ଆସନ୍ତାକାଲିଠୁ ଆରମ୍ଭ ହେବ BWF ଓଡ଼ିଶା ଓପନ-୨୦୨୨,ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତାକାଲିଠୁ ଆରମ୍ଭ ହେବ BWF ଓଡ଼ିଶା ଓପନ-୨୦୨୨,ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତାକାଲିଠୁ କଟକଜବାହାରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଖେଳା ହେବ BWF ଓଡ଼ିଶା ଓପନ-୨୦୨୨। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଓଡିଶାରେ ପହଞ୍ଚି ସାରିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଖେଳାଳି । ଟୁର୍ଣ୍ଣାମେଣ୍ଟରେ ମୋଟ ୧୮ଟି ଦେଶର ୩୦୦ ଖେଳାଳି ଭାଗନେବେ । ଭାରତୀୟ ବ୍ୟାଡମିଣ୍ଟନ ସଂଘ ଓ ଓଡିଶା ବ୍ୟାଡମିଣ୍ଟନ ସଂଘର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ କଟକରେ ଆୟୋଜିତ ହୋଇଛି । ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ବିଡବ୍ଲୁଏଫ ଓଡ଼ିଶା-ଓପନ-୨୦୨୨।ଏତେ ବଡ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓଡିଶାରେ ହେଉଥିବାରୁ ଏହା ଖେଳାଳିଙ୍କ ପାଇଁ ବଡ ସୁଯୋଗ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳିମାନେ। ତେବେ କୋଭିଡ କଟକଣା ସହ ସମ୍ପୂର୍ଣ୍ଣ ସୁରକ୍ଷାରେ ଖେଳ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: