ଜୀବ ଭଳି ବଢୁଛି ପଥର, କାରଣ ଜାଣି ତାଜୁବ ଲୋକେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜୀବ ବା ଉଦ୍ଭିଦ ବଢିବାର ଦେଖିଥିବେ। କିନ୍ତୁ ଆପଣ କେବେ ପଥର ବଢିବାର ଦେଖିଛନ୍ତି କି? ଏହା ହୁଏତ ଆପଣଙ୍କୁ ମଜା କଲାଭଳି ଲାଗୁଥିବ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ, ଯେଉଁଠି ହଜାର ହଜାର ପଥର ନିଜ ଆକାର ବଦଳାଇ ଥାଆନ୍ତି। ଏହି କାରଣରୁ ଲୋକମାନେ ସେଥିରେ ଜୀବନ ରହିଛି ବୋଲି ବିଶ୍ୱାସ କରୁଥିବା ବେଳେ କେହି କେହି ଈଶ୍ବରଙ୍କ ଚମତ୍କାର ବୋଲି କହିଛନ୍ତି। ଗାଁଟି ରୋମାନିଆରେ ରହିଛି। ଏଠାରେ ଦୁଇ କି ତିନି ନୁହେଁ, ଏମିତି ହଜାର ହଜାର ପଥର ରହିଛି ଯେଉଁମାନେ କି ନିଜ ଆକୃତି ବଦଳାଇଥାଆନ୍ତି। ସ୍ଥାନୀୟ ଲୋକମାନେ ପଥରଗୁଡ଼ିକର ଆକାର ପରିବର୍ତ୍ତନ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି, ଏଠି ଲୋକେ ନିଜ ପିଲାବେଳୁ ହିଁ ଏହି ଚମତ୍କାର ଦେଖି ଆସୁଛନ୍ତି।ଲୋକେ ଏଭଳି ରହସ୍ୟ ଦେଖିବା ପାଇଁ ଦୂର ଦୂରରୁ ଚାଲି ଆସନ୍ତି। ଏହି ରହସ୍ୟମୟ ପଥରକୁ ନେଇ ଜିଓଲୋଜିଷ୍ଟ ଅନେକ ଥର ରିସର୍ଚ୍ଚ କରି ସାରିଛନ୍ତି, କିନ୍ତୁ ଏଭଳି ବଢ଼ୁଥିବା ଆକାର ଏବେବି ରହସ୍ୟା ହୋଇ ରହିଛି। ଗାଁ ଲୋକଙ୍କ କହିବା ଅନୁସାରେ ପାଣି ସଂସ୍ପର୍ଶରେ ଆସିବା ପରେ ହିଁ ପଥରଗୁଡ଼ିକର ଆକାର ଲଗାତାର ପରିବର୍ତ୍ତନ ହୋଇଥାଏ।
କିଛି ବୈଜ୍ଞାନିକଙ୍କ କୁହନ୍ତି ବର୍ଷା ସମୟରେ ଏହି ପଥରର ଆକାର ବହୁତ ବଢ଼ିଯାଇଥାଏ, କାରଣ ପାଣି ସଂସ୍ପର୍ଶରେ ଆସି ହୁଏତ ପଥରରେ ରହିଥିବା ମିନେରାଲ ସଲ୍ଟର ମାତ୍ରା ବଢ଼ିଯାଉଥିବ। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କୌଣସି ସଠିକ୍ ପ୍ରମାଣ ମିଳିନାହିଁ।

Leave a Reply

Your email address will not be published. Required fields are marked *