କାସିମ ସୁଲେମାନି ରିଟର୍ଣ୍ଣସ୍, ଆମେରିକା, ଇସ୍ରାଏଲ ଓ ୟୁଏଇ ପାଇଁ ବିପଦ ଆଣିଲା ଇରାନ

କାସିମ ସୁଲେମାନି ରିଟର୍ଣ୍ଣସ୍, ଆମେରିକା, ଇସ୍ରାଏଲ ଓ ୟୁଏଇ ପାଇଁ ବିପଦ ଆଣିଲା ଇରାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାରା ସଂସାର ଯେତେବେଳେ କୋରୋନା ମହାମାରୀ ସହ ସଂଗ୍ରାମ କରୁଛି, ସେହି ସମୟରେ ବିଶ୍ୱର କୂଟନୀତି ମଧ୍ୟ ନିଜର ରୂପ ବଦଳାଉଛି। ଶତ୍ରୁଙ୍କ ପାଇଁ ଇରାନ ନିଜର ଦୁଇଟି ବାହୁବଳୀ ମିଶାଇଲର ସଫଳ ପରୀକ୍ଷଣ କରିଛି। ନିଜର ଶୀର୍ଷ କମାଣ୍ଡର ସୁଲେମାନିଙ୍କ ନାଁରେ ଗୋଟିଏ ମିଶାଇଲ କରିଛି। ‘ସହିଦ କାସିମ ସୁଲେମାନି ‘ ମିଶାଇଲ ୧୪ଶହ କିଲୋମିଟର ପର୍ଯ୍ୟନ୍ତ କ୍ଷେପଣ କରିପାରିବ।


ଆମେରିକା, ଇସ୍ରାଏଲ ଓ ୟୁଏଇକୁ ଇରାନର ଚେତାବନୀ:
କମାଣ୍ଡର କାସିମ ସୁଲେମାନି ଓ ଅବୁ ମହଦୀଙ୍କ ଇରାକରେ ଆମେରିକା ମିଶାଇଲ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଏହାପର ଠାରୁ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଅଧିକ ବଢ଼ିଥିଲା। ଲଗାତାର ଭାବେ ଆମେରିକା ଇରାନକୁ ମିଶାଇଲ ପରୀକ୍ଷଣ ନ କରିବାକୁ ଧମକ ଦେଉଥିଲା। ବର୍ତ୍ତମାନ ଦୁଇଟି ମିଶାଇଲ ପରୀକ୍ଷଣ କରି ଇରାନ ଆମେରିକା ଏବଂ ତା’ର ସହଯୋଗୀ ରାଷ୍ଟ୍ର ଇସ୍ରାଏଲ, ସାଉଦି ଆରବ ଓ ୟୁଏଇକୁ ଚେତାବନୀ ଦେଇଛି। ଇରାନ ପ୍ରତିରକ୍ଷା ମନ୍ତ୍ରୀ ଅମୀର ହାତମୀ ଏହି ସଫଳ ପରୀକ୍ଷଣର ଘୋଷଣା କରିଛନ୍ତି।
ଇରାନ ରାଷ୍ଟ୍ରପତି ପରୀକ୍ଷଣକୁ କହିଲେ ଉପଲବ୍ଧି:
ଏହି ମିଶାଇଲ ଦୁଇଟିର ସଫଳ ପରୀକ୍ଷଣ ଚିତ୍ର ଇରାନର ସରାକାରୀ ଟିଭି ଚ୍ୟାନେଲରେ ପ୍ରସାରଣ କରାଯାଇଛି। ଏହାସହ ଇରାନର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହି ଦୁଇ ମିଶାଲ ସହାୟକ ହେବେ ବୋଲି ଇରାନ ରାଷ୍ଟ୍ରପତି ହସନ ରୁହାନୀ କହିଛନ୍ତି।


ଇସ୍ରାଏଲ-ୟୁଏଇ ଡିଲ୍ ପରେ ଇରାନୀ ମିଶାଇଲ ପରୀକ୍ଷଣ:
ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଶାନ୍ତି ପ୍ରସ୍ତାବ ପରେ ହିଁ ଇରାନ ଏହି ମିଶାଇଲ ପରୀକ୍ଷଣ କରିଛି। ଇସ୍ରାଏଲ ଓ ୟୁଏଇର ସବୁଠୁ ବଡ଼ ଶତ୍ରୁ ହେଉଛି ଇରାନ। ତେଣୁ, ନୂଆ ମିଶାଇଲ ପରୀକ୍ଷଣ କରି ନିଜର କ୍ଷମତାକୁ ଦୁନିଆ ସାମ୍ନାରେ ପ୍ରଦର୍ଶନ କରିଛି ଇରାାନ। ଏହି ମିଶାଇଲର କ୍ଷମତା ବୃଦ୍ଧି ଯୋଗୁ ପଶ୍ଚିମ ଏସିଆରେ ସମୁଦ୍ର ଓ ଭୂମିରେ ଆକ୍ରମଣ କରିବାକୁ ଇରାନ ଶକ୍ତିଶାଳୀ ହୋଇଯାଇଛି। ରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ, ଇରାନର ଶକ୍ତିଶାଳୀ ହେବା ଏବଂ ନିଜ ଉପରେ ଭୟଙ୍କର ସାବ୍ୟସ୍ତ ହେବା ଦେଖି ଇସ୍ରାଏଲ ଓ ୟୁଏଇ ମିଶି ଯାଇଛନ୍ତି। କାରଣ ଚୀନ ଓ ଇରାନ ମଧ୍ୟରେ ଏକ ବଡ଼ ଡିଲ୍ ହୋଇଛି। ସେହିପରି ଚୀନ ଓ ଇରାନର ଏହି ଦୋସ୍ତିକୁ ଉପଯୁକ୍ତ ଜବାବ ଦେବା ପାଇଁ ଇସ୍ରାଏଲ ଓ ୟୁଏଇ ମଧ୍ୟରେ ହାତ ମିଳାମିଳି ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: