୧୪ରୁ ଖୋଲିବ ପ୍ରି-ସ୍କୁଲ

୧୪ରୁ ଖୋଲିବ ପ୍ରି-ସ୍କୁଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟର ସମସ୍ତ ଘରୋଇ ପ୍ରି-ସ୍କୁଲ(ପ୍ଲେ ଓ କେଜି ଶ୍ରେଣୀ) ଖୋଲିବା ପାଇଁ ରାଜ୍ୟ ସରକାର ମଙ୍ଗଳବାର ଅନୁମତି ଦେଇଛନ୍ତି। କୋଭିଡ୍‌ ଗାଇଡ଼ଲାଇନ୍‌ ଅନୁଯାୟୀ ଆସନ୍ତା ୧୪ ତାରିଖରୁ ପ୍ଲେ ସ୍କୁଲ ଖୋଲିବ। କୋଭିଡ-୧୯ କଟକଣା ମଧ୍ୟରେ ବିଦ୍ୟାଳୟ ପରିସରରେ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସରକାର ଘରୋଇ ପ୍ରି-ସ୍କୁଲଗୁଡ଼ିକୁ ମଧ୍ୟ କୋଭିଡ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ଘରୋଇ ସ୍କୁଲର ଶିକ୍ଷକ ଓ ଅଣ-ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଯେଉଁମାନେ ସ୍କୁଲକୁ ଆସୁଛନ୍ତି, ସେମାନେ କରୋନା ଟିକାର ଉଭୟ ଡୋଜ୍‌ ନେଇଥିବା ଦରକାର। ଛୋଟ ପିଲାମାନଙ୍କ ଯତ୍ନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସରକାର କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: