ଅଜବ ମାନସିକତା! ୟୁନିଫର୍ମ ପସନ୍ଦ ଅସିଲାନି ବୋଲି ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କଲେ ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖାଦ୍ୟ ପରି ପୋଷାକ ପିନ୍ଧିବା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ପସନ୍ଦ। ତଥାପି କେତେକ ସ୍ଥାନରେ ନିର୍ଦ୍ଧିଷ୍ଟ ପୋଷାକ ବ୍ୟବହାର ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଲୋକଙ୍କ ପୋଷାକକୁ ନେଇ ଲୋକମାନେ ଆକ୍ଷେପ କରିଥାନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ୟୁନିଫର୍ମ ପସନ୍ଦ ନଆସିବାରୁ କୌଣସି ଗ୍ରାହକ ଅଭିଯୋଗ କରିବା କଥା। ନିକଟରେ ବ୍ରିଟେନରୁ ଏହିଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ବରଗର କିଙ୍ଗ ଫୁଡ୍ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ବିରୋଧରେ ଏକ ଅଦ୍ଭୁତ ଅଭିଯୋଗ ଦାଖଲ କରାଯାଇଛି। ଏହି ଅଭିଯୋଗରେ ଅସୁବିଧାରେ ପଡ଼ି ମହିଳା କର୍ମଚାରୀ ଜଣକ ଟିକଟକ ଭିଡିଓ ସାହାଯ୍ୟରେ ଲୋକଙ୍କ ସହ ନିଜର ଦୁଃଖ ସେୟାର କରିଛନ୍ତି।
ଲାଲା ରକଫିଲର ନାମକ ଏହି ମହିଳା ଜଣକ କହିଛନ୍ତି ଯେ ତାଙ୍କ ୟୁନିଫର୍ମର ସହ ସମସ୍ୟା ଥିବାରୁ ଜଣେ ମହିଳା ଗ୍ରାହକ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ଯାହାଦ୍ଵାରା ତାଙ୍କ ଚାକିରି ସଙ୍କଟରେ ଅଛି। ଲାଲା କହିଛନ୍ତି ଯେ ସେ ବରଗର କିଙ୍ଗରେ କାମ କରନ୍ତି ଏବଂ ତାଙ୍କର ୱାର୍କ ୟୁନିଫର୍ମ ହେଉଛି ବରଗର କିଙ୍ଗ ପୋଲୋର ଟି-ସାର୍ଟ ଏବଂ କଳା ସ୍କିନରଙ୍ଗ ଜିନ୍ସ। ଭିଡିଓରେ ଲାଲା କହିଛନ୍ତି ଯେ ଅଭିଯୋଗକାରୀ ମହିଳା ମୋର ୟୁନିଫର୍ମ, ବିଶେଷ କରି ମୋ ଜିନ୍ସ ଯୋଗୁଁ ତାଙ୍କ ସ୍ୱାମୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି କହିଥିଲେ। ତେବେ ଉକ୍ତ ମହିଳାଙ୍କ ସେହି ଅଭିଯୋଗକୁ କିପରି ପ୍ରତିକ୍ରିୟା ଦେବି ମୁଁ ଜାଣି ନଥିଲି। ଲାଲା ରକଫେଲର୍ କହିଛନ୍ତି ଯେ ଏହି ଘଟଣା ପରେ ମୁଁ ବହୁତ ଲଜ୍ଜିତ ଅନୁଭବ କରୁଛି। ଯଦି ମୋର ୟୁନିଫର୍ମ ହେତୁ କେହି ବିଭ୍ରାନ୍ତ ହେଉଛି, ତେବେ ଏଥିରେ ମୋର ଦୋଷ କ’ଣ? ମୁଁ ଭାବୁଛି ଏହି କ୍ଷେତ୍ରରେ ମହିଳା ତାଙ୍କ ସ୍ୱାମୀଙ୍କ ସହ କଥା ହେବା ଉଚିତ୍। ଲାଲା କହିଛନ୍ତି ଯେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ନିୟନ୍ତ୍ରଣ କରିବା ଉଚିତ୍। ଲାଲାଙ୍କ ଭିଡିଓ ଦେଖିବା ପରେ ଅନେକ ଲୋକ ତାଙ୍କୁ ସମର୍ଥନ କରିଥିବାର ଦେଖିବାକୁ ମିଳିଛି। ଅଧିକାଂଶ ଲୋକ କହିଛନ୍ତି ଯେ ଗ୍ରାହକଙ୍କୁ ତାଙ୍କ ସ୍ୱାମୀଙ୍କ ପାଇଁ ଲଜ୍ଜିତ ହେବା ଉଚିତ୍ କାରଣ ତାଙ୍କର ଦୃଷ୍ଟି ଭଙ୍ଗ ହେଉଥିଲା । ଏହି ମାମଲାରେ ଦୋଷ ବରଗର କିଙ୍ଗ କର୍ମଚାରୀଙ୍କ ୟୁନିଫର୍ମର ନୁହେଁ ବରଂ ମହିଳାଙ୍କ ସ୍ୱାମୀଙ୍କର ବୋଲି ଲୋକମାନେ ମନ୍ତବ୍ୟ ଦେଇ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *