ଦୁଇ ଜାହାଜ ମଧ୍ୟରେ ଜୋରଦାର ଧକ୍କା, ୨୭ ମୃତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁଇ ଜାହାଜ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ବାଂଲାଦେଶର ଶୀତଲାକ୍ଷା ନଦୀରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ୧୦୦ରୁ ଅଧିକ ଲୋକଙ୍କୁ ନେଇ ଏକ ଛୋଟ ଯାତ୍ରୀବାହୀ ଜାହାଜ ଯାଉଥିବା ବେଳେ ଏକ ମାଲବାହୀ ଜାହାଜକୁ ଧକ୍କା ଦେଇଥିଲା । ଏଥିରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ରାଜଧାନୀ ଢାକା ଠାରୁ ପ୍ରାୟ ୧୬ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ରବିବାର ସନ୍ଧ୍ୟାରେ ଏହି ଅଘଟଣ ନାରାୟଣଗଞ୍ଜ ଜିଲ୍ଲାରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ୫ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ସୋମବାର ଦିନ ନୈସେନା, ତଟରକ୍ଷୀ ବାହିନୀ, ଅଗ୍ନିଶମ ବାହିନୀ ତଥା ପୋଲିସ ମୋଟ ୨୧ଟି ମୃତଦେହ ଉଦ୍ଧାର କରିଛନ୍ତି।

ଖବର ଅନୁଯାୟୀ, ମୁସିଗଞ୍ଜ ସ୍ଥିତ ଶୀତଲାକ୍ଷା ନଦୀରେ ସୟଦପୁର କୋଇଲା ଘାଟି ନିକଟରେ ଯାତ୍ରୀବାହୀ ଜାହାଜ ‘ଏମ୍ଏଲ୍ ସବିତ ଅଲ୍ ହସନ’ ମାଲ୍ ପରିବହନ ଜାହାଜ ‘SKL-3’ ସହିତ ଧକ୍କା ହେବା ପରେ ବୁଡ଼ି ଯାଇଥିଲା। ଧକ୍କା ହେବା ପରେ ମାଲବାହୀ ଜାହାଜ ସେଠାରୁ ଖସି ପଳାଇଥିବା ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ କରାଯାଇଛି । ଏନେଇ ନାରାୟଣଗଞ୍ଜ ଡେପୁଟି କମିଶନର ମୁସ୍ତେନ ବିଲା କହିଛନ୍ତି।

ଏଥିସହ ସେ କହିଛନ୍ତି, ମୃତଦେହର ଶେଷ ରୀତିନୀତି ପାଇଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫-୨୫ ହଜାର ଟଙ୍କା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଖବର ଅନୁଯାୟୀ, ବାଂଲାଦେଶର ଆଭ୍ୟନ୍ତରୀଣ ଜଳ ପରିବହନ ପ୍ରାଧିକରଣ ମଧ୍ୟ ଘଟଣାର ଅନୁସନ୍ଧାନ ପାଇଁ ୪ ଜଣିଆ କମିଟି ଗଠନ କରିଛି। ଉପକୂଳ ପୋଲିସ ପ୍ରଭାରୀ ଦୀପକ ଚନ୍ଦ୍ର ସାହା ନିଶ୍ଚିତ କରିଛନ୍ତି ଯେ, ୫୦ରୁ ୬୦ ଲୋକ ପହଁରିକି ନଦୀ କୂଳରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନାରାୟଣଗଞ୍ଜ ଜିଲ୍ଲାର ଅଗ୍ନିଶମ ବାହିନୀ ତଥା ସିଭିଲ୍ ଡିଫେନ୍ସର ଡେପୁଟି ଡାଇରେକ୍ଟର ଅବଦୁଲ୍ଲା ଅଲ୍ ଆରେଫିନ କହିଛନ୍ତି ଯେ, ଝଡ଼ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଏବେବ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *