ଆନ୍ଧ୍ର-ଓଡ଼ିଶା ସୀମା ବିବାଦ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ପ୍ରିଜମ ନ୍ୟୁଜ ବ୍ୟୁରୋ:ମିଳୁନି ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ବାଟ, ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ରାୟ ତାରିଖ ବି ବାରମ୍ବାର ଘୁଞ୍ଚି ଚାଲିଛି। ଆଜି ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣୀ ହେବାକୁ ଥିବା ବେଳେ ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ପୁଣି ଶୁଣାଣୀ ଘୁଞ୍ଚିଛି। ଆଜି ଏହି ମାମଲାରେ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବାରଥିଲା ମାତ୍ର ଏହାକୁ ଆସନ୍ତା ଫେବୃଆରୀ ମାସକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି ।ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଫେବୃଆରୀରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ବାଚନ କରାଇଥିବାରୁ ଓଡ଼ିଶା ସରକାର ଏହାକୁ ନେଇ ଅଦାଲତ ଅବମାନନାର ଅଭିଯୋଗ କରିଥିଲେ। ତେବେ ଘଟଣାକୁ ଗୋଟିଏ ବର୍ଷ ହେବାକୁ ବସିଥିଲେ ମଧ୍ୟ କୌଣସି ସମାଧାନ ମିଳିପାରି ନାହିଁ। ପୂର୍ବ ଶୁଣାଣୀରେ ଉଭୟ ସରକାରଙ୍କୁ ରାଜନୈତିକ ସ୍ତରରେ ମାମଲାର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ଯାହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଆନ୍ଧ୍ର ସରକାରଙ୍କୁ ଓଡ଼ିଶା ନିମନ୍ତ୍ରଣ କରିଥିଲେ। ଗତ ନଭେମ୍ବର ମାସରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓଡ଼ିଶା ଆସି ଏହି ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ମଧ୍ୟ କରିଥିଲେ ଯାହାର ନିଷ୍କର୍ସ ବାବଦରେ ଆଜି ଉଭୟ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ପରେ ଏହି ପ୍ରସଙ୍ଗରେ ଆସନ୍ତା ତାରିଖରେ ଶୁଣାଣୀ କରାଯିବ ବୋଲି କୋର୍ଟ କହିଛନ୍ତି ।ତେବେ ଆନ୍ଧ୍ର ବିଭିନ୍ନ ଆଳରେ ଓଡ଼ିଶା ସୀମାରେ ବାରମ୍ବାର ପଶୁଥିବାର ଦେଖିବାକୁ ମିଳୁଛି। କେତେବେଳେ ଭତା ବାଣ୍ଟୁଛି ତ ପୁଣି କେତେବେଳେ ରାସନ୍ କାର୍ଡ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: