(ଫୁଡିଜ୍ ଭିଲ୍ଲା ସ୍ବତନ୍ତ୍ର)ବାନାନା-କିୱି ସେକ୍

(ଫୁଡିଜ୍ ଭିଲ୍ଲା ସ୍ବତନ୍ତ୍ର)ବାନାନା-କିୱି ସେକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସେକ୍ ଖାଇଥିବେ। କଦଳୀ ଏବଂ କିୱି ସେକ୍ ମଧ୍ୟ ନିଶ୍ଚୟ କେବେନା କେବେ ଚାଖିବାର ସୁଯୋଗ ପାଇଥିବେ। ଏହି ସେକ୍ ଯେତିକି ସ୍ଵାଦିଷ୍ଟ ସେତିକି ପୁଷ୍ଟିକର ପଦାର୍ଥରେ ପରିପୂର୍ଣ୍ଣ, ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଏଥିରେ ବହୁ ପରିମାଣରେ ରହିଥାଏ। ପିଲାଙ୍କଠାରୁ ବୟସ୍କ କଦଳୀ ଏବଂ କିୱି ସେକ୍ ଖାଇବା ଉପକାରୀ ହୋଇଥାଏ। ତେବେ ଘରେ କିପରି ସହଜରେ ଏହି ସେକ୍ ତିଆରି କରିପାରିବେ। ଆମେ ଆପଣଙ୍କୁ ଜଣାଉଛୁ।
ଆବଶ୍ୟକ ସାମଗ୍ରୀ :

  • ଡାଳିମ୍ବ ମଞ୍ଜି
  • ମହୁ
  • କ୍ଷୀର
  • କଦଳୀ
  • କିୱି
  • ବରଫ କ୍ୟୁବ୍
    ପ୍ରସ୍ତୁତ ପ୍ରଣାଳୀ: – ପ୍ରଥମେ କିୱି ଏବଂ କଦଳୀକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପରେ ଚୋପା ଛଡେଇ ଖଣ୍ଡ ଖଣ୍ଡ କରି କାଟିଦିଅନ୍ତୁ। ଯାହାଫଳରେ ସେଗୁଡିକ ଗ୍ରାଇଣ୍ଡିଂ କରିବା ସମୟରେ ଭଲଭାବେ ମିଶିଯିବ। ଏବେ ମିକ୍ସଚର୍ ଜାରରେ କିଛି ଥଣ୍ଡା କ୍ଷୀର ମହୁ, କଦଳୀ ଏବଂ କିୱି ଖଣ୍ଡକୁ ରଖନ୍ତୁ ଏବଂ ସେଗୁଡିକୁ ଭଲ ଭାବରେ ମିଶାନ୍ତୁ । ଏହା ପରେ, ପାତ୍ରରେ ଆପଣଙ୍କ ପସନ୍ଦ ଅନୁଯାୟୀ ବରଫ ମିଶାନ୍ତୁ ଏବଂ ତା’ପରେ ଏହାକୁ ପୁଣି ଗ୍ରଇଣ୍ଡିଂ କରି ଦିଅନ୍ତୁ, ଯାହାଫଳରେ ବରଫ ଭଲ ଭାବରେ ମିଶିଯିବ। ବର୍ତ୍ତମାନ ଗୋଟିଏ କାଚ ଗ୍ଲାସ୍ ନେଇ ସେଥିରେ ପ୍ରଥମେ ଡାଳିମ୍ବ ମଞ୍ଜି ରଖନ୍ତୁ ଏବଂ ତା’ପରେ ଉପରେ କଦଳୀ ଏବଂ କିୱି ସେକ୍ ବାହାର କରି ରଖନ୍ତୁ। ଯଦି ଆପଣ ଚାହାଁନ୍ତି, ତେବେ ଉପରେ ମଧ୍ୟ ଡାଳିମ୍ବ ମଞ୍ଜି ଦେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: