ବରଣମାଳ ନୁହେଁ ମାସ୍କ ପିନ୍ଧି ବାହା ହେବା…

ବରଣମାଳ ନୁହେଁ ମାସ୍କ ପିନ୍ଧି ବାହା ହେବା…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶରେ କୋରୋନା ମହାମାରୀ ଗୁରୁତର ହେଉଥିବା ବେଳେ ଵଭିନ୍ନ ସ୍ଥାନରୁ ବାହାଘରର ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥାଏ। ଲୋକମାନେ ମଧ୍ୟ ଏହି ଭିଡିଓଗୁଡିକୁ ଦେଖି ମଜା ନିଅନ୍ତି। କରୋନା ପାଇଁ କିଏ ଦୁଇଜଣ ବରଯାତ୍ରୀ ନେଇ ବାହା ହେବାକୁ ଯାଉଛି ତ କିଏ ପୁଣି ଲକ୍ ଡାଉନ୍ ଆଉ କରୋନା ପାଇଁ ଆକାଶରେ ବାହା ହେଉଛି। ପୁଣି କିଏ ସାଇକେଲରେ ବରଯାତ୍ରୀ ନେଇ ବିବାହ ମଣ୍ଡପକୁ ଯାଉଥିବାର ଭିଡ଼ିଓ ଭାଇରାଲ ହୋଇଛି। କରୋନା କଟକଣା ଯୋଗୁଁ, ବାହାଘରରେ ଅଧିକ ଅତିଥିଙ୍କୁ ଡକା ଯାଇ ପାରୁନି କେବଳ ଘର ଲୋକଙ୍କ ବା ଅଳ୍ପ ସମ୍ପର୍କୀୟଙ୍କ ଉପସ୍ଥିତିରେ ଅଧିକାଂଶ ବାହାଘର ହେଉଛି। ଏହି ସମୟରେ, ସୋସିଆଲ ମିଡିଆରେ ବାହାଘରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ହସିବେ ଏବଂ ଏଥିରୁ କିଛି ଶିକ୍ଷା ମଧ୍ୟ ପାଇବେ।
ବିବାହର ଏହି ଭିଡିଓ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ସେୟାର କରିଛନ୍ତି। ଭିଡିଓ ସହିତ ସେ ଏକ ମଜାଦାର କ୍ୟାପସନ ଦେଇ ଲେଖିଛନ୍ତି, “ଜୟମାଳା ପରିବର୍ତ୍ତେ ମାସ୍କ ଲଗାଇଛନ୍ତି।” ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବର ଏବଂ କନ୍ୟା ବେଦୀ ଉପରେ ଠିଆ ହୋଇଛନ୍ତି। ଏବଂ ଦୁହେଁ ପରସ୍ପରକୁ ଫୁଲମାଳ ପରିବର୍ତ୍ତେ ମାସ୍କ ପିନ୍ଧାଉଛନ୍ତି। ଯଦିଓ ଏହି ଭିଡିଓ ଦେଖିବା ଅତ୍ୟନ୍ତ ମଜାଳିଆ କିନ୍ତୁ ଏହି ଭିଡିଓ ମାଧ୍ୟମରେ କରୋନା ବିଷୟରେ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଉଛି। ଭିଡିଓଟି ଲୋକମାନଙ୍କୁ ସେମାନଙ୍କର ସ୍ବାସ୍ଥ୍ୟ ଯତ୍ନ ନେବାକୁ ଶିକ୍ଷା ଦେଉଛି। ଲୋକମାନେ ଏହି ଭିଡିଓକୁ ବାହୁମାତ୍ରାରେ ପସନ୍ଦ କରୁଛନ୍ତି। ଭିଡିଓ ସେୟାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହଜାର ଲାଇକ ହତେଇଛି। କେବଳ ସେତିକି ନୁହେଁ ଲୋକମାନେ ଏଥିରେ ସେମାନଙ୍କର ଭଳିକି ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି – ସୁରକ୍ଷା ପ୍ରାଥମିକତା ହେବା ଉଚିତ୍। ଏହି ଘଟଣାର କିଛି ଦିନ ପୂର୍ବରୁ ଦୁଇ ଦମ୍ପତି କାଠି ସାହାଯ୍ୟରେ ବରଣ ମାଳା ପକେଇବା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: