ଦଳ ବିରୋଧୀ କାର୍ଯ୍ୟ ଯୋଗୁ ୫ ବିଜେପି କର୍ମୀ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟ ଯୋଗୁ ୫ ବିଜେପି କର୍ମୀ ବହିଷ୍କୃତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ରାଜ୍ୟ ବିଜେପିରୁ ୫ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବହିଷ୍କାର କରାଯାଇଛି। ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଏବଂ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭଦ୍ରକର ରାମଚନ୍ଦ୍ର ଦାସ, ଜୟରାମ ମୁଦୁଲି, ସୁବାସ ମୁଦୁଲି ଏବଂ ପ୍ରତାପ ଦାସଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେହିପରି ସମାନ ଅଭିଯୋଗ ଦର୍ଶାଇ ଗଞ୍ଜାମ ଜିଲ୍ଲା ଘୁମୁସୁରର ନିରଞ୍ଜନ ସ୍ବାଇଁଙ୍କୁ ମଧ୍ୟ ଦଳ ବହିଷ୍କୃତ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: