ଔଷଧ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍

ଔଷଧ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାବେଳେ ଔଷଧ କଳାବଜାରୀ ଉପରେ ମଧ୍ୟ ନଜର ରଖାଯିବ। କୋରୋନା ସମୟରେ କଳାବଜାରୀ ରୋକିବା ଉପରେ ପୋଲିସର ତୀକ୍ଷଣ ନଜର ରହିବ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ସୂଚନା ଦେଇଛନ୍ତି। ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ସୂଚନା ଦେଇଛନ୍ତି। ତେବେ କଳାବଜାରୀ ରୋକିବାକୁ ଏକ କମିଟି ଗଠନ କରାଯାଇଛି। ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାଡ୍ ଗଠନ କରାଯାଇଛି। ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ଟି ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ ନିୟମିତ ଭାବେ ଷ୍ଟକ୍‌ ଯାଞ୍ଚ କରିବ। ଯଦି କିଛି କଳାବଜାରୀ ହେଉଥିବ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ବରଗଡ଼ ସହ ଅନ୍ୟ ଜିଲ୍ଲା ଉପରେ ଫୋକସରେ ରହିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: