କରୋନା କାଳରେ ଶ୍ରୀଗଣେଶଙ୍କ ଧରାବତଣ; କମିନି ଉତ୍ସାହ, ବଢ଼ିଛି ଆଗ୍ରହ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଧରାକୁ ଆସିଛନ୍ତି ବିଦ୍ୟାଦାତା ବିନାୟକ । ହେଲେ କରୋନା କାଳରେ ଗଜାନନଙ୍କ ଉତ୍ସବ ପାଇଁ ଉତ୍ସାହ କମିନି କି କମିନି ଆଗ୍ରହ । ଗାଁଠୁ ସହର ସହରଠୁ ମହାନଗର । କଟକଣା ମଧ୍ୟରେ ସାମାଜିକ ଦୂରତା, ସ୍ୱଚ୍ଛତା ଓ ପରିଚ୍ଛନତାକୁ ଅଗ୍ରାଧିକାରୀ ଦେଇ ଅଗ୍ରପୂଜ୍ୟଙ୍କ ଆରାଧନା କରୁଛନ୍ତି ଆବାଳ ବୃଦ୍ଧ ବନିତା । ଶ୍ରୀଗଣେଶ ପୂଜା ପାଇଁ ବେଶ୍ ନାଁ କମେଇଥିବା ପୂଜା ମଣ୍ଡପପ ଗୁଡ଼ିକରେ ସିନା ଏ ବର୍ଷ ଆଉ ଜାକ ଜକମରେ ଅଗ୍ରପୂଜ୍ୟଙ୍କ ପୂଜା ଅନୁଷ୍ଠି ହେଉନି କିନ୍ତୁ ଆଝି ଘରେ ଘରେ ଅତି ନିରାଡାମ୍ବର ଭାବେ ଚାଲିଛି ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା ।

Leave a Reply

Your email address will not be published.