ଏହି ମନ୍ଦିରରେ କଥା କୁହନ୍ତି ପଥର ଦେବୀ ପ୍ରତିମା ! ବିଶ୍ୱାସ ନା ଅନ୍ଧ ବିଶ୍ୱାସ

ଏହି ମନ୍ଦିରରେ କଥା କୁହନ୍ତି ପଥର ଦେବୀ ପ୍ରତିମା ! ବିଶ୍ୱାସ ନା ଅନ୍ଧ ବିଶ୍ୱାସ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦୁନିଆରେ ଏମିତି କିଛି ଜିନିଷ ରହିଛି ଯାହାକି ମଣିଷର ଚିନ୍ତାଧାରା ବାହାରେ ହୋଇଥାଏ। ବିଜ୍ଞାନ ଆଧୁନିକତା ସବୁ କିଛି ସେଠି ଫେଲ ମାରେ। ଏହି ସବୁ ଜିନିଷ ଦେଖି ମନ ଅନେକ ଥର ଅସ୍ଥିର ହୋଇଯାଏ। ତେବେ ଏପରି ଅନେକ ଚମତ୍କାରର ଗନ୍ତା ଘର ହେଉଛି ଭାରତ। ଏଠାରେ ରହିଥିବା ପ୍ରତ୍ୟେକ ମନ୍ଦିର କିଛି ନା କିଛି ବିଶ୍ୱାସକୁ ନେଇ ଛିଡା ହୋଇଛି ବୋଲି କୁହାଯାଏ। ତେବେ ବିହାରରେ ଏମିତି ଏକ ଦେବୀ ମନ୍ଦିର ରହିଛି ଯେଉଁଠି ମାଆଙ୍କ ପଥର ମୂର୍ତ୍ତି କଥା କୁହେ ବୋଲି ବିଶ୍ୱାସ କରାଯାଏ।
କେହି କେହି ଏହାକୁ ଅନ୍ଧବିଶ୍ୱାସ କହୁଥିବା ବେଳେ ଆଉ କେହି ଏହାକୁ ଦେବୀଙ୍କର ଚମତ୍କାର ବୋଲି କୁହନ୍ତି। ଏହିଭଳି ନିଆରା ଘଟଣା ବିହାରର ବକ୍ସରରେ ଥିବା ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିରରେ ଦେଖିବାକୁ ମିଳେ। ଏଠାରେ ଭକ୍ତମାନେ ପ୍ରବେଶ କରିବା ମାତ୍ରେ ଦେବୀଙ୍କ ଶକ୍ତି ଅନୁଭବ କରିବା ଆରମ୍ଭ କରନ୍ତି ବୋଲି କୁହାଯାଏ, ଏହିଭଳି ଲାଗେ ଯେ ମାତା ରାଣୀ ଚତୁର୍ଦ୍ଦିଗରେ ଅଛନ୍ତି କାରଣ ଏଠାରେ ପ୍ରତିମାମାନେ ଭକ୍ତଙ୍କ ସହ କଥା ହେଲା ପରି ଅନୁଭବ ହୁଏ।

      ୪୦୦ ବର୍ଷ ପୁରୁଣା ଏହି ମନ୍ଦିରକୁ ପ୍ରସିଦ୍ଧ ତାନ୍ତ୍ରିକ ଭବାନୀ ମିଶ୍ର ନିର୍ମାଣ କରିଥିଲେ। ତନ୍ତ୍ର ସାଧନା ପାଇଁ ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିରରେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଏହି କାରଣରୁ ତାନ୍ତ୍ରିକମାନେ ଏହି ମନ୍ଦିରରେ ଗଭୀର ବିଶ୍ୱାସ କରନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ମନ୍ଦିରରେ ତନ୍ତ୍ର ସାଧନା ଜାରି ରହିଥାଏ। ଏହି ମନ୍ଦିରରେ କାଳୀ, ତ୍ରିପୁରା ଭୈରବୀ, ଧାମାବତୀ, ତାରା, ଚ୍ଛିନ୍ନ ମସ୍ତା, ଶୋଡସି, ମାତାଙ୍ଗାଡି, କମଳା, ଉଗ୍ର ତାରା, ଭୁବନେଶ୍ୱରୀ ଇତ୍ୟାଦି ଦଶଟି ମହାଦେବୀଙ୍କ ପ୍ରତିମୂର୍ତ୍ତି ରହିଛି। ଏହି ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ମନ୍ଦିରରେ ପ୍ରତିମାମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରନ୍ତି ବୋଲି  ଏଠାରେ ରହୁଥିବା ଲୋକମାନେ କୁହନ୍ତି। ସେମାନଙ୍କ କହିବା ଅନୁଯାୟୀ ଯେତେବେଳେ ରାତିରେ ସବୁଆଡ ନିଶବ୍ଦ ଓ ଶାନ୍ତ ହୋଇଯାଏ ସେତେବେଳେ ଏଠାରେ କାହାର ସ୍ୱର ଶୁଣାଯାଏ। ଏଠାରେ ତନ୍ତ୍ର ସାଧନା କାରଣରୁ ମା’ଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିବାର କୁହାଯାଏ। ଆହୁରି ମଧ୍ୟ ଏହି ମନ୍ଦିର ପରିସରରେ କିଛି ଅଜବ ଘଟଣା ଘଟିଥାଏ କିନ୍ତୁ ସେଥିରୁ ଏବେ ପର୍ଯ୍ୟନ୍ତ ପରଦା ଉଠି ପାରି ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: