର୍ଷରୁ କମ୍ ଶିଶୁ ପରିଚୟ ପତ୍ର ଦେଇ ମନ୍ଦିର ଯାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: