୧୬ରୁ ରାଜ୍ୟରେ ବର୍ଷା ସମ୍ଭାବନା

୧୬ରୁ ରାଜ୍ୟରେ ବର୍ଷା ସମ୍ଭାବନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସେପଟେ ସୋମବାରଠାରୁ ରାଜ୍ୟରେ ତାପାମାତ୍ରା ବଢ଼ିବ। ୪୮ଘଣ୍ଟା ପରେ ରାଜ୍ୟରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୧୫ ତାରଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରବିବାର ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ସର୍ବନିମ୍ନ ୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଝାରସୁଗୁଡ଼ାରେ ୯, ସୋନପୁର ୯, ଭବାନିପାଟଣା ୯.୪, କେନ୍ଦୁଝର ୧୦, ବଲାଙ୍ଗୀର ୧୦.୫, ଅନୁଗୋଳ ୧୦.୬, କୋରାପୁଟ ୧୧.୫, ବାରିପଦା ୧୧.୫, ସମ୍ବଲପୁର ୧୧.୮, ନୟାଗଡ଼ ୧୨, ହୀରାକୁଦ ୧୨.୨, ବାଲେଶ୍ୱର ୧୨.୭, ଟିଟିଲାଗଡ଼ ୧୩, ଭୁବନେଶ୍ୱର ୧୩.୪, ମାଲକାନଗିରି ୧୩.୫, rainସୁନ୍ଦରଗଡ଼ ୧୩.୫, କଟକ ୧୩.୬, ବୌଦ୍ଧ ୧୪, ଚାନ୍ଦବାଲି ୧୪.୯, ପାରଳାମେୁଣ୍ଡି ୧୫, ଗୋପାଳପୁର ୧୫.୪, ପାରାଦୀପ ୧୫.୬, ପୁରୀରେ ୧୬.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: