ହିଜାବ ପିନ୍ଧୁଥିବା ଝିଅ ପ୍ରଧାନମନ୍ତ୍ରୀ ହେବେ: ଓୱେସୀ

ହିଜାବ ପିନ୍ଧୁଥିବା ଝିଅ ପ୍ରଧାନମନ୍ତ୍ରୀ ହେବେ: ଓୱେସୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ହିଜାବ ପିନ୍ଧୁଥିବା ଜଣେ ଝିଅ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଲୋକସଭା ଏମ୍‌ପି ଅସାଦୁଦ୍ଦିନ ଓୱେସୀ ଘୋଷଣା କରିଛନ୍ତି। ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କୁ କର୍ଣ୍ଣାଟକର ଏକ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ରବିବାର ଏକ ଭିଡିଓ ଟୁଇଟ୍‌ କରି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଓୱେସୀ କହିଛନ୍ତି, ହିଜାବ ପିନ୍ଧି ଛାତ୍ରୀ କଲେଜ ଯିବେ, ଜିଲ୍ଲାପାଳ, ମାଜିଷ୍ଟ୍ରେଟ, ଡାକ୍ତର, ବ୍ୟବସାୟୀ ହେବେ। ମୁଁ ହୁଏତ ନ ଥାଇପାରେ, କିନ୍ତୁ ହିଜାବ ପିନ୍ଧୁଥିବା ଝିଅ ଦିନେ ପ୍ରଧାନମନ୍ତ୍ରୀ ହେବେ, ଏହା ମନେ ରଖିଥାଆନ୍ତୁ ବୋଲି ଓୱେସୀ କହିଛନ୍ତି। ଏହାସହ ଝିଅଙ୍କୁ ହିଜାବ ପିନ୍ଧିବାରୁ କିଏ ରୋକିବ ଦେଖିବା ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: