ଅଧିକ କାକୁଡି ଖାଉଛନ୍ତି କି? ତେବେ ସତର୍କ ହୋଇଯାଆନ୍ତୁ ନ ହେଲେ ବଡ଼ ରୋଗର ହେବେ ଶିକାର

ଅଧିକ କାକୁଡି ଖାଉଛନ୍ତି କି? ତେବେ ସତର୍କ ହୋଇଯାଆନ୍ତୁ ନ ହେଲେ ବଡ଼ ରୋଗର ହେବେ ଶିକାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କାକୁଡି ଖାଦ୍ୟ ବା ସହକାରୀ ଖାଦ୍ୟ ଭାବରେ ଘରମାନଙ୍କରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲରେ ପରସା ଯାଇଥାଏ। ଲୋକମାନେ ଏହାକୁ ଶକ୍ତି, ଜଳିଆଂଶ ବୃଦ୍ଧି ଇତ୍ୟାଦି ପାଇଁ ଖାଇଥାନ୍ତି। କେହି କେହି ଏହାକୁ ଅନ୍ୟ ପରିବା ସହ ମିଶାଇ ସାଲଡ କରି ଖାଆନ୍ତି ତ ଆଉ କେହି କେହି ସେମିତି ଖାଇଥାନ୍ତି | ଆମ ସ୍ୱାସ୍ଥ୍ୟ ପାଇଁ ଏହା ଅନେକ ଫାଇଦା କରିଥିଲେ ମଧ୍ୟ ଏହି ହାଇଡ୍ରେଟିଂ ପରିବା ଅଧିକ ଖାଇବା ଦ୍ଵାରା ଅନେକ ସମୟରେ ସାଙ୍ଘାତିକ କ୍ଷତି ଘଟାଇ ଥାଏ | ତେବେ ଅଧିକ କାକୁଡି ଖାଇଲେ କ’ଣ କ୍ଷତି ହୁଏ ଆସନ୍ତୁ ଜାଣିବା…

ସେହିଭଳି କାକୁଡି ଖାଇ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ଵାରା ପିଏଚ ସ୍ତର କମ ରହିବା ସହ ବଦ ହଜିମ ହୋଇ ଡାଇରିଆ ହୋଇଥାଏ।

କାକୁଡିରେ କୁକୁର୍ବିଟାଇନ୍ସ ନାମକ ଏକ ଟକ୍ସିକ୍ ତତ୍ତ୍ବ ମିଳିଥାଏ । ତେଣୁ ଆପଣ ଯେତେ ଅଧିକ କାକୁଡି ଖାଇବେ, ସେତେ ଅଧିକ ମାତ୍ରାରେ ଏହି ଟକ୍ସିକ୍ ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ l ଯାହା ଫଳରେ ଆପଣଙ୍କ ଲିଭର, ଅଗ୍ନାଶୟ, କିଡନୀ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ । ତେଣୁ କାକୁଡି ହେଉ କି ଅନ୍ୟ କିଛି ସନ୍ତୁଳିତ ମାତ୍ରାରେ ଖାଇବା ଉଚିତ୍ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: