ଲକଡାଉନ୍ ପାଇଁ SAIରେ ମନପ୍ରୀତ ହେଉଛନ୍ତି ପ୍ରସ୍ତୁତ

ଲକଡାଉନ୍ ପାଇଁ SAIରେ ମନପ୍ରୀତ ହେଉଛନ୍ତି ପ୍ରସ୍ତୁତ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ମହାମାରୀ କୋରୋନା ପ୍ରଭାବରେ କ୍ରୀଡା ଜଗତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ମାତ୍ର ଏହି ସମୟରେ ବି କ୍ରୀଡାବିତ ମାନେ ନିଜର ପ୍ରସ୍ତୁତି ଚଳାଇଛନ୍ତି । ଭାରତର ହକି ଅଧିନାୟକ ମନପ୍ରୀତ ସିଂ ଲକ ଡାଉନରେ ଆଗାମୀ ସିଜନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ବେଙ୍ଗାଳୁର ସ୍ଥିତ ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ (SAI)କ୍ୟାମ୍ପସରେ ରହି ନିଜର ପ୍ରସ୍ତୁତି ଚଳାଇଛନ୍ତି।

Manpreet Singh

ଅଲମ୍ପିକ ଘୁଞ୍ଚି ଯାଇଥିବାରୁ ସେ SAIରେ ବିଭିନ୍ନ ଅନଲାଇନ କ୍ଲାସ, ବିଭିନ୍ନ ହକି ଟ୍ରିକ୍ ଏବଂ ପ୍ରତିପକ୍ଷ ଦଳର ଖେଳିବାର ଭିଡିଓ ଦେଖି ପୂରା ଦମରେ ନିଜକୁ ପ୍ରସ୍ତୁତ କରୁଛନ୍ତି ଏହି ୨୫ ବର୍ଷିୀୟ ହକି ଷ୍ଟାର । ବାହାରେ ଅଭ୍ୟାସ କରିବା ମନା ହୋଇଥିବାରୁ ମନପ୍ରୀତ ନିଜକୁ ଫିଟ ରଖିବା ପାଇଁ ନିଜ ରୁମ ଭିତରେ କିଛି ଶାରୀରିକ ବ୍ୟାୟାମ କରୁଛନ୍ତି । ଏହାସହ କ୍ୟାମ୍ପସ୍ ମଧ୍ୟରେ ଦୈନିକ ୪ରୁ୫ କିଲୋମିଟର ଦୌଡ଼ ଅଭ୍ୟାସ ମଧ୍ୟ ସେ କରୁଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: